ପିଲାମାନଙ୍କ ଚର୍ମ ବହୁତ ସମ୍ବେଦନଶୀଳ ହୋଇଥାଏ। ଏପରିସ୍ଥଳେ ଅଧିକ ସମୟ ଧରି ଡାଇପର ପିନ୍ଧିବା ଯୋଗୁଁ ଡାଇପର ରାସେସ ହୋଇଥାଏ। ଡାଇପର ଯୋଗୁଁ ଚର୍ମ ଲାଲି ହୋଇଯାଇ ଯନ୍ତ୍ରଣା ହୋଇଥାଏ।

childଛୋଟ ବେଳେ ପିଲାମାନଙ୍କର ପରିସ୍ରା ଏବଂ ଝାଡ଼ା କରିବାରେ କୌଣସି ନିୟନ୍ତ୍ରଣ ନଥାଏ। ତେଣୁ କାମ ବ୍ୟସ୍ତତା ହେତୁ ଏ ସମସ୍ୟାରୁ ରକ୍ଷା ପାଇବା ପାଇଁ ମା’ ମାନେ ଛୁଆମାନଙ୍କୁ ଡାଇପର ପିନ୍ଧାଇ ଥାଆନ୍ତି। ବେଳେବେଳେ ଅନେକ ସମୟ ପର୍ଯ୍ୟନ୍ତ ଡାଇପର ପିନ୍ଧିବା ହେତୁ ସେମାନଙ୍କ ଚର୍ମ ଲାଲି ହୋଇଯାଇ ଯନ୍ତ୍ରଣା ହୋଇଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ଡାଇପର ରାସେସ ବୋଲି କୁହାଯାଏ।

ପିଲାମାନଙ୍କ ଚର୍ମ ବହୁତ ସମ୍ବେଦନଶୀଳ ହୋଇଥାଏ। ଅଧିକ ଟାଇଟ ଡାଇପର ପିନ୍ଧିବା କାରଣରୁ ଡାଇପର ରାସେସ ହୋଇପାରେ। ତେଣୁ କୌଣସ କ୍ରିମ ବା ମେଡିକାଲ ଚିକିତ୍ସା କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ।

କାହିଁକି ହୋଇଥାଏ ଡାଇପର ରାସେସ?

ଅଧିକ ସମୟ ପର୍ଯ୍ୟନ୍ତ ଡାଇପର ପିନ୍ଧିବା ହେତୁ ମଳ ମୂତ୍ର ଜମି ରହି ଡାଇପର ରାସେସ ହୋଇଥାଏ।

ଅଧିକାଂଶ ପିଲାଙ୍କ ଚର୍ମ ଅତି ଶୀଘ୍ର ସଂକ୍ରମିତ ହୋଇଯାଏ। ତେଣୁ ଅଧିକ ସମୟ କିମ୍ବା ନୂଆ ଡାଇପର ପିନ୍ଧିବା ହେତୁ ସେମାନଙ୍କର ଚର୍ମ ଲାଲି ହୋଇଯାଇଥାଏ।

childକିପରି ଡାଇପର ରାସେସ ସମସ୍ୟା ଦୂର କରିବେ?

ଡାଇପର ଅଳ୍ପ ସମୟ ବ୍ୟବହାର କରନ୍ତୁ

ଯେତେସମ୍ଭବ ପିଲାମାନଙ୍କୁ ଡାଇପର କମ ପିନ୍ଧାନ୍ତୁ। ଘରେ ଥିବା ସମୟରେ ସେମାନଙ୍କୁ ଡାଇପର ପିନ୍ଧାଇବାର ଆବଶ୍ୟକ ନଥାଏ। ତେଣୁ ସେମାନଙ୍କୁ ବିଭିନ୍ନ ସଂକ୍ରମଣରୁ ଦୂରେଇ ରଖିବା ପାଇଁ ପବନ ଆସୁଥିବା ଖୋଲା ସ୍ଥାନରେ ଶୁଆନ୍ତୁ। ଡାଇପରକୁ ସବୁବେଳେ ଶୁଖିଲା ଏବଂ ସଫା ରଖିବାକୁ ଚେଷ୍ଟା କରନ୍ତୁ। ଓଦା ଅବସ୍ଥାରେ ଅଧିକ ସମୟ ରହିଲେ ପିଲାର ଚର୍ମରେ ଅନେକ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ଗାଧୋଇବା ସମୟରେ ଶିଶମାନଙ୍କ ପାଇଁ ଉଦ୍ଦିଷ୍ଟ ସାବୁନ ବ୍ୟବହାର କରନ୍ତୁ।

childଡାଇପର ବଦଳାଇ ଦିଅନ୍ତୁ

ପିଲାର ଡାଇପର ଓଦା ହୋଇଯିବା ମାତ୍ରକେ ତାକୁ ବଦଳାଇ ଦିଅନ୍ତୁ। ଆପଣ ସବୁ ସମୟରେ ଡାଇପର ବ୍ୟବହାର ନ କରି ସଫା କପଡ଼ା ଛୁଆକୁ ପିନ୍ଧାଇ ପାରିବେ। ଆଜିକାଲି ବଜାରରେ ସୁଗନ୍ଧିତ ଡାଇପର ବିକ୍ରି ହେଉଛି। ମାତ୍ର ଅନେକ ଛୁଆମାନଙ୍କର ଗନ୍ଧକୁ ନେଇ ଆଲର୍ଜି ଥାଏ। ତେଣୁ ଅତି ଆବଶ୍ୟକସ୍ଥଳେ ସେମାନଙ୍କୁ ଡାଇପର ପିନ୍ଧାଇବା ଉଚିତ।

childକ୍ରିମ ଏବଂ ଜେଲ ଲଗାନ୍ତୁ

ଡାଇପର ରାସେସ ନ ହେବା ପାଇଁ କ୍ରିମ ଏବଂ ଜେଲ ବ୍ୟବହାର କରନ୍ତୁ। ଏହି ପ୍ରକାର କ୍ରିମରେ ଜିଙ୍କ ଭାଗ ରହିଥାଏ ଯାହା ଶିଶୁର ଚର୍ମକୁ ନରମ କରିବା ସହ ବିଭିନ୍ନ ସଂକ୍ରମଣରୁ ଶିଶୁକୁ ରକ୍ଷା କରିଥାଏ। ଟ୍ରିପଲ ପେଷ୍ଟ, ବାଲମାକ୍ସ ଏବଂ ଡେଜିଟିନ ଭଳି ମଲମ ଶିଶୁକୁ ଲଗାଇ ପାରିବେ। ପିଲାମାନ କ୍ଷେତ୍ରରେ ଭେସଲିନ ମଧ୍ୟ ବ୍ୟବହାର କରାଯାଇଥାଏ।

Childଡାକ୍ତରଙ୍କ ପରାମର୍ଶ ନିଅନ୍ତୁ

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ବ୍ୟବହାର କରନ୍ତୁ। ଅନେକ ସମୟରେ ଆମେ ମେଡିସିନ ଦୋକାନରୁ କହି କିମ୍ଵା ସାଙ୍ଗ ସାଥୀଙ୍କ କଥା ଶୁଣି ଔଷଧ ଆଣି ଲଗାଇଥାଉ। ଏପରି କରିବା ଦ୍ୱାରା ପିଲାଙ୍କ ସମସ୍ୟା ଦୂର ହେବା ବଦଳରେ ଆହୁରି ବଢ଼ିଯାଇଥାଏ। ତେଣୁ କୌଣସି ବି ଜେଲ, ମଲମ କିମ୍ବା ପାଉଦର ଲଗାଇବା ପୂର୍ବରୁ ଡାକ୍ତରୀ ପରାମର୍ଶ ଜରୁରୀ ହୋଇଥାଏ।

ଡାଇପର ରାସେସରୁ ମୁକ୍ତି ପାଇଁ କେତେକ ଘରୋଇ ଉପଚାର

childନଡ଼ିଆ ତେଲ
ନଡ଼ିଆ ତେଲରେ ସାଚ୍ୟୁରେଟେଡ ଫ୍ୟାଟ୍ ରହିଛି ଯାହା ଶିଶୁଙ୍କ ତ୍ବଚାକୁ କୋମଳ ଓ ମଏଶ୍ଚରାଇଜ ରଖିଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟିଫଙ୍ଗାଲ ଗୁଣ ଥିବାରୁ ଡାଇପର ରାସେସରୁ ଉପଶମ ମିଳିଥାଏ। ଏଥିପାଇଁ ଅଧ ଚାମଚ ନଡ଼ିଆ ତେଲକୁ ଶରୀରର ପ୍ରଭାବିତ ଅଂଶରେ ମାଲିସ କରନ୍ତୁ। ଦିନରେ ଦୁଇରୁ ୩ ଥର ଏପରି କରିବା ଫଳରେ ଡାଇପର ରସେସରୁ ମୁକ୍ତି ମିଳିଥାଏ।

ଆଲୋଭେରା ଜେଲ
ଆଲୋଭେରାରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ରାସେସ କାରଣରୁ ହେଉଥିବା ପୋଡ଼ାଜଳା ଓ ଫୁଲାକୁ କମ କରି ତ୍ବଚାକୁ ଥଣ୍ଡା ପହଞ୍ଚାଏ। ଏଥିରେ ଆଣ୍ଟିମାଇକ୍ରୋବିଆଲ ଗୁଣ ରହଛି ଯାହା ଡାଏପର ରାଶେସ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରିଥାଏ।

childଓଟମିଲ
ଓଟମିଲରେ ଉଚ୍ଚ ମାତ୍ରାରେ ପ୍ରୋଟିନ ଶିଶୁର ତ୍ବଚାକୁ ନରମ କରିଥାଏ। ଏଥିରେ ସେପନିନ ନାମକ ଏକ ଗୁଣ ମଧ୍ୟ ରହିଛି। ଏହା ଚମର ଲୋମ ଛିଦ୍ରରୁ ଧୂଳି ମାଟି ଓ ତେଲ ବାହାର କରିଦେଇଥାଏ। ଓଟମିଲର ଆଣ୍ଟିଇନଫ୍ଲାମେଟାରି ଗୁଣ ଡାଏପର ରାସେସରୁ ହେଉଥିବା ଜ୍ବଳନ ଓ ଫୁଲାକୁ ମଧ୍ୟ ଦୂର କରିଥାଏ। ଏକ ଚାମଚ ଓଟମିଲକୁ ଶିଶୁଙ୍କ ଗାଧୋଇବା ପାଣିରେ ମିଶାନ୍ତୁ। ଏହି ପାଣିରେ ପିଲାକୁ ୧୫ରୁ ୨୦ ମିନିଟ ପାଇଁ ବସାନ୍ତୁ। ଶିଶୁକୁ ପାଣିରୁ ବାହାର କରି ଭଲ ଭାବେ ପୋଛନ୍ତୁ। ଦିନରେ ଦୁଇଥର ଏପରି କରିବା ଫଳରେ ରାସେସ ସମସ୍ୟାର ଉପଶମ ହୋଇଥାଏ।

ଦହି
ଦହିରେ ଆଣ୍ଟିଇନଫ୍ଲାମେଟରି ଓ ପ୍ରୋବାୟୋଟିକ ଗୁଣ ରହିଛି ଯାହା ବିଭିନ୍ନ ପ୍ରକାରର ଫଙ୍ଗଲ ଏବଂ କୀଟାଣୁ ଉପରେ ପ୍ରଭାବ ପକାଇଥାଏ। ତେବେ ଆପଣ ଶିଶୁକୁ ଖାଦ୍ୟରେ ଦହି ଖାଇବାକୁ ଦିଅନ୍ତୁ। ଏହାବ୍ୟତୀତ ରାସେସ ସ୍ଥାନରେ ଆପଣ ଦହି ମଧ୍ୟ ଲଗାଇପାରିବେ।

ରକ ସଲ୍ଟ
ରକ ସଲ୍ଟରେ ଉଚ୍ଚ ମାତ୍ରାରେ ମ୍ୟାଗ୍ନେସିୟମ ରହିଛି। ଏହା ତ୍ବଚାର ଜ୍ବଳନ ଓ ଫୁଲାକୁ କମ କରିବାରେ ସାହାଯ୍ୟ କରିଥାଏ। ଏକ ଟବ ପାଣିରେ ଅଧକପ ରକ ସଲ୍ଟ ପକାନ୍ତୁ। ଏବେ ଏହି ପାଣିରେ ପିଲାକୁ ୧୫ରୁ ୨୦ ମିନିଟ ଯାଏ ବସାନ୍ତୁ। ସପ୍ତାହରେ ଦୁଇରୁ ୩ ଥର ଏହି ଉପାୟ ଅବଲମ୍ବନ କଲେ ଡାଇପର ରାସେସ ହୋଇନଥାଏ।