ଅଧିକ ଜୋରରେ ଗୀତ କିମ୍ବା ଶବ୍ଦ ଶୁଣିବା ଯୋଗୁଁ ଆମ ମୁଣ୍ଡ ବ୍ୟଥା ହୋଇଥାଏ। କେବଳ ସେତିକି ନୁହେଁ ଜୋର ଶବ୍ଦ ହୃଦଘାତର କାରଣ ମଧ୍ୟ ହୋଇପାରେ।

hearing problemଆପଣ କୌଣସି କାମ କରୁଥିବା ସମୟରେ ଜୋର ଶବ୍ଦ ଶୁଣିଲେ ତାହା ଶାରୀରିକ ଏବଂ ମାନସିକ ପ୍ରତିକ୍ରିୟା ସୃଷ୍ଟି କରିଥାଏ। ଆବଶ୍ୟକଠାରୁ ଅଧିକ ଜୋରରେ ଶବ୍ଦ ଶୁଣିବା ଫଳରେ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ।

ଅଧିକ ଜୋରରେ ଗୀତ, ମାଇକ କିମ୍ବା ଅନ୍ୟ କୌଣସି ଶବ୍ଦ ଶୁଣିବା ଫଳରେ ଶ୍ରବଣ ଶକ୍ତି ହ୍ରାସ ହୋଇଥାଏ।

ଗୁରୁତ୍ୱପୂର୍ଣ୍ଣ କଥାବାର୍ତ୍ତା ଚାଲୁଥିବା ସମୟରେ ଅଧିକ ଲାଉଡ ଶବ୍ଦ ବିରକ୍ତକର ପରିବେଶ ସୃଷ୍ଟି କରିଥାଏ।

କୌଣସି କାମ କିମ୍ବା ପାଠ ମନ ଦେଇ ପଢ଼ୁଥିବା ସମୟରେ ଅତ୍ୟଧିକ ସାଉଣ୍ଡ ଏକାଗ୍ରତା ଏବଂ ଚିନ୍ତା ପ୍ରକ୍ରିୟାରେ ବାଧା ଆଣିଥାଏ।

ଆପଣ ନିଦରେ ଶୋଇଥିବା ସମୟରେ ସାମାନ୍ୟ ଶବ୍ଦରେ ନିଦ ଭାଙ୍ଗିଯାଇଥାଏ। ଏଭଳି ପରିସ୍ଥିତିରେ ଜୋର ସାଉଣ୍ଡ ବ୍ୟକ୍ତିକୁ ଚିଡ଼ଚିଡ଼ା କରିଦେଇଥାଏ।

ଶୋଇବା ସମୟରେ ଅନେକ ପିଲା ଜୋର ସାଉଣ୍ଡରେ ହେଡଫୋନରେ ଗୀତ ଶୁଣିଥାନ୍ତି। ଫଳରେ ଏହା କାନର ପରଦା ଉପରେ କୁପ୍ରଭାବ ପକାଇଥାଏ ଏବଂ କମ ବୟସରେ ମଧ୍ୟ ଶ୍ରବଣ ଶକ୍ତି ହ୍ରାସ ପାଇଥାଏ।

ସାଧାରଣତଃ ୯୦ଡ଼େସିମଲ ଠାରୁ ଅଧିକ ଜୋରରେ ଶବ୍ଦ ହେଲେ ତାହା କାନ ପାଇଁ କ୍ଷତିକାରକ ଅଟେ। ଯେଉଁମାନେ ଅଧିକ ଜୋରରେ ଗୀତ ଶୁଣନ୍ତି, ସେମାନଙ୍କର କାନର ବହୁ ସମସ୍ୟା ସୃଷ୍ଟି ହୋଇଥାଏ।

ଉଚ୍ଚ ସ୍ୱରରେ ଶବ୍ଦ ଶୁଣିବା କାରଣରୁ ବ୍ୟକ୍ତି ଥକ୍କା ଏବଂ ଆକ୍ରୋଶର ଶିକାର ହୋଇଥାଏ।

ହୃଦରୋଗୀମାନଙ୍କୁ ଅଧିକ ଶବ୍ଦଠାରୁ ଦୂରରେ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। ଉଚ୍ଚ ସ୍ୱର ଅନେକ ହୃଦରୋଗର କାରଣ ହୋଇଥାଏ।

ଅତ୍ୟଧିକ ଶବ୍ଦର ପ୍ରତିକ୍ରିୟାରେ ଶରୀରର ସ୍ବୟଂଶାସିତ ସ୍ନାୟୁ ପ୍ରଣାଳୀ ଜଣେ ବ୍ୟକ୍ତିଙ୍କ ହୃଦସ୍ପନ୍ଦନକୁ ବଢ଼ାଇ ଦେଇଥାଏ। ଶରୀରର ରକ୍ତଚାପ ବୃଦ୍ଧି କରିବା ସହ ଆଡ୍ରିନାଲିନ ଏବଂ କର୍ଟିସୋଲ୍ ହରମୋନ ମୁକ୍ତ କରି ଶରୀରର କାର୍ଯ୍ୟକୁ ନିୟନ୍ତ୍ରଣ କରିଥାଏ। କିନ୍ତୁ ଉଚ୍ଚ ସ୍ତରର ଆଡ୍ରିନାଲିନ ଏବଂ କର୍ଟିସୋଲ୍ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଯାହା ଫଳରେ ଅନେକ ସମସ୍ୟା ଦେଖା ଦେଇଥାଏ। ଅଧିକ ଜୋରରେ ଶବ୍ଦ ଶୁଣିବା ଫଳରେ କାନର ଭିତର କୋଷ ନଷ୍ଟ ହୋଇଯାଏ। ଫଳରେ ବ୍ୟକ୍ତି ସାରା ଜୀବନ ବଧିର ହେବାର ଆଶଙ୍କା ରହିଛି।

hearing problemରକ୍ତଚାପରେ ନିୟନ୍ତ୍ରଣ ରହେ ନାହିଁ।

ହୃଦସ୍ପନ୍ଦନ ତ୍ୱରିତ ହୋଇଥାଏ।

ଉଚ୍ଚ ଶବ୍ଦ ଯୋଗୁଁ ମସ୍ତିଷ୍କରେ ଏକ ପ୍ରକାର ଚାପ ପଡ଼ିଥାଏ ଯାହା କ୍ରୋଧ ଏବଂ ମୁଣ୍ଡବିନ୍ଧାର କାରଣ ହୋଇପାରେ।

ଉଚ୍ଚ ରକ୍ତଚାପଜନିତ ଷ୍ଟ୍ରୋକ ଏବଂ ହୃଦଘାତର ଆଶଙ୍କା ବଢ଼ିଥାଏ।

ଶ୍ୱେତ ରକ୍ତକଣିକା ଏବଂ ପ୍ରତିରକ୍ଷା ପ୍ରତିକ୍ରିୟା ହ୍ରାସ ପାଇଥାଏ।

ଗ୍ୟାଷ୍ଟ୍ରିକ ଏବଂ ଅଲସର ଭଳି ସମସ୍ୟା ଦେଖାଦେଇଥାଏ।