ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
କରୋନା ଭାଇରସର ନିୟନ୍ତ୍ରଣ ଲାଗି ଏପର୍ଯ୍ୟନ୍ତ କୌଣସି ସିଧାସଳଖ ଚିକିତ୍ସା ସମ୍ଭବପର ହୋଇନାହିଁ। ବରିଷ୍ଠ କ୍ରିଟିକାଲ୍ କେୟାର ବିଶେଷଜ୍ଞ ଡାକ୍ତର ସମୀର ସାହୁଙ୍କ କହିବା ଅନୁଯାୟୀ ସାଧାରଣତଃ ରୋଗୀଙ୍କ ଲକ୍ଷଣ ଅନୁଯାୟୀ ଚିକିତ୍ସା କରାଯାଇଥାଏ।
- ରୋଗୀଙ୍କଠାରେ କାଶ, ସର୍ଦ୍ଦି ଓ ସ୍ଥଳବିଶେଷରେ ନିମୋନିଆ ଭଳି ଲକ୍ଷଣ ଦେଖାଯାଏ।
- କରୋନା ପ୍ରଭାବିତ ରୋଗୀଙ୍କ ଅବସ୍ଥା ଜଟିଳ ହେଲେ ଅକ୍ସିଜେନ୍ ଦେବାକୁ ପଡ଼ିପାରେ। ସେହିପରି ଜଟିଳ ଅବସ୍ଥା ସୃଷ୍ଟି ହେଲେ ରୋଗୀଙ୍କୁ ଭେଣ୍ଟିଲେଟରରେ ମଧ୍ୟ ରଖିବାକୁ ପଡ଼ିଥାଏ।
- ତେବେ କରୋନା ପ୍ରଭାବିତ ରୋଗୀଙ୍କର ଚିକିତ୍ସା ବେଳେ ପ୍ରଥମ ପଦକ୍ଷେପ ହେଉଛି ତାଙ୍କୁ ଆଇସୋଲେନ କରି ରଖିବା ଯାହାଫଳରେ ତାଙ୍କଠାରୁ ଭୂତାଣୁ ଆଉ କାହାକୁ ବ୍ୟାପିବ ନାହିଁ।
- ତେଣୁ ସର୍ଦ୍ଦି, କାଶ ଓ ଜ୍ୱର ହେଉଥିଲେ ପ୍ରଥମେ ଫୋନ ଯୋଗେ ଡାକ୍ତରଙ୍କ ସହ ପରାମର୍ଶ କରି ରୋଗୀଙ୍କୁ ଆବଶ୍ୟକ ଔଷଧ ଦିଅନ୍ତୁ।
- କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍ କରନ୍ତୁ।
ରୋଗୀଙ୍କଠାରେ ଯଦି ନିଃଶ୍ୱାସ ପ୍ରଶ୍ୱାସରେ ସମସ୍ୟା ହୁଏ ତେବେ ତୁରନ୍ତ ସରକାର ଜାରି କରିଥିବା କରୋନା ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍ କରି ପରାମର୍ଶ କରନ୍ତୁ।