କେମିତି କରିବେ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌? ଆସନ୍ତୁ ଜାଣିବା ଫିଜିଓଥେରାପିଷ୍ଟ ଡାକ୍ତର ସୁନୀଲ ସାହୁଙ୍କଠାରୁ।

ସାଧାରଣତଃ କୋଭିଡ୍‌ ଭୂତାଣୁ ଫୁସ୍‌ଫୁସ୍‌କୁ ଅଧିକ ପ୍ରଭାବିତ କରିଥାଏ। ଫଳରେ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧା ହେବା, ଧଇଁସଇଁ ଲାଗିବା ଭଳି ଲକ୍ଷଣ ଦେଖାଦେଇଥାଏ। ଏଭଳି ପରିସ୍ଥିତିକୁ ଏଡ଼ାଇବା ପାଇଁ କୋଭିଡ୍‌ ଆକ୍ରାନ୍ତମାନେ ସହଜରେ ନିଶ୍ଵାସ ପ୍ରଶ୍ୱାସ ନେବା ପାଇଁ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌ କରିପାରିବେ।

ଅଧିକାଂଶ କୋଭିଡ୍‌ ଆକ୍ରାନ୍ତଙ୍କଠାରେ କୌଣସି ଲକ୍ଷଣ ଦେଖାଦେଉ ନାହିଁ। ଆଉ କେତେକ ଆକ୍ରାନ୍ତଙ୍କର ରକ୍ତରେ ଅକ୍ସିଜେନ୍‌ ସ୍ତର କମିଯିବା ଫଳରେ ଧଇଁସଇଁ ଲାଗିବା, ନିଶ୍ୱାସ ପ୍ରଶ୍ଵାସରେ କଷ୍ଟ ହେବା ଭଳି ଲକ୍ଷଣ ଦେଖିବାକୁ ମିଳୁଛି। ଏହି ସ୍ଥିତିକୁ ପରିଚାଳନା କରିବା ପାଇଁ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରିପାରିବେ। ଏହା କରିବା ଦ୍ୱାରା ଶରୀରରେ ଅକ୍ସିଜେନ୍‌ ସାଚୁରେସନ୍‌ ଠିକ୍‌ ରହିବା ସହ ନିଶ୍ୱାସ ମାର୍ଗ ଖୋଲିବାରେ ସହାୟକ ହୋଇଥାଏ।

Breathing

ଅଧିକ ପଢ଼ନ୍ତୁ: କୋଭିଡ୍‌ ରୋଗୀଙ୍କ ପାଇଁ ବ୍ରିଦିଙ୍ଗ୍‌ ଏକ୍ସରସାଇଜ୍‌

ପର୍‌ସଡ୍‌ ଲିପ୍‌ ବ୍ରିଦିଙ୍ଗ ଏକ୍ସରସାଇଜ୍‌ (Pursed lip breathing exercise)

ଏହି ବ୍ୟାୟାମ କରିବା ପାଇଁ ପ୍ରଥମେ ଗୋଟେ ଦୀର୍ଘ ପ୍ରଶ୍ୱାସ ନିଅନ୍ତୁ। ପାଟିକୁ ବେଲୁନ୍‌ ଫୁଙ୍କିବା ଭଳି କରି ନିଶ୍ୱାସକୁ ଧୀରେ ଧୀରେ ଛାଡ଼ନ୍ତୁ। ନିଶ୍ୱାସ ଛାଡ଼ିବା ବେଳେ ପାଟିକୁ ଅଳ୍ପ ଖୋଲାକରି ନିଶ୍ୱାସ ଛାଡ଼ନ୍ତୁ।

ଏହି ବ୍ୟାୟାମ ବଦଳରେ ଆପଣ ବେଲୁନ୍‌ ମଧ୍ୟ ଫୁଙ୍କିପାରିବେ।

ଦୀର୍ଘ ନିଶ୍ୱାସ ନେବା ଦ୍ଵାରା ଫୁସ୍‌ଫୁସ୍‌ ଭିତରକୁ ଅଧିକ ପରିମାଣର ବାୟୁ ଯାଇଥାଏ। ଏହାଦ୍ୱାରା ଅକ୍ସିଜେନ୍‌ ସ୍ତର ଧୀରେ ଧୀରେ ବଢ଼ିଥାଏ।

ଅଧିକ ପଢ଼ନ୍ତୁ: ନିଶ୍ୱାସ ପ୍ରଶ୍ଵାସରେ ଅସୁବିଧା ହେଲେ କ’ଣ କରିବେ?

ଚେଷ୍ଟ ଏକ୍ସପାନ୍‌ସନ୍‌ ଏକ୍ସରସାଇଜ୍‌ (Chest Expansion Exercise)

ଗୋଟେ ଚେୟାରରେ ବସନ୍ତୁ। ଦୁଇ ହାତକୁ ଦୁଇପଟ ଛାତି ଉପରେ ରଖନ୍ତୁ। ଗୋଟେ ଦୀର୍ଘ ପ୍ରଶ୍ୱାସ ନିଅନ୍ତୁ ଓ ଡାହାଣ ପଟକୁ ବୁଲି ଧୀରେ ଧୀରେ ନିଶ୍ୱାସ ଛାଡ଼ନ୍ତୁ। ସେହିଭଳି ଭାବେ ଆଉ ଥରେ ଲମ୍ବା ପ୍ରଶ୍ୱାସ ନିଅନ୍ତୁ ଓ ବାମ ପଟକୁ ବୁଲି ଧୀରେ ଧୀରେ ନିଶ୍ୱାସ ଛାଡ଼ନ୍ତୁ।

ଯଦି ଆକ୍ୟୁଟ୍‌ ରେସ୍‌ପିରେଟୋରି ଡିସ୍‌ଟ୍ରେସ୍‌ ସିଣ୍ଡ୍ରୋମ୍‌ ଥାଏ ବା ହାଲିଆ ଲାଗୁଥିବ ବା ଅକ୍ସିଜେନ୍‌ ସ୍ତର ୯୫ରୁ ତଳକୁ ରହୁଛି, ତେବେ ବ୍ରିଦିଙ୍ଗ ଏକ୍ସରସାଇଜ୍‌ ନ କରି ଡାକ୍ତରଙ୍କୁ ପରାମର୍ଶ କରନ୍ତୁ।

କେଉଁମାନେ କରିପାରିବେ ବ୍ରିଦିଙ୍ଗ ଏକ୍ସରସାଇଜ୍‌? (Who can do breathing exercises in Odia)

ସାଧାରଣ ଲୋକ ତଥା କୋଭିଡ୍‌ ଆକ୍ରାନ୍ତମାନେ ବ୍ରିଦିଙ୍ଗ ଏକ୍ସରସାଇଜ୍‌ କରିପାରିବେ।

(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍‌ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ସୁନୀଲ ସାହୁଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)

Note: This information on Breathing Exercise, in Odia language, is based on an extensive interview with Physiotherapist Dr Sunil Sahu.