କରୋନା ଭାଇରସ୍‌ ସଂକ୍ରମଣ ବିଷୟରେ ଆମେ କେମିତି ଅନ୍ୟମାନଙ୍କ ସହ କଥାବାର୍ତ୍ତା ହେବା ଏବଂ କିପରି ମିଳିତ ଭାବେ ଏହି ମହାମାରୀକୁ ପ୍ରତିହତ କରିବା? ଆସନ୍ତୁ ଜାଣିବା କ’ଣ ପରାମର୍ଶ ଦେଉଛି ୟୁନିସେଫ୍‌।

old age corona care

ଆପଣ ଯେ କରୋନା ଭାଇରସକୁ ନେଇ ଆଶଙ୍କା ପ୍ରକାଶ କରୁଛନ୍ତି ତାହା ବୁଝି ହେଉଛି। ତେବେ ଏ ନେଇ ଭୟଭୀତ ହେଲେ କିମ୍ବା ଏହା ଆମକୁ ସଂକ୍ରମିତ କରିବ ବୋଲି ଭୟ କଲେ ଆମେ ଏହି କଠିନ ପରିସ୍ଥିତିକୁ ଆହୁରି କଠିନ କରିଦେବା।

ଏବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ଆମେ ପରସ୍ପର ପ୍ରତି ସଦୟ, ସହାନୁଭୂତିଶୀଳ ଏବଂ ସହାୟକ ହେବା।

ଆମର କଥାବାର୍ତ୍ତା ହେବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏଣୁ ଆମେ ଏହାକୁ ନେଇ ନିଶ୍ଚିତ ହେବା ଦରକାର ଯେ ଆମ କଥା ଲୋକଙ୍କ ମଧ୍ୟରେ ଯେପରି ଭୟ ସୃଷ୍ଟି କରୁନାହିଁ। ମନେରଖନ୍ତୁ ଯେ ଆମେ କଦାପି ଏପରି କଥା କହିବା ନାହିଁ ଯାହା ଫଳରେ ଲୋକ ନିଜକୁ ପରୀକ୍ଷା କରାଇବାକୁ ଭୟ କରିବେ ଏବଂ ନିଜକୁ ଓ ନିଜ ସମୁଦାୟକୁ ସୁରକ୍ଷିତ କରିବା ପାଇଁ ଆବଶ୍ୟକ ଥିବା ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଂଚା ଦେବେ।

family

 

ଏହି ନୂଆ ଭାଇରସ ଯୋଗୁଁ ଆମେ କଦାପି ଆମ ଲୋକମାନଙ୍କ ମଧ୍ୟରେ ଝଗଡ଼ା କିମ୍ବା ଦ୍ୱେଷକୁ ସୃଷ୍ଟି କରିବାକୁ ଦେବା ନାହିଁ।

ମନେରଖନ୍ତୁ ଯେ ଏହି ଭାଇରସ କେବେ ବି କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ, ଜାତି ବା ଭୌଗୋଳିକ ପରିସୀମାରେ ରହୁଥିବା ଲୋକଙ୍କୁ ଲକ୍ଷ୍ୟ କରି ବ୍ୟାପେ ନାହିଁ। ସମସ୍ତେ ଏଥିରେ ସଂକ୍ରମଣର ଶିକାର ହୋଇପାରନ୍ତି।

ଯେଉଁମାନେ ସଂକ୍ରମିତ ଦେଶ ବା ଅଂଚଳରେ ଅଛନ୍ତି ସେମାନେ ଏ ନେଇ ଚିନ୍ତିତ। ସଂକ୍ରମିତ ହେବାର ଭୟ ଏହି ଚିନ୍ତା ଅଧିକ ବଢ଼ାଇବାର ଆଶଙ୍କା ରହିଛି। ତେଣୁ ଏହି ଭୂତାଣୁଜନିତ ମହାମାରୀ ସମୟରେ ସାମାଜିକ ସହାୟତା ଲୋକମାନଙ୍କୁ ଏହି ମହାମାରୀ ମୁକାବିଲାରେ ସହାୟକ ହେବ।

corona ku darana

ଏହି ମହାମାରୀ ରୋଗ ସହିତ କେତେକ କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଜାତି ଏବଂ ଧାର୍ମିକବର୍ଗକୁ ଯୋଡ଼ି ଦେଖାଯାଉଥିବାରୁ ଏହା କ୍ରମେ ଗୁରୁତର ଚିନ୍ତାର ବିଷୟ ପାଲଟିଛି।

ଆମେ ଏହିକ୍ରମରେ ନିଜର ପିଲା, ପରିବାର ଏବଂ ବନ୍ଧୁମାନଙ୍କ ସହ କଥାହେଲା ବେଳେ କ’ଣ କରିବା ଆବଶ୍ୟକ ଏବଂ କ’ଣ କରିବା ନାହିଁ ସେ ବିଷୟରେ ଏଠାରେ ସୂଚନା ଦିଆଯାଇଛି।

କ’ଣ କରିବେ: ଏହି ନୂଆ ଭାଇରସ ବିଷୟରେ କଥା ହୁଅନ୍ତୁ ଏବଂ ଏହାକୁ କିପରି ପ୍ରତିରୋଧ କରାଯାଇପାରିବ ସେ ବିଷୟରେ ଆଲୋଚନା କରନ୍ତୁ। (ଯଥା: ସାବୁନ ଏବଂ ପାଣିରେ ୨୦ ସେକେଣ୍ଡ ପାଇଁ ହାତକୁ ଘସି ଭଲଭାବେ ଧୋଇବା, ଘରେ ରହିବା, କାଶିଲା ଓ ଛିଙ୍କିଲା ବେଳେ ନିଜର ନାକ ଏବଂ ମୁହଁକୁ ଘୋଡାଇ ରଖିବା ଇତ୍ୟାଦି ।)

କଣ କରିବେ ନାହିଁ: କୌଣସି ଅଂଚଳ, ଜାତୀୟତା ଏବଂ ଧର୍ମ ଆଧାରରେ ଏହି ଭାଇରସ କାହାକୁ ଆକ୍ରମଣ କରୁଛି ବୋଲି କହନ୍ତୁ ନାହିଁ।

କ’ଣ କରିବେ: କୋଭିଡ୍‌-୧୯ କିପରି ଲୋକଙ୍କୁ ବ୍ୟାପେ କିମ୍ବା ଲୋକଙ୍କ ପାଖକୁ ଯାଏ ସେ ବିଷୟରେ ଲୋକଙ୍କ ସହ କଥା ହୁଅନ୍ତୁ।

କଣ କରିବେ ନାହିଁ: କୋଭିଡ୍ ସଂକ୍ରମଣ, ଅନ୍ୟକୁ ସଂକ୍ରମଣ କିମ୍ବା ଭାଇରସର ବ୍ୟାପକତା ଆଦି ଶବ୍ଦ ବ୍ୟବହାର କରି କଥା ହୁଅନ୍ତୁ ନାହିଁ। କାରଣ ଏହା ଅର୍ନ୍ତଜାତୀୟ ସଂକ୍ରମଣକୁ ବୁଝାଏ ଏବଂ ଏପରି କହିବା ଦ୍ୱାରା ଆମେ ଅନ୍ୟମାନଙ୍କ ଉପରେ ଦୋଷ ଲଦିଦେବା ପରି କଥା ହୁଏ।

 

କ’ଣ କରିବେ: ବୈଜ୍ଞାନିକ ତଥ୍ୟ ଏବଂ ସଦ୍ୟତମ ସରକାରୀ ସ୍ୱାସ୍ଥ୍ୟ ଉପଦେଶକୁ ନେଇ ସଠିକ ଭାବେ କୋଭିଡ୍‌-୧୯ର ସଂକ୍ରମଣର ଆଶଙ୍କା ବିଷୟରେ ଲୋକମାନଙ୍କୁ ବୁଝାନ୍ତୁ।

କଣ କରିବେ ନାହିଁ: ଯାଂଚ ହୋଇନଥିବା ତଥ୍ୟ, ଶୁଣାକଥା ଆଦିକୁ ବାରବାର କହନ୍ତୁ ନାହିଁ କିମ୍ବା ଏ ନେଇ ଆଲୋଚନା କରନ୍ତୁ ନାହିଁ। ସେହିପରି ‘ପ୍ଲେଗ’, ‘ପ୍ରଳୟ’ ବା ‘ସୃଷ୍ଟି ବିଧ୍ୱଂସକାରୀ’ ଭଳି ଭୟ ସୃଷ୍ଟିକାରୀ ଶବ୍ଦ ବ୍ୟବହାର କରନ୍ତୁ ନାହିଁ।

ମନେରଖନ୍ତୁ, ଏବେ ଆମେ ସମସ୍ତେ ଏକ ଜଟିଳ ସ୍ଥିତିଦେଇ ଗତିକରୁଛୁ। ଏହା ମଧ୍ୟ ମନେରଖିବା ଦରକାର ଯେ ଆମେ ଏହି ସମୟରେ ଏକାଠି ହେବା ଏବଂ ନିଜକୁ ଏହି ସଂକ୍ରମଣରୁ ରକ୍ଷା କରିବା ଏକ ବଡ଼ ଆବଶ୍ୟକତା।

ଏହି ସମୟରେ ଆମେମାନେ ନିଜକୁ ସରକାରଙ୍କ ସଦ୍ୟତମ ମାର୍ଗଦର୍ଶିକା ଅନୁସାରେ ପ୍ରସ୍ତୁତ ରଖିବା ଦରକାର ଏବଂ ଏହାକୁ ପାଳନ କରିବା ଦରକାର। ଏହି ସମୟରେ ସାମାଜିକ ଦୂରତା ବଜାୟ ରଖିବା ଦ୍ୱାରା ନିଜକୁ ସୁରକ୍ଷିତ ରଖିପାରିବା। ଆମେ ସମସ୍ତେ ମିଳିମିଶି ଲଢ଼ିବା ଏବଂ ଏହି କରୋନା ଭାଇରସକୁ ନିଶ୍ଚିତ ହରାଇବା।

(ସୌଜନ୍ୟ: ୟୁନିସେଫ୍‌‌)