ମଶାଙ୍କ ଦାଉରୁ ରକ୍ଷା ପାଇବା ପାଇଁ ଲୋକେମାନେ ବିଭିନ୍ନ ପ୍ରକାରର ମଶା ମାରିବା ଧୂପ, ଝୁଣା, ମେସିନ୍‌ ଓ ମଶା ମାରିବା ବ୍ୟାଟ୍‌ର ବ୍ୟବହାର କରିଥା’ନ୍ତି। କିନ୍ତୁ ମଶା ମାରୁଥିବା ଏହି ଧୂପ ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ।

mosquito coils

ଗୋଟେ ମଶାଧୂପ ୧୦୦ଟି ସିଗାରେଟ୍‌ଠାରୁ ବି କ୍ଷତିକାରକ। ମଶା ଧୂପରୁ ପାଖାପାଖି ୨.୫ ପିଏମ୍‌ ଧୂଆଁ ବାହାରିଥାଏ, ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ମଶା ଧୂପରୁ ବାହାରୁଥିବା ଧୂଆଁରେ ପ୍ରତିଦିନ ରହିଲେ ଶ୍ୱାସ ହେବାର ଆଶଙ୍କା ଅଧିକ ଥାଏ। ବିଶେଷଜ୍ଞଙ୍କ କହିବାନୁସାରେ, କୌଣସି ବ୍ୟକ୍ତି ମଶାଧୂପରୁ ବାହାରୁଥିବା ଧୂଆଁରେ ଅଧିକ ସମୟ ରହେ, ତେବେ ତାଙ୍କୁ ଆଜ୍‌ମା ହେବାର ଆଶଙ୍କା ଥାଏ।

ମଶାଧୂପରୁ ବାହାରୁଥିବା କଡ଼ା ଧୂଆଁ ତ୍ୱଚା ଓ ଆଖି ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ୱାରା ଆଖିରେ ପୋଡ଼ାଜଳା ବି ହୋଇଥାଏ।Camphorଘରେ ବିଶାକ୍ତ ମଶା ଧୂପ ଲଗାଇବା ଅପେକ୍ଷା କର୍ପୂରର ବ୍ୟବହାର କରନ୍ତୁ। କର୍ପୂରକୁ ଚୂର୍ଣ୍ଣ କରି ମଶା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ। ଏପରି କରିବାଦ୍ୱାରା ମଶା ଦୂର ହେବାସହ ସ୍ୱାସ୍ଥ୍ୟରେ କୌଣସି କୁପ୍ରଭାବ ପଡ଼ିନଥାଏ।

ଏହାଛଡ଼ା ସମପରିମାଣର ଲେମ୍ବୁ ଓ ନୀଳଗିରି ତେଲକୁ ମିଶାଇ ଶରୀରରେ ମାଲିସ୍ କରନ୍ତୁ। ଏହାର ବାସ୍ନାରେ ମଶାମାନେ ପାଖ ମାଡ଼ନ୍ତି ନାହିଁ।