ପଲ୍ଲବୀ ସାବତ
ସ୍ୱାସ୍ଥ୍ୟ ପାଇଁ ହିତକର ଲାଉ ଜୁସ୍। ଜାଣନ୍ତୁ, କେମିତି କରିବେ ପ୍ରସ୍ତୁତ?
ଆବଶ୍ୟକୀୟ ସାମଗ୍ରୀ
- ଲାଉ – ଛୋଟ ଖଣ୍ଡ
- ପୋଦିନା ପତ୍ର – ୪ରୁ ୫ଟି ପାଖୁଡ଼ା
- ଗୋଲମରିଚ ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚ
- ଜିରା ଗୁଣ୍ଡ – ଛୋଟ ଚାମଚରେ ଅଧ ଚାମଚ
- ବିଟ ଲୁଣ – ଅଧ ଛୋଟ ଚାମଚ
- ଅଦା – ଅଧ ଇଞ୍ଚ
- ଲେମ୍ବୁ – ଫାଳେ
- ପାଣି – ଗୋଟେ କପ୍
ଅଧିକ ପଢ଼ନ୍ତୁ: ହାଡ଼କୁ ମଜଭୁତ କରେ ମଟନ୍ ସୁପ୍, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ?
ପ୍ରସ୍ତୁତି ପ୍ରଣାଳୀ
ଛୋଟ ଖଣ୍ଡ ଲାଉକୁ ଧୋଇ ଚୋପା ଛଡ଼ାଇ ଦିଅନ୍ତୁ। ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦେଇ ଗୋଟେ ପାତ୍ରରେ ରଖି ଦିଅନ୍ତୁ। ପୋଦିନା ପତ୍ରକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଗ୍ରାଇଣ୍ଡର ଜାର୍ ନେଇ ଏଥିରେ ଲାଉ, ପୋଦିନା ପତ୍ର, ଗୋଲମରିଚ, ଜିରା ଗୁଣ୍ଡ, ବିଟ ଲୁଣ, ଗୋଟେ କପ୍ ପାଣି, ଲେମ୍ବୁ ରସ ପକାଇ ପେଷ୍ଟ କରନ୍ତୁ। ପ୍ରସ୍ତୁତ ଜୁସ୍କୁ ଗ୍ଲାସ୍ରେ ଢାଳି ଖାଲି ପେଟରେ ପିଅନ୍ତୁ।
ଲାଉ ଜୁସ୍ର ଫାଇଦା
- ନିୟମିତ ଲାଉ ଜୁସ୍ ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହେ।
- ଏହା କୋଲେଷ୍ଟ୍ରୋଲ୍କୁ ନିୟନ୍ତ୍ରଣରେ ରଖେ।
- ଲାଉ ଜୁସ୍ ପିଇବା ଦ୍ୱାରା ହିମୋଗ୍ଲୋବିନ୍ ସ୍ତର ବଢ଼ିବା ସହ ତ୍ୱଚାର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ।
- ଓଜନ ନିୟନ୍ତ୍ରଣ କରିବା ପାଇଁ ଲାଉ ଜୁସ୍ ବେଶ୍ ଲାଭଦାୟକ।