ଚାଉଳ ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଚାଉଳରୁ ପ୍ରସ୍ତୁତ ମାସ୍କ ଏବଂ ଫେସ ପ୍ୟାକ୍ ଆପଣ ନିୟମିତ ବ୍ୟବହାର କରିପାରିବେ।

rice face pack

ଅଧିକ ପଢ଼ନ୍ତୁ: ଥଣ୍ଡା ପାଣି ତ୍ୱଚା ପାଇଁ କେତେ ଜରୁରୀ?

ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୁହଁରେ ବିଭିନ୍ନ ଦାଗ ଦେଖାଯାଇଥାଏ। ତେଣୁ ଏହି ଦାଗ ଏବଂ ବିଭିନ୍ନ ମୁହଁ ଜନିତ ସମସ୍ୟାଠାରୁ ଦୂରରେ ରହିବା ପାଇଁ ଅନେକ ଉପାୟ ରହିଛି। ମାତ୍ର ବୟସ ବୃଦ୍ଧି କାରଣରୁ ସୃଷ୍ଟି ହେଉଥିବା ମୁହଁର ବିଭିନ୍ନ ସମସ୍ୟାକୁ ଘରୋଇ ଉପାୟରେ କିଭଳି ଦୂର କରି ପାରିବେ ଜାଣନ୍ତୁ ସେ ବାବଦରେ।

ଆପଣ ପ୍ରତିଦିନ ଚାଉଳରେ ପ୍ରସ୍ତୁତ ଭାତ ଖାଉଥିବେ। ଏହି ଚାଉଳକୁ ବ୍ୟବହାର କରି ମୁହଁର ସୌନ୍ଦର୍ଯ୍ୟ ମଧ୍ୟ ପାଇପାରିବେ। ଚାଉଳରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ମୁହଁର କୁଞ୍ଚନକୁ ଦୂର କରିଥାଏ। ଏଥିରେ ଭିଟାମିନ ଇ ମଧ୍ୟ ପ୍ରଚୁର ପରିମାଣରେ ରହିଛି।

ଚାଉଳ ପାଣି ଫେସ ମାସ୍କ

ଚାଉଳ ପାଣିକୁ ବ୍ୟବହାର କରି ଆପଣ ତ୍ୱଚା ଜନିତ ବହୁ ସମସ୍ୟା ଦୂର କରିପାରିବେ। ଏହି ମାସ୍କ ଆପଣଙ୍କ ମୁହଁ ଚର୍ମକୁ ସୁସ୍ଥ ରଖିଥାଏ। ବୟସ ଯୋଗୁଁ ମୁହଁରେ ପଡ଼ୁଥିବା କୁଞ୍ଚନ ପଡ଼ିବାକୁ ଦେଇ ନଥାଏ। ଏକ ଗ୍ଲାସ ପାଣିରେ ୧ କପ ଚାଉଳକୁ ଭିଜାଇ ୧୦ ମିନିଟ ରଖନ୍ତୁ। ଚାଉଳକୁ କାଢ଼ି ଗ୍ରାଇଣ୍ଡି କରି ଦିଅନ୍ତୁ। ଏହି ପେଷ୍ଟକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ ରଖନ୍ତୁ। ଏହା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଆପଣ ଏହାକୁ ନିୟମିତ ବ୍ୟବହାର କରିପାରିବେ।

rice face mask

ଅଧିକ ପଢ଼ନ୍ତୁ: ପ୍ରତିଦିନ ଦିଅନ୍ତୁ ୫ମିନିଟ, ଚମକି ଉଠିବ ମୁହଁ

ଚାଉଳ ଫେସ ପ୍ୟାକ୍

ଚାଉଳର ଫେସ ପ୍ୟାକ ପାଇଁ ଏକ ଚାମଚ କ୍ଷୀର, ଏକ ଚାମଚ ଚାଉଳ ଏବଂ ଏକ ଚାମଚ ମହୁ ନିଅନ୍ତୁ।

ପ୍ରଥମେ ଚାଉଳକୁ ପାଣିରେ ପକାଇ ଫୁଟାନ୍ତୁ।

ଫୁଟିବା ପରେ ଚାଉଳକୁ ପାଣିରୁ ଛାଣି ଏକ ପାତ୍ରରେ ରଖନ୍ତୁ।

ସେହି ପାଣିରେ କ୍ଷୀର ଓ ମହୁ ମିଶାନ୍ତୁ। ଧ୍ୟାନ ଦିଅନ୍ତୁ ପେଷ୍ଟ ଯେପରି ଅଧିକ ପାଣିଆ ନ ହୋଇଯାଏ।

ଏହି ପ୍ୟାକ୍ ମୁହଁରେ ଭଲ ଭାବେ ଲାଗି ରହିବା ପାଇଁ ସଫା ପତଳା କପଡ଼ା ବ୍ୟବହାର କରିପାରିବେ।

କିପରି ଲଗାଇବେ ଏହି ଫେସ ପ୍ୟାକ୍?

ପ୍ରଥମେ ଥଣ୍ଡା ପାଣିରେ ନିଜ ମୁହଁକୁ ଧୋଇ ଦିଅନ୍ତୁ।

ଏହାପରେ ଚାଉଳରେ ପ୍ରସ୍ତୁତ କରିଥିବା ଫେସ ପ୍ୟାକକୁ ନିଜ ମୁହଁରେ ଲଗାନ୍ତୁ।

ମୁହଁରେ ଲଗାଇ ସାରି ଶୁଖିଯିବା ପରେ ମୁହଁ ଧୋଇ ଦିଅନ୍ତୁ।

ଏହି ଫେସ ପ୍ୟାକ୍ ସପ୍ତାହକୁ ଥରେ ଲଗାଇବା ଦ୍ୱାରା ମୁହଁ କୋମଳ ହେବା ସହ ଦାଗ ଦୂର ହୋଇଥାଏ।

ଅଧିକ ପଢ଼ନ୍ତୁ: ମୁହଁରେ ଗ୍ଲୋ ଆଣିବା ନିଶାରେ କରନ୍ତୁନି ଏହି ୧୩ଟି ଭୁଲ