ଯେଉଁ ମହିଳାମାନେ ଭବିଷ୍ୟତରେ ପିଲାଛୁଆ ପ୍ରତି ଆଗ୍ରହୀ ନୁହଁନ୍ତି ସେମାନେ ବନ୍ଧ୍ୟାକରଣ ଭଳି ପଦକ୍ଷେପ ନେଇପାରିବେ।
ଅଧିକ ପଢ଼ନ୍ତୁ: ସ୍ତ୍ରୀ ବନ୍ଧ୍ୟାତ୍ୱ ଦୋଷର କାରଣ କ’ଣ?
ମହିଳା ବନ୍ଧ୍ୟାକରଣ କହିଲେ ଏକ ଗର୍ଭନିରୋଧକ ପଦକ୍ଷେପକୁ ବୁଝାଇଥାଏ। ଏହି ଅପରେସନ ପରେ ମହିଳାମାନେ ଆଉ ଗର୍ଭବତୀ ହୋଇପାରନ୍ତି ନାହିଁ।
ଏଥିରେ ମହିଳାମାନଙ୍କ ଫେଲୋପିଆନ ଟ୍ୟୁବ ଅବରୋଧ କରାଯାଇ କିମ୍ବା ମଧ୍ୟଭାଗରୁ କାଟି ଦିଆଯାଇଥାଏ। ଏହା ଦ୍ଵାରା ସ୍ପର୍ମ ଗର୍ଭାଶୟରେ ପହଞ୍ଚି ପାରେ ନାହିଁ। ଏହା ଏକ ଛୋଟ ଅପରେସନ।
କିପରି କରାଯାଏ ବନ୍ଧ୍ୟାକରଣ?
ପୂର୍ବରୁ ଓପନ ସର୍ଜରି ମାଧ୍ୟମରେ ମହିଳାମାନଙ୍କ ବନ୍ଧ୍ୟାକରଣ କରାଯାଉ ଥିଲା। ଯାହାକି ଅଧିକ ସମୟ ସାପେକ୍ଷ ଏବଂ କଷ୍ଟଦାୟକ। ବର୍ତ୍ତମାନ ଲାପରୋସ୍କୋପି ବନ୍ଧ୍ୟାକରଣ ଏବଂ ହୋଷ୍ଟେରୋସ୍କୋପିକ ଟ୍ୟୁବଲ ଓକ୍ଲୁଜନ ପଦ୍ଧତି ଦ୍ଵାରା କମ ସମୟରେ ସର୍ଜରି ହୋଇପାରୁଛି।
ଏହି ସର୍ଜରି ସମୟରେ ମହିଳାମାନଙ୍କୁ ନିସ୍ତେଜକ ଦିଆଯାଇଥାଏ। ଲାପେରୋସ୍କୋପ ନାମକ ଏକ ଛୋଟ ଟେଲିସ୍କୋପ ଦ୍ଵାରା ଏହି ଅପରେସନ କରାଯାଇଥାଏ। ଏହି ଟେଲିସ୍କୋପକୁ ପେଟ ଭିତରକୁ ଏକ ଛୋଟ ଛିଦ୍ର କରି ପଠା ଯାଇଥାଏ। ଏହା ପରେ ଫେଲୋପିଆନ ଟ୍ୟୁବକୁ ବନ୍ଦ କରିବା ପାଇଁ ଏକ କ୍ଲିପ ବା ରିଙ୍ଗ ଭର୍ତ୍ତି କରାଯାଇଥାଏ। ଯଦି କୌଣସି କାରଣରୁ ଫେଲୋପିଆନ ଟ୍ୟୁବ ଅବରୋଧ ନ ହୋଇ ପାରିଲା ତେବେ ନଳୀର ଏକ ଅଂଶ କିମ୍ବା ସମଗ୍ର ଅଂଶକୁ କାଟି ବାହାର କରିଦିଆଯାଇଥାଏ। ଏହାକୁ ସଲପିଙ୍ଗେକ୍ଟୋମି କୁହାଯାଏ।
ଅଧିକ ପଢ଼ନ୍ତୁ: ମହିଳାମାନଙ୍କୁ କାହିଁକି ହୋଇଥାଏ ଓଭାରିଆନ କ୍ୟାନ୍ସର?
ମହିଳା ବନ୍ଧ୍ୟାକରଣ ଲାଭଦାୟକ ଏବଂ ସୁରକ୍ଷିତ କି?
ମହିଳା ବନ୍ଧ୍ୟାକରଣ ମାଧ୍ୟମରେ ଗର୍ଭଧାରଣ ନିୟନ୍ତ୍ରଣ କରାଯାଇଥାଏ।
ଜନ୍ମ ନିୟନ୍ତ୍ରଣ ବଟିକା, ଗର୍ଭନିରୋଧକ ବଟିକା ଭଳି ଏହା ଶରୀର ଉପରେ କୌଣସି ପାର୍ଶ୍ୱପ୍ରତିକ୍ରିୟା ପକାଏ ନାହିଁ।
ଏହି ଅପରେସନ ଫଳରେ ଋତୁସ୍ରାବ ଏବଂ ନିର୍ଗତ ହେଉଥିବା ହରମୋନ ଉପରେ କୌଣସି ପ୍ରଭାବ ପକାଏ ନାହିଁ।
ମହିଳା ବନ୍ଧ୍ୟାକରଣ ଯୋଗୁଁ ଓଭାରିଆନ କ୍ୟାନ୍ସର ହେବାର ଆଶଙ୍କା କମ ଥାଏ।
ଅଧିକ ପଢ଼ନ୍ତୁ: କାହିଁକି ହୋଇଥାଏ ଗର୍ଭାଶୟ ଟ୍ୟୁମର? ଜାଣନ୍ତୁ ଏହାର ଚିକିତ୍ସା
ମହିଳା ବନ୍ଧ୍ୟାକରଣ ପରେ କିପରି ନିଜର ଯତ୍ନ ନେବେ?
ନିୟମିତ ଡାକ୍ତରଙ୍କ ପାଖକୁ ଯାଆନ୍ତୁ।
ଡାକ୍ତରଙ୍କ ପରାମର୍ଶ ଅନୁସାରେ ଖାଦ୍ୟପେୟ ଏବଂ ଔଷଧ ଖାଆନ୍ତୁ।
ଯଦି କୌଣସି ଅସୁବିଧା ଦେଖାଦେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ନିଜ ଋତୁସ୍ରାବରେ ଅନିୟମିତତା ହେଲେ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ।