ସାଧାରଣତଃ ରସୁଣକୁ ମସଲା ଭାବେ ଖାଦ୍ୟରେ ବ୍ୟବହାର କରାଯାଏ। କିନ୍ତୁ ଅଧିକ ରସୁଣ ଖାଇବା ଫଳରେ ଶରୀରରେ ଅନେକ ସମସ୍ୟା ହୋଇଥାଏ।
ଖାଇବାର ସ୍ୱାଦ ବଢ଼ାଇବା ସଙ୍ଗେ ସଙ୍ଗେ ଶରୀରକୁ ସୁସ୍ଥ ରଖିବା ପାଇଁ ରସୁଣ ଖିଆଯାଇଥାଏ। ରସୁଣ କାନରେ ହେଉଥିବା ସଂକ୍ରମଣ ଏବଂ ଉଚ୍ଚ ରକ୍ତଚାପ ସମସ୍ୟା ଦୂର କରିଥାଏ। ଏହା ସହ ପ୍ରତିଦିନ ରସୁଣ ଖାଇବା ଦ୍ୱାରା ଶରୀରର କୋଲେଷ୍ଟ୍ରୋଲ କମ ହେବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ। କିନ୍ତୁ ଅତ୍ୟଧିକ ରସୁଣ ଖାଇବା ଶରୀର ପାଇଁ ହାନିକାରକ। ଶରୀରର କେତେକ ନିର୍ଦ୍ଦିଷ୍ଟ ସମସ୍ୟା ପାଇଁ ରସୁଣ ଖାଇବା ଅନୁଚିତ।
ରସୁଣରେ ବିଭିନ୍ନ ରାସାୟନିକ ପଦାର୍ଥ ଅଛି ଯାହା ପାଟି ଭିତରେ ଏକ ପ୍ରକାର ଦୁର୍ଗନ୍ଧ ସୃଷ୍ଟି କରିଥାଏ। ରସୁଣ ଖାଇ ସାରିବା ପରେ କଥାବାର୍ତ୍ତା କଲେ ପାଟିରୁ ଗନ୍ଧ ବାହାରିଥାଏ। ଫଳରେ ସାମ୍ନା ଲୋକ ବିରକ୍ତି ଭାବ ପ୍ରକାଶ କରିଥାଏ।
ରସୁଣ ଖାଇବା ଦ୍ୱାରା ରକ୍ତଚାପ କମିଯାଇଥାଏ। ତେଣୁ ନିମ୍ନ ରକ୍ତଚାପ ଥିବା ବ୍ୟକ୍ତି ରସୁଣ ଖାଇବା ଅନୁଚିତ।
ରସୁଣ ରକ୍ତର ସ୍ତରକୁ ପତଳା କରିଦେଇଥାଏ। ଆପଣ ଯଦି କୌଣସି ସମସ୍ୟା ପାଇଁ ଔଷଧ ଖାଉଛନ୍ତି ତେବେ ରସୁଣ ଖାଇବା ଉଚିତ ନୁହେଁ। କାରଣ ରସୁଣ ଖାଇବା ଦ୍ୱାରା ରକ୍ତସ୍ରାବ ହେବାର ଆଶଙ୍କା ରହିଛି।
ରସୁଣରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ରହିଛି। ଯକୃତ ସମସ୍ୟାରେ ପୀଡ଼ିତ ବ୍ୟକ୍ତି ଏହି କାରଣରୁ ରସୁଣ ଖାଇବା ଉଚିତ ନୁହେଁ। ଏହା ଦ୍ୱାରା ଯକୃତ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଥାଏ।
ଗର୍ଭବତୀ ମହିଳାମାନେ ରସୁଣ ଖାଆନ୍ତୁ ନାହିଁ। ରସୁଣ ପିଲା ନଷ୍ଟ ହେବାର କାରଣ ହୋଇପାରେ।
ଯଦି ଆପଣଙ୍କର ଆଗକୁ କୌଣସି ଅସ୍ତ୍ରୋପଚାର ହେବାର ଅଛି ତେବେ ରସୁଣ ଖାଆନ୍ତୁ ନାହିଁ। ରସୁଣ ଖାଇବା ଦ୍ୱାରା ଅସ୍ତ୍ରୋପଚାର ସମୟରେ ଅଧିକ ରକ୍ତସ୍ରାବ ହୋଇପାରେ।