ଟିକାକରଣ ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଏଣିକି କୋଭିସିଲ୍ଡ ଟିକା ପ୍ରଥମ ଡୋଜ୍ ନେବାର ୬ ସପ୍ତାହ ବା ୪୨ ପରେ ହିଁ ଦ୍ୱିତୀୟ ଡୋଜ୍ ଦିଆଯିବ। ଏହାପୂର୍ବରୁ ଟିକା ଦିଆଯାଇପାରିବ ନାହିଁ। କେନ୍ଦ୍ର ସରକାର ଏନେଇ ବୁଧବାର ଏକ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି। ଏହାସହିତ କୋଓ୍ୱିନ୍ ପୋର୍ଟଲରେ ମଧ୍ୟ ଟିକାକରଣକୁ ନେଇ ଥିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।
ଆଗରୁ କୋଭିସିଲ୍ଡ ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ଭିତରେ ୨୮ ଦିନ ବ୍ୟବଧାନ ରହିଥିଲା। ଏବେ ନିୟମ ବଦଳିବା ପରେ କେନ୍ଦ୍ରର ନୂଆ ନିୟମ ଅନୁସାରେ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିସନରଙ୍କୁ ଜଣାଇବାକୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ସମସ୍ତ ଟିକା କେନ୍ଦ୍ରକୁ ଏ ସମ୍ପର୍କରେ ଅବଗତ କରାଇବାକୁ ମଧ୍ୟ କୁହାଯାଇଛି।
ଅନ୍ୟପଟେ ଦ୍ୱିତୀୟ ଡୋଜ୍ ଟିକା ବିଳମ୍ବ ହେଲେ କୌଣସି ଅସୁବିଧା ନାହିଁ। ଟିକାକୁ ନେଇ ପ୍ରତିଦିନ ପରୀକ୍ଷା ନିରୀକ୍ଷା ଚାଲିଛି। ସେହି ଅନୁସାରେ ନିୟମରେ ପରିବର୍ତ୍ତନ କରାଯାଉଛି। ତେଣୁ ଭୟଭୀତ ହେବାର କିଛି କାରଣ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ପରାମର୍ଶ ଦେଉଛନ୍ତି।
ସୌଜନ୍ୟ: ଓଡ଼ିଶାଲାଇଭ୍