ହଳଦୀର କ’ଣ କ’ଣ ଉପକାରିତା ରହିଛି ଆସନ୍ତୁ ଜାଣିବା।
ହଳଦୀ କେବଳ ଏକ ମସଲା ନୁହେଁ, ଏହାକୁ ଆମେ ଗୁଣକାରୀ ଔଷଧ ରୂପେ ବ୍ୟବହାର କରିଥାଉ। ଖାଦ୍ୟରେ ରଙ୍ଗ ଆଣିବା ପାଇଁ ଏବଂ ସୌନ୍ଦର୍ଯ୍ୟର ଉପଚାର ପାଇଁ ହଳଦୀ ବ୍ୟବହୃତ ହୁଏ। ରକ୍ତ ସଫା କରିବାରେ ଓ ଚର୍ମ ରୋଗର ଉପଚାରରେ ହଳଦୀ ଦରକାରରେ ଆସେ।
ବଦହଜମି ଦୂର କରେ
ଯଦି ବଦହଜମି ହେଉଛି ତେବେ ହଳଦୀକୁ ଖାଆନ୍ତୁ। ହଳଦୀର ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଯାହା ବଦହଜମିକୁ ଦୂର କରିଥାଏ। ହଳଦୀ ଖାଦ୍ୟ ହଜମ କରାଇବା ସହ ଏସିଡିଟି ଦୂର କରେ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ
ହଳଦୀର ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ହଳଦୀ ଖାଇଲେ ଶରୀରରୁ ଅଦରକାରୀ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ଓ ବିଭିନ୍ନ ସଂକ୍ରମଣଠାରୁ ଶରୀରକୁ ରକ୍ଷା କରେ। ହଳଦୀ ଥଣ୍ଡା ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ।
ଓଜନ ହ୍ରାସ କରେ
ଓଜନ ହ୍ରାସ କରିବା ପାଇଁ ଆପଣ ହଳଦୀକୁ ବିଭିନ୍ନ ଉପାୟରେ ବ୍ୟବହାର କରିପାରିବେ।
ତ୍ୱଚାର ଚମକ ଆଣିଦିଏ
ହଳଦୀ ତ୍ୱଚାର ଚମକ ଏବଂ ଉଜ୍ଜ୍ୱଳତା ପାଇଁ ବ୍ୟବହାର କରାଯାଏ। କଞ୍ଚା ହଳଦୀ ଖାଇବା ଦ୍ୱାରା ମୁହଁର ଦାଗ ଦୂର ହୋଇଥାଏ।
ମସ୍ତିଷ୍କ ପାଇଁ ହିତକର
ହଳଦୀରେ ବିଭିନ୍ନ ଭିଟାମିନ ଓ ମିନେରାଲ୍ସ ରହିଛି। ଏଥିରେ ଥିବା ପୋଷକ ତତ୍ୱ ମସ୍ତିଷ୍କକୁ ସୁସ୍ଥ ରଖିଥାଏ ଓ ସ୍ମରଣ ଶକ୍ତି ବୃଦ୍ଧି କରାଏ। ନିୟମିତ ହଳଦୀ ମିଶ୍ରିତ କ୍ଷୀର ପିଇଲେ ଶାରୀରିକ, ମାନସିକ ବିକାଶ ହୋଇଥାଏ।
-ଛୋଟଛୁଆଙ୍କ ପେଟରେ କୃମି ହୋଇଥିଲେ ହଳଦୀ ରସରେ ମହୁ ମିଶାଇ ପିଇବାକୁ ଦିଅନ୍ତୁ। ୧୦ଦିନ ପର୍ଯ୍ୟନ୍ତ ଏପରି କଲେ କୃମି ଭଲ ହୋଇଯିବ।
-ଅଣ୍ଟାପିଠି ଯନ୍ତ୍ରଣା ହେଉଥିଲେ କଞ୍ଚାହଳଦୀ ମହୁ ସହ ମିଶାଇ ୨୦ଦିନ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟାରେ ପିଇଲେ ଅଣ୍ଟା ଦରଜରୁ ମୁକ୍ତି ମିଳେ।
-କୌଣସି କ୍ଷତ ସ୍ଥାନରେ ବା କଟିଯାଇ ପ୍ରବଳ ମାତ୍ରାରେ ରକ୍ତ ବୋହୁଥିଲେ ସେହି ସ୍ଥାନରେ ହଳଦୀ ଲଗାଇଲେ ରକ୍ତ ବନ୍ଦ ହୋଇଯାଏ।
-ଶରୀର ଦୁର୍ବଳ ଲାଗୁଥିଲେ କିମ୍ବା କ୍ଳାନ୍ତି ଅନୁଭବ ହେଉଥିଲେ ଶୋଇବା ପୂର୍ବରୁ ରାତିରେ କ୍ଷୀର ସହ ହଳଦୀ ଏବଂ ମହୁ ମିଶାଇ ପିଇଲେ ଆରାମ ମିଳେ।
Everything you need to know about the golden spice- Turmeric, Odia Health Tips.