ଅନେକ ସ୍ଥଳରେ ଲୋକମାନଙ୍କର ପିଠିର ତଳଅଂଶ, ଅଣ୍ଟା, କାନ୍ଧ ନିକଟରେ ଥିବା ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ। ଏହାକୁ କିନ୍ତୁ ସାଧାରଣତଃ ଲୋକମାନେ ଗୁରୁତର ବୋଲି ଗ୍ରହଣ କରନ୍ତି ନାହିଁ। ଅତ୍ୟଧିକ ପରିଶ୍ରମ, ମାଂସପେଶୀ ଉପରେ ଅଧିକ ଚାପ କିମ୍ବା ଅନୁଚିତ ଉପଯୋଗ ଯୋଗୁ ଏହି ସମସ୍ୟା ହୋଇଥାଏ। ତେବେ ଏହାକୁ ଧ୍ୟାନ ଦେବା ଉଚିତ। ଏହା ଗୁରୁତର ରୋଗର ସଙ୍କେତ ହୋଇପାରେ।

stomach pain

ପେଟର ମାଂସପେଶୀରେ ଯନ୍ତ୍ରଣା: ପେଟର ମାଂସପେଶୀରେ ହେଉଥିବା ଯନ୍ତ୍ରଣାକୁ ନଜରଅନ୍ଦାଜ କରିବା ହାନିକାରକ ସାବ୍ୟସ୍ତ ହୋଇପାରେ। ଅଧିକାଂଶ ସମୟରେ ଏଭଳି ଯନ୍ତ୍ରଣା ରହିଲେ ତାହା ବାୱେଲ କ୍ୟାନସରର ଲକ୍ଷଣ ହୋଇପାରେ। ବିଶେଷଜ୍ଞଙ୍କ ଅନୁସାରେ ଯଦି ଶରୀରର ଏହି ଅଂଶରେ ୪ ସପ୍ତାହରୁ ଅଧିକ ଦିନ ଧରି ଦରଜ ଲାଗି ରହେ ତା’ ହେଲେ ଚିକିତ୍ସକଙ୍କ ପରାମର୍ଶ ଜରୁରୀ।

waist pain

ଅଣ୍ଟାର ମାଂସପେଶୀରେ ଯନ୍ତ୍ରଣା: ଏହା ଖୁବ୍ ସାଧାରଣ କଥା। ଅନେକ କ୍ଷେତ୍ରରେ ଏହା କିଛି ସପ୍ତାହ ମଧ୍ୟରେ ଠିକ ବି ହୋଇଯାଏ। କିନ୍ତୁ ଯଦି ଠିକ ନ ହୁଏ ତା’ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ। କାରଣ ଏହା ଅଷ୍ଟିଓପୋରୋସିସର ଲକ୍ଷଣ ବି ହୋଇପାରେ। ଏହାଛଡ଼ା ଜଂଘର ମାଂସପେଶୀରେ ବି କିଛି ଲୋକ ଯନ୍ତ୍ରଣା ଅନୁଭବ କରିଥାନ୍ତି। ଅଧିକ ଭାରୀ ଜିନିଷ ଉଠାପକା କରିବା, ପରିଶ୍ରମ କରିବା ଫଳରେ ଏପରି ହୋଇଥାଏ।

physiotherapy of an old man

ଚିକିତ୍ସା କ’ଣ?
ଔଷଧ, ଫିଜିଓଥେରାପି, ଇଞ୍ଜେକସନ, ଜଏଣ୍ଟ ରିପ୍ଲେସମେଣ୍ଟ, ଆକ୍ୟୁପଙ୍କଚର, ଆକ୍ୟୁପ୍ରେସର ଦ୍ୱାରା ମାଂସପେଶୀର ଯନ୍ତ୍ରଣାର ଚିକିତ୍ସା ସମ୍ଭବପର। ତେବେ ଯନ୍ତ୍ରଣା ଯେଉଁ ଭଳି ହୋଇଥାଏ ଡାକ୍ତର ସେ ଅନୁସାରେ ଔଷଧ ଦେଇଥାନ୍ତି। ଅନେକ ସମୟରେ କିଛି ଶାରିରୀକ ପରିଶ୍ରମ କିମ୍ବା କମ ଦିନ ଧରି ଔଷଧ ଖାଇଲେ ବି ଯନ୍ତ୍ରଣା ଦୂର ହୋଇଥାଏ।

sit straight

ସାବଧାନ ରୁହନ୍ତୁ
-ଦୈନନ୍ଦିନର କାମ କରିବା ସମୟରେ ଯଥାସମ୍ଭବ ଆଘାତରୁ ଦୂରରେ ରହିବାକୁ ଉଦ୍ୟମ କରନ୍ତୁ।
-ଗୋଟିଏ ସ୍ଥାନରେ ଅଧିକ ସମୟ ଧରି ବସନ୍ତୁ ନାହିଁ।
-ପିଠିର ମାଂସପେଶୀ ଉପରେ ଚାପ କମ କରିବା ଲାଗି ଛିଡ଼ା ହେବା ଏବଂ ବସିବା ସମୟରେ ମୁଦ୍ରା ବଦଳାନ୍ତୁ।
-କିଛି ଜିନିଷକୁ ଉଠାଇବା ସମୟରେ ପିଠିକୁ ସିଧା ରଖନ୍ତୁ ଏବଂ ଆଣ୍ଠୁକୁ ନୁଆଁନ୍ତୁ।
-ଚଟାଣ, ସିଡ଼ି ଚଢ଼ିବା ସମୟରେ ସାବଧାନ ରୁହନ୍ତୁ।
-ଓଜନକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରନ୍ତୁ।
-ବ୍ୟାୟାମ କରିବା ଆରମ୍ଭ କରିଥିଲେ ଧୀରେ ଧୀରେ କରନ୍ତୁ।

applying ice on pain place

ମାଂସପେଶୀରେ ଆଘାତ ଲାଗିଲେ ତୁରନ୍ତ ପ୍ରଭାବିତ ସ୍ଥାନରେ ବରଫ ଲଗାନ୍ତୁ। ଏହାଦ୍ୱାରା ଫୁଲା କମିଯିବ। ତେବେ ବରଫକୁ ସିଧାସଳଖ ତ୍ୱଚାରେ ଲଗାନ୍ତୁ ନାହିଁ। ବରଫର ପ୍ୟାକେଟ କରି କିମ୍ବା ମଖମଲ କପଡାରେ ତାକୁ ରଖି ଘସିପାରିବେ। ଅତି କମରେ ୨୦ ମିନିଟ୍ ଧରି ବରଫ ଘଷନ୍ତୁ। ପ୍ରଥମ ଦିନ ପ୍ରତି ଘଣ୍ଟାରେ ଏପରି କରନ୍ତୁ। ଏହାପରେ ଯନ୍ତ୍ରଣା ନ କମିବା ଯାଏ ପ୍ରତିଦିନ ୪ ଘଣ୍ଟା ବ୍ୟବଧାନରେ ପ୍ରଭାବିତ ସ୍ଥାନରେ ବରଫ ଘଷନ୍ତୁ। ଆବଶ୍ୟକସ୍ଥଳେ ସଂପୂର୍ଣ୍ଣ ଭାବେ ବିଶ୍ରାମ ନିଅନ୍ତୁ।