ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ
କରୋନା ଭାଇରସ୍ ଏକ ଭୂତାଣୁ, ଯାହାକି ମଣିଷ ଓ ବିଭିନ୍ନ ପ୍ରାଣୀଙ୍କଠାରେ ଦେଖାଯାଏ। ଏହା ପ୍ରଥମେ ଚୀନର ଉହାନ ସହରରେ ୨୦୧୯, ଡିସେମ୍ବରରେ ଦେଖାଦେଇଥିଲା। କରୋନା ଭାଇରସ ପରିବାରର ବିଭିନ୍ନ ପ୍ରକାର ଭୂତାଣୁ ରହିଛି। ବର୍ତ୍ତମାନ ସାରା ପୃଥିବୀରେ ଯାହା ମହାମାରୀର ରୂପ ନେଇଛି ତାହାର ନାଁ ପ୍ରଥମେ ଦିଆଯାଇଥିଲା ନୋଭେଲ କରୋନା ଭାଇରସ। ବର୍ତ୍ତମାନ ଏହାକୁ COVID-19 ନାଁ ନାମିତ କରାଯାଇଛି।