ଭୁବନେଶ୍ୱରରେ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ଯୋଗାଇଦେଉଛି ସେନ୍ସିକେୟାର।
ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ‘ସେନ୍ସିକେୟାର୍’। ଏହି ସଂସ୍ଥା ବୟସ୍କ ବ୍ୟକ୍ତିଙ୍କୁ ସଉଦାପତ୍ରଠୁ ଆରମ୍ଭ କରି ନିରାମିଷ ଓ ଆମିଷ ଖାଦ୍ୟପଦାର୍ଥ, ଔଷଧ ଏବଂ ପାଥୋଲୋଜିକାଲ୍ ଟେଷ୍ଟ୍ ଭଳି ଜରୁରୀ ସେବା ଯୋଗାଇଦେଉଛି।
ଏହାସହ ସେନ୍ସିକେୟାର୍ ବରିଷ୍ଠ ନାଗରିକଙ୍କୁ ଟ୍ୟାକ୍ସି, ଆମ୍ବୁଲାନ୍ସ ବୁକ୍ କରିବା, ସୋସିଆଲ୍ ମିଡିଆର ବ୍ୟବହାର କିମ୍ବା ଭର୍ଚୁଆଲ୍ ମିଟିଂ ଆଦିରେ ଅଂଶଗ୍ରହଣ କରିବା, ଖାଦ୍ୟ ତଥା ଘରକରଣା ସାମଗ୍ରୀର ଅନ୍ଲାଇନ୍ କ୍ରୟ ଭଳି ଅନେକ କାର୍ଯ୍ୟରେ ସାହାଯ୍ୟ କରିବ।
ଏହି ସୁବିଧାର ଲାଭ ଉଠାଇବା ପାଇଁ ବରିଷ୍ଠ ନାଗରିକଙ୍କୁ ମେମ୍ବରସିପ୍ ବାବଦରେ ପ୍ରାଥମିକ ପର୍ଯ୍ୟାୟରେ ମାସିକ ୪୯୯ ଟଙ୍କା ଦେବାକୁ ହେବ।
ଭୁବନେଶ୍ୱରରେ ବାସ କରୁଥିବା ୬୦ ବର୍ଷରୁ ଅଧିକ ବୟସର ବୟସ୍କ ବ୍ୟକ୍ତି, ଯେଉଁ ବ୍ୟକ୍ତିମାନେ ବାହାରେ ରହୁଛନ୍ତି ଏବଂ ସେମାନଙ୍କ ବୟସ୍କ ପିତାମାତା ଭୁବନେଶ୍ୱରରେ ବାସ କରୁଥିବେ, ସେମାନେ ଏହି ସେବାର ଲାଭ ଉଠାଇପାରିବେ।
ବରିଷ୍ଠ ନାଗରିକଙ୍କୁ ସ୍ୱାଧୀନ ଭାବେ ସୁରକ୍ଷା ଓ ସୁବିଧାର ସହ ଜୀବନଯାପନ କରିବାରେ ସହଯୋଗ କରିବା ‘ସେନ୍ସିକେୟାର୍’ର ମୂଳ ଲକ୍ଷ୍ୟ। ଏହି ଷ୍ଟାର୍ଟଅପ୍ କମ୍ପାନିକୁ ଆରମ୍ଭ କରିଛନ୍ତି ଆମେରିକାରେ ବାସ କରୁଥିବା ଜଣେ ଓଡ଼ିଆ ସାମାଜିକ ଉଦ୍ୟୋଗପତି ପ୍ଲାବନ ମହାପାତ୍ର। ଏନେଇ ପ୍ଲାବନ ମହାପାତ୍ର କହିଛନ୍ତି ଯେ, ‘‘ଭୁବନେଶ୍ୱରରେ ଏକୁଟିଆ ରହୁଥିବା ବୟସ୍କ ବ୍ୟକ୍ତିଙ୍କ ପାଇଁ ‘ସେନ୍ସିକେୟାର୍’ କାର୍ଯ୍ୟ କରିବ। ଓଡ଼ିଶା ବାହାରେ କିମ୍ବା ବିଦେଶରେ ରହୁଥିବା ବ୍ୟକ୍ତିବିଶେଷଙ୍କ ବୃଦ୍ଧା ପିତାମାତାଙ୍କୁ ଏହି ସଂସ୍ଥା ବିଶେଷଭାବେ ସହାୟକ ହେବ।’’
‘ସେନ୍ସିକେୟାର୍’ ବିଷୟରେ ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରି ହ୍ୱାଟ୍ସଆପ କରନ୍ତୁ : Link । ଏହି ସେବାର ଲାଭ ଉଠାଇବା ପାଇଁ ଏହି ଦୁଇଟି ନମ୍ବରରେ କଲ୍ କିମ୍ବା ହ୍ୱାଟ୍ସଆପ୍ କରିପାରିବେ: 8895077746/ 8763713459