ସ୍ୱାସ୍ଥ୍ୟ ପ୍ଲସ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ଜଣେ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୮୬୧୯ ନମୁନା ପରୀକ୍ଷଣ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୬୧ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

coronavirus

ଶୁକ୍ରବାର ସୁଦ୍ଧା ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୬୦ରେ ସ୍ଥିର ଥିଲା। ହେଲେ ଶନିବାର ମିଳିଥିବା ରିପୋର୍ଟରେ ୬୧ ଜଣ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଛି। ଫଳରେ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ପକ୍କା ହୋଇଛି।coronaତେବେ ନୂଆ ଆକ୍ରାନ୍ତ ଜଣକ କେଉଁ ଅଞ୍ଚଳର କିମ୍ବା କେଉଁ ଜିଲ୍ଲାର ସେନେଇ କୌଣସି ସୂଚନା ଦିଆଯାଇନାହିଁ। ଅଥବା ସେ କେଉଁ ସ୍ଥାନକୁ ଯାଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେନେଇ ମଧ୍ୟ କୌଣସି ପ୍ରକାର ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରର ଆଉ ତିନିଜଣ ବ୍ୟକ୍ତି କରୋନା କବଳରୁ ସୁସ୍ଥ ହୋଇଛନ୍ତି। ଫଳରେ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଥିବାବେଳେ ସେମାନଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପଟେ ଏବେ ସୁଦ୍ଧା ରାଜ୍ୟରେ ଜଣେ ହିଁ ବ୍ୟକ୍ତି କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ ଏବେ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୫କୁ ହ୍ରାସ ପାଇଛି।