କାଙ୍କଡ଼ର ସ୍ଵତନ୍ତ୍ରତା ହେଲା ଏହା ମାଂସଠାରୁ ୫୦ ଗୁଣ ଅଧିକ ଶକ୍ତି ଓ ପ୍ରୋଟିନ ପ୍ରଦାନ କରେ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ। କାଙ୍କଡ଼ ବର୍ଷା ଦିନରେ ହିଁ ଅଧିକ ଫଳିଥାଏ। ଫଳରେ ବର୍ଷା ଦିନରେ ହିଁ ଏହା ଅଧିକ ଉପଲବ୍ଧ ହୋଇଥାଏ। ଆମ ଦେଶର ପାର୍ବତ୍ୟାଞ୍ଚଳରେ ମୁଖ୍ୟତଃ କାଙ୍କଡ଼ ଚାଷ ହୋଇଥାଏ। କାଙ୍କଡ଼ ଖାଇବା ଦ୍ୱାରା ଆପଣ ସୁସ୍ଥ ରହିପାରିବେ।
ରକ୍ତଚାପ: କାଙ୍କଡ଼ରେ ଥିବା ମେମୋରେଡିସନ୍ ତତ୍ତ୍ୱ ଆଣ୍ଟି ଅକ୍ସିଡେଣ୍ଟ, ଆଣ୍ଟିବଡିଜ୍ ଓ ଆଣ୍ଟିଷ୍ଟେରସ୍ ଭଳି କାମ କରେ। ଏହାକୁ ନିୟମିତ ଖାଇବା ଫଳରେ ରକ୍ତଚାପ ନିୟନ୍ତ୍ରଣରେ ରହେ।
ପାଚନ କ୍ରିୟା: ଯଦି ଆପଣ କାଙ୍କଡ଼ ତରକାରୀ ଖାଇବାକୁ ଚାହୁଁନାହାନ୍ତି, ତେବେ ଏହାକୁ ଆଚାର କରି ଖାଇପାରିବେ। ଆୟୁର୍ବେଦରେ ବହୁ ରୋଗର ଚିକିତ୍ସା ପାଇଁ ଏହାକୁ ଔଷଧ ଭାବେ ବ୍ୟବହାର କରାଯାଏ। ପାଚନଶକ୍ତିକୁ ଭଲ ରଖିବା ପାଇଁ କାଙ୍କଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ।
କ୍ୟାନ୍ସର: କାଙ୍କଡ଼ରେ ଥିବା ବ୍ଲୁଟେନ୍ ଭଳି କେରେଟୋନୋଇଡ୍ସ ବିଭିନ୍ନ ଦୃଷ୍ଟି ସମ୍ବନ୍ଧୀୟ ରୋଗ, ହୃଦରୋଗ ଓ କ୍ୟାନସର ଭଳି ରୋଗର ପ୍ରତିରୋଧ କରିବାରେ ସାହାଯ୍ୟ କରେ।
ଥଣ୍ଡା କାଶ: କାଙ୍କଡ଼ରେ ଥିବା ଆଣ୍ଟି ଏଲର୍ଜି ଓ ଏନାଲ୍ଜେସିକ୍, ଥଣ୍ଡା କାଶରୁ ଆଶ୍ବସ୍ତି ପ୍ରଦାନ କରେ। ଥଣ୍ଡା ଓ କାଶ ରୋକିବାରେ ଅନେକାଂଶରେ ସାହାଯ୍ୟ କରେ।
ଓଜନ ହ୍ରାସ: କାଙ୍କଡ଼ରେ ପ୍ରୋଟିନ୍ ଓ ଲୌହ ଭରପୁର ମାତ୍ରାରେ ଥାଏ। ଏଥିରେ କ୍ୟାଲୋରୀ କମ୍ ପରିମାଣର ଥାଏ। ୧୦୦ ଗ୍ରାମ କାଙ୍କଡ଼ର ତରକାରୀ ଖାଇଲେ ୧୭ କ୍ୟାଲୋରୀ ମିଳିଥାଏ। ଓଜନ କମ୍ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଏହା ଖୁବ୍ ଉପାଦେୟ ହୋଇଥାଏ।