ଆଜିକାଲି ଦୃଷ୍ଟିଶକ୍ତି କାରଣରୁ ହେଉ କିମ୍ବା ଷ୍ଟାଇଲ ପାଇଁ ଆଖିରେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି। ଆଖିରେ ଲେନ୍ସ ଲଗାଇବା ଫଳରେ ମୋଟା ଫ୍ରେମ ଲଗାଇବାକୁ ପଡ଼ୁ ନାହିଁ। ଲେନ୍ସ ବ୍ୟବହାର ଫଳରେ ଭଲ ଲୁକ ମିଳୁଛି। କିନ୍ତୁ ଏହାର କିଛିଟା ପାର୍ଶ୍ୱପ୍ରତିକ୍ରିୟା ରହିଛି। ତେଣୁ ଏହାକୁ ଲଗାଇବା ପୂର୍ବରୁ କେତେଗୁଡ଼ିଏ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।

eye lenses

ଅଧିକ ପଢ଼ନ୍ତୁ: ରେଟିନୋପାଥି ଅଫ୍ ପ୍ରିମାଚ୍ୟୁରିଟି ସମସ୍ୟା କ’ଣ?

କିଛି ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ ଲେନ୍ସ ବ୍ୟବହାର କରନ୍ତି। ଏହା ଫଳରେ ଆଖି ଶୁଖି ଯାଇଥାଏ। ଅଧିକ ସମୟ ପିନ୍ଧିବା ହେତୁ ଆଖି ପୋଡ଼ା ଜଳା କରିଥାଏ।

ଯଦି ଆପଣ ପ୍ଲାଷ୍ଟିକ କିମ୍ବା ସିଲିକନ ଲେନ୍ସ ବ୍ୟବହାର କରୁଛନ୍ତି ତେବେ ଅଧିକ ସମୟ ପର୍ଯ୍ୟନ୍ତ ପିନ୍ଧନ୍ତୁ ନାହିଁ। ଏହା ଫଳରେ ଆଖି ଯନ୍ତ୍ରଣା ହୋଇଥାଏ।

ବାରମ୍ବାର ଗୋଟିଏ ଲେନ୍ସ ବ୍ୟବହାର ଫଳରେ ଆଖି ସଂକ୍ରମଣ ହୋଇଥାଏ। ତେଣୁ ଅଧିକ ଦିନ ଗୋଟିଏ ଲେନ୍ସ ବ୍ୟବହାର ନ କରି ବଦଳାଇ ଦିଅନ୍ତୁ।

ଅଧିକ ସମୟ ଧରି ନରମ ଲେନ୍ସ ବ୍ୟବହାର ଫଳରେ ଆଖିରେ ଥିବା ଇଣ୍ଟ୍ରାକୁଲାର ନାମକ ତରଳ ପଦାର୍ଥ ଆଖିର ରେଟିନାରେ ଜମା ହୋଇଥାଏ। ଯାହା ଦ୍ୱାରା ଦେଖିବାରେ ଅସୁବିଧା ହୋଇଥାଏ।

ଯଦି ନିୟମିତ ଲେନ୍ସ ବ୍ୟବହାର କରୁଛନ୍ତି ତେବେ ସଲ୍ୟୁସନରେ ବୁଡ଼ାଇ ଭଲ ଭାବେ ସଫା କରନ୍ତୁ।

ଅଧିକ ପଢ଼ନ୍ତୁ: ବିଶ୍ୱ ଚକ୍ଷୁ ଦାନ ସପ୍ତାହ- ଜାଣନ୍ତୁ ଚକ୍ଷୁ ଦାନ ବାବଦରେ କିଛି ତଥ୍ୟ