ଖାଇବାକୁ କାହାକୁ ଭଲ ନ ଲାଗେ। ସମସ୍ତଙ୍କର ଖାଇବାକୁ ନେଇ ଭିନ୍ନ ଭିନ୍ନ ପସନ୍ଦ ଥାଏ। ମାତ୍ର ଖାଦ୍ୟ ଖାଇବା ବେଳେ ପ୍ରାୟ ସମସ୍ତେ ସମୟ ଦେଖିନଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଯଦି ଆପଣ ସଠିକ୍ ସମୟରେ ଖାଇବା ଖାଉନାହାନ୍ତି ତେବେ ଆପଣ ଅସୁସ୍ଥ ହେବା ସହ ଗ୍ୟାସ୍, ଏସିଡିଟି ଭଳି ସମସ୍ୟା ଦେଖାଦିଏ।
ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ହୋଇନଥାଏ
- ଯଦି ଲଙ୍ଗ୍ ଡ୍ରାଇଭିଂରେ ଯାଉଛନ୍ତି, ସାଙ୍ଗରେ ପୁଷ୍ଟିକର ଆହାର ଯେପରିକି ଫଳ, ଗାଜର ଓ ସାଲାଡ ନେଇପାରିବେ। ଏହାସହ ପାଣି ମଧ୍ୟ ସାଙ୍ଗରେ ନିଅନ୍ତୁ।
- ଟିଭି ଦେଖୁଥିବା ସମୟରେ ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ। ଏହାଦ୍ଵାରା ଖାଦ୍ୟ ଉପରେ ଧ୍ୟାନ ନଥାଏ। ଭୋଜନ ସବୁବେଳେ ଧ୍ୟାନ ସହକାରେ ଗ୍ରହଣ କରିବା ଉଚିତ୍। ଧିରେ ଧିରେ ଖାଦ୍ୟକୁ ଚୋବାଇ ଖାଇବା ଦ୍ଵାରା ପାଚନ କ୍ରିୟା ମଧ୍ୟ ସଠିକ୍ ଭାବେ ହୋଇଥାଏ।
- ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ମେଦ ବୃଦ୍ଧି ରୋକିବା ପାଇଁ ଗୋଟିଏ ଖାଦ୍ୟ ଦିନ ସାରା ଗ୍ରହଣ କରିଥାନ୍ତି। ଏହାଦ୍ଵାରା ଶରୀରକୁ ଠିକ୍ ଭାବେ ପୋଷକ ତତ୍ତ୍ଵ ମିଳିନଥାଏ। ପ୍ରତିଦିନ ଖାଦ୍ୟ ତାଲିକାରେ ପରିବର୍ତ୍ତନ କରନ୍ତୁ। ପୋଷକ ତତ୍ତ୍ଵ ଥିବା ଖାଦ୍ୟ ପ୍ରତିଦିନ ଗ୍ରହଣ କରନ୍ତୁ।
- ଅଫିସରେ ଅଧିକ ମାତ୍ରାରେ ଚା’ ଓ କଫି ଅଧିକ ମାତ୍ରାରେ ପିଉଥିଲେ ଏହା ମେଦ ବୃଦ୍ଧିର କାରଣ ହୋଇଥାଏ। ଏହା ବଦଳରେ ଯଦି ଗ୍ରୀନ୍ ଟି ପିଅନ୍ତି ତେବେ ଏହା ମେଦ କମାଇବା ପାଇଁ ଲାଭପ୍ରଦ ହୋଇଥାଏ।
- ଅଧିକ ପାଣି ପିଇଲେ ଓଜନ ବୃଦ୍ଧି ସମସ୍ୟା ଦେଖା ଦେଇନଥାଏ।
- ଗୋଟିଏ ସମୟରେ ଅଧିକ ନଖାଇ ଅଳ୍ପ ସମୟ ବ୍ୟବଧାନରେ କିଛି କିଛି ଖାଦ୍ୟ ଖାଆନ୍ତୁ।
- ଭୋକ ସମୟରେ କୌଣସି ଜଙ୍କ ଫୁଡ ଖାଆନ୍ତୁ ନାହିଁ।
- ସକାଳ ଖାଦ୍ୟ ଗ୍ରହଣ ନକରିବା ଦ୍ଵାରା ଦ୍ଵିପ୍ରହରରେ ଆପଣଙ୍କୁ ଅଧିକ ମାତ୍ରାରେ ଭୋକ ଲାଗିଥାଏ। ଏକସଙ୍ଗରେ ଆମେ ଅଧିକ ମାତ୍ରାରେ ଖାଇଦେଉ। ଏହି କାରଣରୁ ମେଦ ବୃଦ୍ଧି ଘଟିଥାଏ। ତେଣୁ ସକାଳ ଖାଦ୍ୟ ଅଧିକ ମାତ୍ରାରେ ଗ୍ରହଣ କରନ୍ତୁ।
- ଶୋଇବାର ୨ଘଣ୍ଚା ପୂର୍ବରୁ ଖାଦ୍ୟ ଗ୍ରହଣ କରନ୍ତୁ।