ଶରୀରର ମାଂସପେଶୀ ଦୁର୍ବଳ ହୋଇଗଲେ କୌଣସି କାମ କରିବାକୁ ଶକ୍ତି ମିଳିନଥାଏ। ଏହି ସମସ୍ୟାକୁ ଡାକ୍ତରୀ ଭାଷାରେ ମାୟଷ୍ଟିନିଆ ଗ୍ରାଭିସ ବା ମାଂସପେଶୀ-ସ୍ନାୟବିକ ଦୁର୍ବଳତା କୁହାଯାଏ।

mayasthenia gravisମାୟଷ୍ଟିନିଆ ଗ୍ରାଭିସ ହେଉଛି ଏକ ନ୍ୟୁରୋ-ମସ୍କୁଲାର ଡିସଅର୍ଡର ବା ଏକ ପ୍ରକାର ସ୍ନାୟବିକ ଦୁର୍ବଳତା ଯାହା ଶରୀରର ମାଂସପେଶୀରେ ଦୁର୍ବଳତା ସୃଷ୍ଟି କରିଥାଏ। ସ୍ନାୟୁ ଏବଂ ମାଂସପେଶୀ ମଧ୍ୟରେ ଠିକ ଭାବେ ଯୋଗାଯୋଗ ନ ହୋଇ ପାରିଲେ ଏହି ଡିସଅର୍ଡର ଦେଖାହୋଇଥାଏ। ମାୟଷ୍ଟିନିଆ ଗ୍ରାଭିସ ପ୍ରଭାବରେ ମାଂସପେଶୀ ସଂକୋଚନ ଏବଂ ପ୍ରସାରଣ ହୋଇପାରେ ନାହିଁ ଫଳରେ ମାଂସପେଶୀ ଦୁର୍ବଳ ହୋଇଯାଏ।

ମାୟଷ୍ଟିନିଆ ଗ୍ରାଭିସ ସାଧାରଣତଃ ୨୦ ରୁ ୩୦ ବର୍ଷ ବୟସର ଯୁବକ ଏବଂ ବାର୍ଦ୍ଧକ୍ୟରେ ୬୦ ରୁ ୭୦ବର୍ଷ ବୟସ ବର୍ଗର ବ୍ୟକ୍ତିିଙ୍କୁ ଆକ୍ରାନ୍ତ କରିଥାଏ। ଏହି ରୋଗ ମସ୍ତିଷ୍କର ମଧ୍ୟ ଖପୁରି ନିକଟସ୍ଥ ମାସଂପେଶୀ ଉପରେ ଅଧିକ ପ୍ରଭାବ ପକାଇଥାଏ।

ମାୟଷ୍ଟିନିଆ ଗ୍ରାଭିସର ଲକ୍ଷଣ (Symptoms of Myasthenia gravis in odia)

ରୋଗ ଆରମ୍ଭରୁ ଆଖି ନିଷ୍କ୍ରିୟ ଦେଖାଯିବା।

କମ କଥାବାର୍ତ୍ତା କରିବା।

ସ୍ୱରରେ ପରିବର୍ତ୍ତନ ଆସିବା।

ମାଂସପେଶୀ ଦୁର୍ବଳତା ହେତୁ ଶ୍ୱାସ ନେବାରେ ଅସୁବିଧା

ଖାଦ୍ୟ ଚୋବାଇବାରେ ସମସ୍ୟା ଦେଖାଦେବା।

ମୁଖଭଙ୍ଗୀରେ ପରିବର୍ତ୍ତନ ଆସିବା।

mayasthenia gravisମୁହଁର ତ୍ୱଚା କୁଞ୍ଚନ ପଡ଼ିଯିବା, ଆଖି ଛୋଟ ହୋଇଯିବା।

ପାହାଚ ଉପରକୁ ଯିବା କିମ୍ବା ବସ୍ତୁ ଉଠାଇବାରେ ସମସ୍ୟା ହେବା।

ଥକ୍କାପଣ ଅନୁଭବ ହେବା।

ଖାଦ୍ୟ ଗିଳିବାରେ ବହୁ ସମୟ ଲାଗିବା।

ଶରୀରର ମାଂସପେଶୀ ବଥା କରିବା।

ବାହ୍ୟ ସ୍ପର୍ଶ ଜଣା ନପଡ଼ିବା।

ଆଖିକୁ ସ୍ପଷ୍ଟ ଦେଖା ନଯିବା।

ଶରୀର ଅଚଳ ହୋଇଯିବା।

maysthenia gravisମାୟଷ୍ଟିନିଆ ଗ୍ରାଭିସର କାରଣ (Causes of Myasthenia gravis in odia)

ମାୟଷ୍ଟିନିଆ ଗ୍ରାଭିସର ହେଉଛି ଏକ ରୋଗ ଯାହା ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିରେ ହୋଇଥିବା କୌଣସି ସମସ୍ୟା ଦ୍ୱାରା ହୋଇଥାଏ। ଅନେକ ସମୟରେ କୌଣସି ରୋଗ କିମ୍ବା ଔଷଧ କାରଣରୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ସୁସ୍ଥ ଟିସୁକୁ ଆକ୍ରମଣ କରିଥାଏ। ଏହି କାରଣରୁ ଶରୀରର ଆଣ୍ଟିବଡି ନ୍ୟୁରୋମସ୍କୁଲାର ଜଙ୍କସନ ଉପରେ ପ୍ରଭାବ ପକାଇଥାଏ। ନ୍ୟୁରୋମସ୍କୁଲାର ମେମ୍ବ୍ରନ ନ୍ୟୁରୋଟ୍ରାନ୍ସମିଟର ପଦାର୍ଥ ଆସିଟାଇଲକୋଲିନର ପ୍ରଭାବକୁ ହ୍ରାସ କରିଥାଏ। ଏହି ଆସିଟାଲକୋଲିନ ସ୍ନାୟୁ କୋଷ ଏବଂ ମାଂସପେଶୀ ମଧ୍ୟରେ ଯୋଗାଯୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ପଦାର୍ଥର ପ୍ରଭାବ କମିଯିବା ଦ୍ୱାରା ମାଂସପେଶୀ ଦୁର୍ବଳ ହୋଇଯାଏ।

maysthenia gravisକିପରି ମାୟଷ୍ଟିନିଆ ଗ୍ରାଭିସର ନିରୂପଣ କରାଯାଏ? (How to determine Myasthenia gravis) 

ମାୟଷ୍ଟିନିଆ ଗ୍ରାଭିସର ରୋଗର ନିରୂପଣ କଷ୍ଟସାଧ୍ୟ ଏବଂ ଏହାପାଇଁ ଶରୀରର ଏଡ୍ରୋଫୋନିୟମ ପରୀକ୍ଷା ,ଏମ୍‍ ଜି ଗ୍ଳାଣ୍ଟ ଭଳି ପରୀକ୍ଷା କରାଯାଇଥାଏ।

ଆସିଇ ଟେଷ୍ଟ ମାଧ୍ୟମରେ ମାଂସପେଶୀ ଦୁର୍ବଳତା ବାବଦରେ ଜଣାପଡ଼ିଥାଏ। ଆଇସ ପ୍ୟାକ ମଥା ଉପରେ ରଖି ଆଖିଡୋଳା ଚଳନରୁ ଏହି ଟେଷ୍ଟ କରାଯାଏ।

ମାୟଷ୍ଟିନିଆ ଗ୍ରାଭିସର ରକ୍ତ ପରୀକ୍ଷା ଏବଂ ଇମେଜିଂ ପରୀକ୍ଷାରୁ ମଧ୍ୟ ଜାଣି ହୋଇଥାଏ।

ମାୟଷ୍ଟିନିଆ ଗ୍ରାଭିସର ଚିକିତ୍ସା (Treatment of Myasthenia gravis in odia)

ଔଷଧ

ସୁସ୍ଥ ଟିସୁ ଉପରେ ରୋଗ ପ୍ରତିରୋଧକ ଶକ୍ତିର ପ୍ରଭାବ ହ୍ରାସ କରିବା ପାଇଁ କର୍ଟିକୋଷ୍ଟେରଏଡ ଏବଂ ଇମ୍ୟୁନସପ୍ରେସାଣ୍ଟ ବ୍ୟବହାର କରାଯାଇଥାଏ। ଏହି ଔଷଧଗୁଡ଼ିକ ଶରୀରରେ ଘଟୁଥିବା ଅସ୍ୱାଭାବିକ ପ୍ରତିରକ୍ଷା ଶକ୍ତିର ପ୍ରତିକ୍ରିୟାକୁ କମ କରିବାରେ ସାହାଯ୍ୟ କରେ।

ଏହା ସହିତ ପିରାଇଡୋଷ୍ଟିଗମାଇନ୍ (ମେଷ୍ଟିନନ) ଭଳି କୋଲିନେଷ୍ଟେରେଜ୍ ଇନହିବିଟର ସ୍ନାୟୁ ଏବଂ ମାଂସପେଶୀ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ବ୍ୟବହୃତ କରାଯାଇଥାଏ।

maysthenia gravisଥାଇମସ ଗ୍ରନ୍ଥି ଅପସାରଣ

ଶରୀରରୁ ଥାଇମସ ଗ୍ରନ୍ଥି ଅପସାରଣ ମାୟଷ୍ଟିନିଆ ଗ୍ରାଭିସ ରୋଗୀଙ୍କ ପାଇଁ ଉପଯୁକ୍ତ ହୋଇଥାଏ। ଥାଇମସ ଅପସାରିତ ହେବା ପରେ ରୋଗୀମାନଙ୍କ ନିକଟରେ କମ ମାଂସପେଶୀ ଦୁର୍ବଳତା ଦେଖାଯାଇଥାଏ।

ପ୍ଲାଜମା ବିନିମୟ

ପ୍ଲାଜମାଫେରେସିସ ମାଧ୍ୟମରେ ଶରୀରରେ ପ୍ଲାଜମା ବିନିମୟ ହୋଇଥାଏ।ଏହି ପ୍ରକ୍ରିୟାରେ ରକ୍ତରୁ କ୍ଷତିକାରକ ଆଣ୍ଟିବଡି ଅପସାରଣ କରାଯାଏ ଯାହା ମାଂସପେଶୀ ଶକ୍ତିରେ ଉନ୍ନତି ଆଣିଦେଇଥାଏ।

ଶିରା ଭିତରେ ଗ୍ଲୋବୁଲିନର ପ୍ରବେଶ

ଗ୍ଲୋବୁଲିନ ହେଉଛି ଏକ ରକ୍ତ ଉତ୍ପାଦ ଯାହା ରକ୍ତ ପ୍ରଦାନ କରିଥିବା ଲୋକମାନଙ୍କଠାରୁ ସଂଗ୍ରହ କରାଯାଇଥାଏ। ଏହି ଗ୍ଲୋବୁଲିନର ମାୟଷ୍ଟିନିଆ ଗ୍ରାଭିସ ଚିକିତ୍ସା ପାଇଁ ବ୍ୟବହୃତ ହୁଏ। ଏହା ଆଣ୍ଟିବଡି ତିଆରି କରିବା ସହ ଏବଂ ସ୍ନାୟୁର କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ।

maysthenia gravis

ପ୍ରତିକାର (Prevention of Myasthenia gravis in odia)

ମାଂସପେଶୀର ଦୁର୍ବଳତାକୁ କମ କରିବା ପାଇଁ ପ୍ରଚୁର ବିଶ୍ରାମ ନିଅନ୍ତୁ।

ଯଦି ଆପଣଙ୍କର ଡବଲ ଭିଜନ ସମସ୍ୟା ଦେଖା ଦେଉଛି ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଚାପରୁ ନିଜକୁ ଦୂରେଇ ରୁଖନ୍ତୁ।

କୌଣସି ଔଷଧ ସେବନ ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଶାରୀରିକ ବ୍ୟାୟମ ଏବଂ ଯୋଗ କରନ୍ତୁ।

ଫିଜିକାଲ ଥେରାପିରେ ଏହି ରୋଗର ଚିକତ୍ସା କରାଯାଇଥାଏ।