ଶିଶୁର ବିକାଶ ପାଇଁ ଜନ୍ମରୁ ୬ ମାସ ଯାଏଁ ମା’ କ୍ଷୀର ଦିଆଯାଏ। ବୟସ ଅନୁସାରେ ଅଭିବୃଦ୍ଧି ପାଇଁ ଶିଶୁ ବିଭିନ୍ନ ଖାଦ୍ୟ ଆବଶ୍ୟକ କରିଥାଏ। ଆସନ୍ତୁ ଜାଣିବା ଛୁଆଙ୍କୁ କେବେ ଏବଂ କିପରି ଖାଦ୍ୟ ଦେବା ଆବଶ୍ୟକ।
ଶିଶୁଟିଏ ଜନ୍ମ ହେବା ପରେ ତାର ଲାଳନପାଳନ ଦିଗରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ଏପରିସ୍ଥଳେ ଶିଶୁର ଖାଦ୍ୟପେୟକୁ ନେଇ ବେଶ ସତର୍କତା ଅବଲମ୍ବନ କରିବାକୁ ହୁଏ। ଛୋଟ ବେଳେ ଖାଇବା ପିଇବା ଠିକ ନ ହେଲେ ଶିଶୁକୁ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇପାରେ।
ଜନ୍ମରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଖାଇବାକୁ ଦିଅନ୍ତୁ। ସ୍ତନ୍ୟପାନ ଦ୍ୱାରା ଶିଶୁ ଶାରୀରିକ ଏବଂ ମାନସିକ ବିକାଶ ହୋଇଥାଏ। ମା’ କ୍ଷୀରରୁ ଶିଶୁକୁ ପର୍ଯ୍ୟାପ୍ତ ପରିମାଣର ପୃଷ୍ଟିକର ମିଳିଥାଏ। ଏହି ସମୟରେ ଅନ୍ୟ କୌଣସି ଖାଦ୍ୟ ଶିଶୁର ହଜମ ପ୍ରକ୍ରିୟାରେ ବାଧା ଆଣିପାରେ। ତେଣୁ ଜନ୍ମ ପରେ ମା’ କ୍ଷୀର ହିଁ ଶିଶୁ ପାଇଁ ଉପଯୁକ୍ତ ହୋଇଥାଏ।
ଶିଶୁ କେଉଁ ମାସରୁ ବିଭିନ୍ନ ଖାଦ୍ୟ ଖାଇବା ଉଚିତ?
ଶିଶୁମାନେ ୬ ମାସରୁ କଠିନ ଖାଦ୍ୟ ଆବଶ୍ୟକ କରନ୍ତି। ଶିଶୁ ୬ ମାସରୁ ଅଧିକ ହୋଇଗଲେ, ତା’ର ଦ୍ରୁତ ଅଭିବୃଦ୍ଧି ଏବଂ ବିକାଶ ପାଇଁ କ୍ଷୀର ଅପେକ୍ଷା ଅଧିକ ଶକ୍ତି ଏବଂ ପୃଷ୍ଟିକରର ଆବଶ୍ୟକ ରହିଛି। ତେଣୁ ଶିଶୁର ଅଭିବୃଦ୍ଧିକୁ ନଜରରେ ରଖି ସ୍ତନ୍ୟପାନ ସହ ଅନ୍ୟ ଖାଦ୍ୟ ଦେବା ଉଚିତ।
ଶିଶୁର ୬ ମାସ ବେଳକୁ ସେରଲାକ୍ସ ଖାଇବାକୁ ଦିଅନ୍ତୁ। ୬ ମାସରେ ଛୁଆମାନେ ୨ ପ୍ରକାର ସେରଲାକ୍ସ ଖାଇପାରିବେ। ଏହି ସେରଲାକ୍ସରେ ବିଭିନ୍ନ ଶସ୍ଯ ଯେପରିକି ଗହମ, ମକା, ଚୁଡ଼ା, ଡାଲି ଜାତୀୟ ଦ୍ରବ୍ୟ ରହିଥାଏ। ୮ ମାସ ବେଳକୁ ଛୁଆକୁ ଦିଆଯାଉଥିବା ସେରଲାକ୍ସରେ ଶୁଖିଲା ଫଳର କଟା ଅଂଶ ଏବଂ ବିଭିନ୍ନ ଶସ୍ୟ ଜାତୀୟ ଦ୍ରବ୍ୟ ରହିଥାଏ। ଏହା ବ୍ୟତୀତ ଶିଶୁକୁ ଫଳ ରସ, ଫଳ ସିଝା ଏବଂ ଆପଣ ଖାଉଥିବା ଖାଦ୍ୟର ଛୋଟ ଛୋଟ ଅଂଶ ଖାଇବାକୁ ଦେଇପାରିବେ।
ଶିଶୁର ଇଙ୍ଗିତ ବୁଝିବାକୁ ଚେଷ୍ଟା କରନ୍ତୁ
୬ ମାସ ପରେ ଶିଶୁ ପାଟିରେ ହାତ ପୁରେଇବା ଆରମ୍ଭ କରେ। ଯଦି ସେପରି କିଛି ହେଉଥିବାର ଅନୁଭବ କରୁଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଛୁଆ ଅଧିକ ଖାଦ୍ୟର ଆବଶ୍ୟକ କରୁଛି। କେହି ଶିଶୁଙ୍କ ନିକଟରେ ବିଳମ୍ବରେ ଏହି ଲକ୍ଷଣ ଦେଖାଯାଏ। ତଥାପି ଜଣେ ଶିଶୁ ୬ ମାସ ବେଳକୁ କଠିନ ଖାଦ୍ୟ ଖାଇ ପରିବା ପାଇଁ ସକ୍ଷମ ହୋଇଯାଇଥାଏ। ତେଣୁ ଆପଣ ଆବଶ୍ୟକ ଅନୁଯାୟୀ ଶିଶୁକୁ କଠିନ ଖାଦ୍ୟ ଖାଇବାକୁ ଦେଇପାରିବେ।
ସ୍ତନ୍ୟପାନ କରୁନଥିବା ଶିଶୁ
ଅନେକ କ୍ଷେତ୍ରରେ ଶିଶୁ ଜନ୍ମ ହେବା ପରେ ସଠିକ ଭାବରେ ମା’ କ୍ଷୀର ପାଇପାରେ ନାହିଁ। ଏପରିସ୍ଥଳେ ଶିଶୁ କଠିନ ଖାଦ୍ୟରୁ ନିଜ ଶରୀର ପାଇଁ ଆବଶ୍ୟକ ପୃଷ୍ଟିକର ହାସଲ କରିଥାଏ। ତେଣୁ ୬ ମାସ ପର୍ଯ୍ୟନ୍ତ ଲାକ୍ଟୋଜେନ ଦିଅନ୍ତୁ। ପରେ ଅଳ୍ପ ପରିମାଣର ଅନ୍ୟାନ୍ୟ ଖାଦ୍ୟ ଖାଇବାକୁ ଦେଇପାରିବେ।
ଏଚ.ଆଇ.ଭି.
ଯଦି ଆପଣ ଏଚ.ଆଇ.ଭି. ସଂକ୍ରମିତ ଅଛନ୍ତି ତେବେ ଶିଶୁକୁ ଜନ୍ମର ୬ ମାସ ପରେ ଭିନ୍ନ ଭିନ୍ନ ଖାଦ୍ୟ ଖାଇବାକୁ ଦିଅନ୍ତୁ। ଆପଣ ଖାଉଥିବା ଏଚ.ଆଇ.ଭି. ମେଡିସିନ ଶିଶୁ ଶରୀରକୁ ଯିବା ଦ୍ୱାରା ଅନେକ ସମସ୍ୟା କରାଏ। ତେଣୁ ଶିଶୁକୁ କମ ସ୍ତନ୍ୟପାନ କରାଇବା ସହ ଅଲଗା ଖାଦ୍ୟ ଦେବାରେ ଅଭ୍ୟାସ କରନ୍ତୁ।
କଠିନ ଖାଦ୍ୟ ଆରମ୍ଭ କରିବାକୁ ଅଧିକ ସମୟ ଅପେକ୍ଷା କରନ୍ତୁ ନାହିଁ
ଶିଶୁମାନଙ୍କର ବିକାଶ ପାଇଁ ସେମାନଙ୍କୁ ଅତିରିକ୍ତ ଶକ୍ତି ଏବଂ ପୁଷ୍ଟିକର ଆବଶ୍ୟକ। ଅଧିକ ସମୟ ଅପେକ୍ଷା କରିବା ଦ୍ୱାରା ଶିଶୁର ଓଜନ ହାରରେ ପରିବର୍ତ୍ତନ ଆସିପାରେ। ଶିଶୁ ପତଳା ଏବଂ ଦୁର୍ବଳ ହେବାର ଆଶଙ୍କା ରହିପାରେ।
କେଉଁ ସମୟରେ ଦେବେ ବିଭିନ୍ନ ଖାଦ୍ୟ?
ଶିଶୁ ଉଚ୍ଚ ଚେୟାର, ଫିଡିଂ ସିଟ କିମ୍ବା କୌଣସି ଜିନିଷକୁ ଧରି କିମ୍ବା କାହା ସାହାଯ୍ୟରେ ବସିବାରେ ସକ୍ଷମ ହେଉଥିଲେ ତାକୁ କଠିନ ଖାଦ୍ୟର ଆବଶ୍ୟକ ରହିଛି।
ସେମାନଙ୍କ ପାଟି ପାଖରେ ଖାଦ୍ୟ ଦେଲେ ସେମାନେ କୌଣସି ପ୍ରତିକ୍ରିୟା କରୁଛନ୍ତି କି ନାହିଁ ଜାଣିବା ଉଚିତ। ଯଦି ଆପଣ ଖାଉଥିବା ସମୟରର ଆପଣଙ୍କ ଖାଦ୍ୟ ପ୍ରତି ସେମାନେ ଆଗ୍ରହ ପ୍ରକାଶ କରନ୍ତି, ତେବେ ଶିଶୁ ସବୁ ଖାଦ୍ୟ ଖାଇବାକୁ ଯୋଗ୍ୟ ହୋଇଥାଏ।
ଶିଶୁକୁ ଚାମଚରେ କୌଣସି ଖାଦ୍ୟ ଖାଇବାର ସକ୍ଷମତା ଅନୁସାରେ ଖାଦ୍ୟ ଖାଇବାକୁ ଦିଅନ୍ତୁ।
ସାଧାରଣତଃ ଶିଶୁମାନଙ୍କର ୪ ମାସ ବେଳକୁ ଓଜନ ଦ୍ୱିଗୁଣିତ ହୋଇଯାଏ। ୬ ମାସ ବେଳକୁ ସେମାନେ କଠିନ ଖାଦ୍ୟ ପାଇଁ ପ୍ରସ୍ତୁତ ହୋଇପାରନ୍ତି।
ଶିଶୁକୁ କିପରି ଖୁଆଇବେ ଖାଦ୍ୟ?
ପ୍ରଥମେ ଚାମଚରେ କଠିନ ଖାଦ୍ୟ ଦେବା ଆରମ୍ଭ କରନ୍ତୁ। ହୁଏତ ଶିଶୁ ଖାଦ୍ୟ ନ ଗ୍ରହଣ କରିପାରେ କିନ୍ତୁ ଆପଣ ଖାଦ୍ୟ ତା’ ପାଟିରେ ଦିଅନ୍ତୁ।
ପ୍ରଥମ ଥର ପାଇଁ ଅନ୍ୟାନ୍ୟ ଖାଦ୍ୟ ଦେବା ପୂର୍ବରୁ ଛୁଆଙ୍କୁ ଅଳ୍ପ ସ୍ତନ୍ୟପାନ କିମ୍ବା ଲାକ୍ଟୋଜେନ ଦିଅନ୍ତୁ। ଅଳ୍ପ ସମୟ ପରେ ସେମାନଙ୍କୁ କଠିନ ଖାଦ୍ୟ ଦିଅନ୍ତୁ।
ପ୍ରଥମେ ଛୁଆମାନଙ୍କ ପାଇଁ ମା’ କ୍ଷୀର ଛଡ଼ା ଅନ୍ୟ ଜିନିଷ ଗିଳିବାରେ ଅସୁବିଧା ହୋଇଥାଏ। ତେଣୁ ଧୈର୍ଯ୍ୟ ସହକାରେ ପିଲାକୁ କୋଳରେ ବସାଇ ଧୀରେ ଧୀରେ ଖାଇବାକୁ ଦିଅନ୍ତୁ।
ଯଦି ପିଲା କଠିନ ଖାଦ୍ୟ ଖାଇବାକୁ ରାଜି ନ ହେଉଛି ତେବେ ତାକୁ ବୋତଲରେ କ୍ଷୀର ପିଇବାକୁ ଦିଅନ୍ତୁ। ଅଳ୍ପ ସମୟ ପରେ ପୁଣି ସେହି ଖାଦ୍ୟ ଦେବା ପାଇଁ ଚେଷ୍ଟା କରନ୍ତୁ।
ମନେ ରଖନ୍ତୁ, କଠିନ ଖାଦ୍ୟ ବା ସେରଲାକ୍ସକୁ ବୋତଲରେ ରଖନ୍ତୁ ନାହିଁ। ଏହା ଆପଣଙ୍କ ଶିଶୁ ଖାଉଥିବା ଖାଦ୍ୟର ପରିମାଣକୁ ବଢ଼ାଇ ଦେଇପାରେ ଏବଂ ଆପଣଙ୍କ ଶିଶୁକୁ ଅଧିକ ମୋଟା କରାଇଥାଏ।
ଶିଶୁ କେବେ ଅନ୍ୟ ଖାଦ୍ୟ ଖାଇପାରିବ?
ଶିଶୁ ଗୋଟିଏ ଖାଦ୍ୟ ଖାଇବା ଶିଖିବା ପରେ ଧୀରେ ଧୀରେ ସେମାନଙ୍କୁ ଅନ୍ୟ ଖାଦ୍ୟ ଦିଅନ୍ତୁ। ସବୁ ସମୟରେ ଗୋଟିଏ ପ୍ରକାର ଖାଦ୍ୟ ନ ଦେଇ ନୂଆ ଖାଦ୍ୟ ଖାଇବାକୁ ଦିଅନ୍ତୁ।
କଠିନ ଖାଦ୍ୟ ଆରମ୍ଭ କରିବାର କିଛି ମାସ ମଧ୍ୟରେ ଆପଣ ଶିଶୁକୁ ନିୟମିତ ଭାବେ ମାଂସ, ଶସ୍ୟ, ପନିପରିବା, ଫଳ, ଅଣ୍ଡା ଏବଂ ମାଛ ଦେଇପାରିବେ।