ସର୍ଭାଇକଲ କ୍ୟାନ୍‌ସରକୁ ଆମେ ରୋକିପାରିବା। ହେଲେ କେମିତି? ଏନେଇ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କଠାରୁ ଏବିଷୟରେ ଅଧିକ ଜାଣିବା।

ଆମ ସ୍ୱାସ୍ଥ୍ୟର ଭବିଷ୍ୟତ ଆମ ହାତରେ। ତେଣୁ, ଆମ ସ୍ୱାସ୍ଥ୍ୟକୁ ସୁନ୍ଦର, ନିରୋଗୀ ରଖିବା ପାଇଁ ହେଲେ ଆମକୁ ସ୍ଵାସ୍ଥ୍ୟର ଯତ୍ନ ନେବା ଆବଶ୍ୟକ।

cervical_cancer3

ଅଧିକ ପଢ଼ନ୍ତୁ: କାହିଁକି ହୁଏ ଫୁସଫୁସ୍ କର୍କଟ? ଏହାର ଲକ୍ଷଣ ଏବଂ ଚିକିତ୍ସା ବିଷୟରେ ଜାଣନ୍ତୁ

ସର୍ଭାଇକଲ କ୍ୟାନସର କ’ଣ? (What is Cervical Cancer in Odia)

ସ୍ତନ କର୍କଟ ପରେ ମହିଳାଙ୍କଠାରେ ଦେଖାଦେଉଥିବା ଦ୍ଵିତୀୟ ବୃହତ୍ତମ କ୍ୟନସର ହେଉଛି ସର୍ଭାଇକଲ କ୍ୟାନସର। ଆପଣ ଜାଣିଛନ୍ତି କି, ସର୍ଭାଇକଲ କ୍ୟାନସର ହେବାକୁ ଆମେ ରୋକିପାରିବା। ଏଥିପାଇଁ ପ୍ରତିଷେଧକ ‘ଟିକା’ ରହିଛି। ଏହି ଟିକା ୯ ବର୍ଷରୁ ଅଧିକ ବୟସର ଝିଅମାନେ ନେଇପାରିବେ।

ଗର୍ଭାଶୟର ମୁଖ୍ୟଦ୍ୱାରକୁ ସର୍ଭିକ୍ସ ବୋଲି କୁହାଯାଇଥାଏ। ସର୍ଭିକ୍ସରେ କୋଷିକାଗୁଡ଼ିକର ଅନିୟନ୍ତ୍ରିତ ବୃଦ୍ଧି ଯୋଗୁଁ ସର୍ଭାଇକଲ କ୍ୟାନସର (ଗର୍ଭାଶୟ ଗ୍ରୀବା କର୍କଟ) ରୋଗ ହୋଇଥାଏ। ୯୯ ପ୍ରତିଶତ ସର୍ଭାଇକଲ କ୍ୟାନ୍‌ସର ହ୍ୟୁମାନ୍‌ ପାପିଲୋମା ଭାଇରସ୍‌ ଯୋଗୁଁ ହୋଇଥାଏ। ଜଣେ ମଣିଷ ତା’ର ଜୀବନକାଳ ଭିତରେ ହ୍ୟୁମାନ୍‌ ପାପିଲୋମା ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଥା’ନ୍ତି। ତେବେ ସର୍ଭାଇକଲ କ୍ୟାନ୍‌ସରକୁ ପ୍ରତିରୋଧ କରିବା ପାଇଁ ୧୦ ବର୍ଷରୁ ଅଧିକ ବୟସର ଝିଅମାନେ ସର୍ଭାଇକଲ କ୍ୟାନ୍‌ସର ପ୍ରତିଷେଧକ ଟିକା ନେଇପାରିବେ।

ଭାରତରେ ପ୍ରତି ମିନିଟ୍‌ରେ ୮ ଜଣ ମହିଳାଙ୍କର ମୃତ୍ୟୁ ସର୍ଭାଇକଲ କ୍ୟାନ୍‌ସର ଯୋଗୁଁ ହୋଇଥାଏ। ତେଣୁ, ସର୍ଭାଇକଲ କ୍ୟାନ୍‌ସର ପାଇଁ ପ୍ରତିଷେଧକ ଟିକା ବିଷୟରେ ଲୋକ ଜାଣିବା ଦରକାର।

 ଏଚ୍‌ପିବି ଅର୍ଥାତ୍ ହ୍ୟୁମାନ ପିପିଲୋମା ନାମକ ଏକ କ୍ୟାନ୍‌ସରୋଜେନିତ୍‌ ଭାଇରସ୍‌ ଗର୍ଭାଶୟ ଗ୍ରୀବାରେ ସଂକ୍ରମଣ କରିବା ଫଳରେ ସର୍ଭାଇକଲ କ୍ୟାନ୍‌ସର ହୋଇଥାଏ। ଏହାର ଅର୍ଥ ନୁହଁ ଯେ, ସମସ୍ତଙ୍କୁ ହ୍ୟୁମାନ୍‌ ପାପିଲୋମା ଭାଇରସ୍‌ ସଂକ୍ରମଣ କଲେ କ୍ୟାନ୍‌ସର ହେବ।

ମହିଳାମାନଙ୍କର ପିଏପି ପରୀକ୍ଷା କରାଯାଇ ଦେଖାଯାଏ ଯେ, ସର୍ଭିକ୍ସରେ କ୍ୟାନ୍‌ସରଜନିତ କିଛି ସମସ୍ୟା ଆରମ୍ଭ ହୋଇଛି କି ନାହିଁ। ଜଣେ ମହିଳା ୪୫ ବର୍ଷ ବୟସ ମଧ୍ୟରେ ସର୍ଭାଇକଲ କ୍ୟାନ୍‌ସର ପ୍ରତିଷେଧକ ଟିକା ନେଇପାରିବେ।

cervical cance

ଅଧିକ ପଢ଼ନ୍ତୁ: ବଂଶଗତ କାରଣ ଯୋଗୁଁ ହୋଇପାରେ ସ୍ତନ କର୍କଟ

କେଉଁ ବୟସରେ ନେବେ ସର୍ଭାଇକଲ କ୍ୟାନସର ଟିକା? (Age for Cervical Cancer Vaccination in Odia)

 ୯ ବର୍ଷରୁ ୧୫ ବର୍ଷ ମଧ୍ୟର ଝିଅମାନଙ୍କୁ ଦୁଇଟା ଟିକା ଦିଆଯିବା ଜରୁରୀ ଏବଂ ୧୫ ବର୍ଷରୁ ୪୫ ବର୍ଷ ପର୍ଯ୍ୟନ୍ତ ୩ଟା ଟିକା ନେବା ଜରୁରୀ ହୋଇଥାଏ। ୯-୧୫ ବର୍ଷ ମଧ୍ୟରେ ପ୍ରଥମ ଟିକା ନେବାର ୬ମାସରେ ଆଉ ଗୋଟେ ଟିକା ନେବାକୁ ହୋଇଥାଏ। ସେହିପରି ୧୫-୪୫ ମଧ୍ୟରେ ପ୍ରଥମ ଟିକା ନେବାର ଦୁଇ ମାସରେ ଦ୍ୱିତୀୟ ଟିକା ଓ ଛଅମାସରେ ଶେଷ ଟିକା ନିଆଯାଏ।

ଏହି ଟିକା ନେବା ଯୋଗୁଁ ସର୍ଭାଇକଲ କ୍ୟାନ୍‌ସର ରୋକିବାର ୯୯ ପ୍ରତିଶତ ସମ୍ଭାବନା ରହିଛି।

କାହିଁକି ହୁଏ ସର୍ଭାଇକଲ କ୍ୟାନସର? (Causes of Cervical Cancer in Odia)

ହ୍ୟୁମାନ ପାପିଲୋମ ଭାଇରସ୍‌ ଯୌନାଙ୍ଗକୁ ସଂକ୍ରମଣ କରିଥାଏ। ସହବାସ ବେଳେ ଏହି ଭାଇରସ୍‌ ଜଣଙ୍କଠାରୁ ଆଉ ଜଣଙ୍କୁ ସଂକ୍ରମିତ ହୋଇଥାଏ। ଫଳରେ ଜଣଙ୍କୁ ସର୍ଭାଇକାଲ କ୍ୟାନ୍‌ସର ହେବାର ଆଶଙ୍କା ଥାଏ।

ସଚେତନ ରହନ୍ତୁ, ଟିକା ନିଅନ୍ତୁ (Be Careful Get Vaccinated in Odia)

 ନିଜର ଗୋପନ ଅଙ୍ଗର ପରିଷ୍କାର, ପରିଚ୍ଛନ୍ନତା କରିବା ଦରକାର। ଗର୍ଭାଶୟ ଗ୍ରୀବା କର୍କଟ ରୋଗରୁ ରକ୍ଷା ପାଇବା ଲାଗି ମହିଳାମାନଙ୍କୁ ନିୟମିତ ଭାବେ ନିଜ ଶରୀରର ପରୀକ୍ଷା କରିବା ସହ ଏଚପିବି ଭାଇରସ କବଳରୁ ବର୍ତ୍ତିବା ଲାଗି ଟୀକାକରଣ କରାଇ ନେବା ଉଚିତ୍।

(ସ୍ୱାସ୍ଥ୍ୟ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ପ୍ଲାଟଫର୍ମସ୍ୱାସ୍ଥ୍ୟ ପ୍ଲସ୍ସହିତ ଡାକ୍ତର ରଞ୍ଜିତ କୁମାର ଜୋଶୀଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ)

Note: This information on Prevention of Cervical cancer, in Odia language, is based on an extensive interview with Paediatrician Dr Ranjit Kumar Joshi.