ହସିବା ଦ୍ୱାରା କେବଳ ଆପଣଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ତାହା ନୁହେଁ, ଏହା ମୁହଁ ଏବଂ ପେଟର ଚର୍ବିକୁ କମ୍ କରିଥାଏ।
ଆପଣଙ୍କ ମୁହଁର ସାମାନ୍ୟ ହସ ସାମ୍ନା ଲୋକକୁ ଉତ୍ସାହିତ କରିଥାଏ। ହସିବା ଏକ ପ୍ରକାର ଯୋଗ। ହସିବା ଫଳରେ ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଅନେକ ପ୍ରକାର ଦୁଃଖରୁ ମୁକ୍ତି ପାଇବା ପାଇଁ ହସ ଏକ ଚିକିତ୍ସା ଭାବେ କାମ କରିଥାଏ। ହସିବା ଫଳରେ ମୁହଁର ଆକର୍ଷଣ ମଧ୍ୟ ବୃଦ୍ଧି ହୋଇଥାଏ।
ହସିବା ଜାରି ରଖନ୍ତୁ
ଅଧିକାଂଶ ଡାକ୍ତରଙ୍କ କ୍ଲିନିକ, ବିଦ୍ୟାଳୟ, କଲେଜ, ଅନ୍ୟାନ୍ୟ ଅନୁଷ୍ଠାନ ଏବଂ କର୍ମକ୍ଷେତ୍ରରେ ହସିବା ଉପରେ ଅନେକ ବାର୍ତ୍ତା ଲେଖାଯାଇଥାଏ। ଏହି ହସ କେବଳ ଆମ ଚେହେରାର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ ବରଂ ଆମକୁ ସୁସ୍ଥ ମଧ୍ୟ ରଖିଥାଏ। ହସ ମୁହଁର ମାଂସପେଶୀକୁ କଠିନ ରଖିଥାଏ ଏବଂ ଆପଣଙ୍କୁ ଆକର୍ଷଣୀୟ କରାଇଥାଏ।
ହସିବା ଏକ ପ୍ରକାର ଯୋଗ
ମେଦବହୁଳତା ହ୍ରାସ କରିବା, ଓଜନ କମ କରିବା କିମ୍ବା ପେଟର ଚର୍ବି କମାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଯୋଗ ବ୍ୟାୟାମ କରନ୍ତି। ଅନେକ ଯୋଗ ପ୍ରଶିକ୍ଷକ ଏଭଳି ସମସ୍ୟାର ସମାଧାନ ସ୍ୱରୂପ ହସିବା ପାଇଁ ପରାମର୍ଶ ଦେଇଥାନ୍ତି। ହସିବା ମଧ୍ୟ ଯୋଗର ଏକ ରୂପ। ତେଣୁ ଅନ୍ୟ ଯୋଗ ସହିତ ହସିବାର ଅଭ୍ୟାସ ମଧ୍ୟ ଶରୀର ପ୍ରତି ଲାଭଦାୟକ ହୋଇଥାଏ।
ହସିବା ଦ୍ୱାରା ହୃଦୟର ପମ୍ପିଂ ଭଲ ଭାବରେ ହୋଇପାରେ। ତେଣୁ ହାର୍ଟ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ହସିବା ଜରୁରୀ ହୋଇଥାଏ।
ଟି-କୋଷଗୁଡ଼ିକ ହେଉଛି ସ୍ୱତନ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଯାହାକି ଶରୀରକୁ ସକ୍ରିୟ ରଖିଥାନ୍ତି। ହସିବା ଫଳରେ ଏହି କୋଷଗୁଡ଼ିକ ସକ୍ରିୟ ହୋଇ ଶରୀର ସୁସ୍ଥ ରଖିଥାନ୍ତ।
ହସିବା ଫଳରେ ପେଟର ଷ୍ଟ୍ରେସ ହରମୋନ ସ୍ତର ହ୍ରାସ ପାଇଥାଏ।
ଏଣ୍ଡୋରଫିନ ହରମୋନ ଶରୀରରେ ହେଉଥିବା ଯନ୍ତ୍ରଣା ଭଲ କରିଥାଏ। ହସିବା ଦ୍ୱାରା ଶରୀରରୁ ଅଧିକ ମାତ୍ରାରେ ଏଣ୍ଡୋରଫିନ ମୁକ୍ତ ହୋଇଥାଏ ଯାହା ଯନ୍ତ୍ରଣାକୁ ସହଜରେ ଭଲ କରି ଆପଣଙ୍କୁ ଆରାମ ଦେଇଥାଏ।
ରକ୍ତ ସଞ୍ଚାଳନ
ହସିବା ଦ୍ୱାରା ଆମ ଚେହେରାର ଅନେକ ମାଂସପେଶୀକୁ ପ୍ରଭାବିତ ହୋଇଥାଏ ଏବଂ ବିସ୍ତାର କରିଥାଆନ୍ତି। ଯାହା ଫଳରେ ମୁଖ କୋଷରେ ରକ୍ତ ସଞ୍ଚାଳନ ବୃଦ୍ଧି ହୋଇଥାଏ। ଶରୀରରେ ସଠିକ ରକ୍ତ ସଞ୍ଚାଳନ ହେବା ଫଳରେ ଅନେକ ରୋଗ ଭଲ ହୋଇଥାଏ।
ହରମୋନ ନିୟନ୍ତ୍ରଣ
ଅମ୍ଳଜାନସ୍ତର ବୃଦ୍ଧି ଶରୀରର ଚାପ ସ୍ତରକୁ ନିୟନ୍ତ୍ରଣ କରିବା ସହ ଶରୀରରେ କର୍ଟିସୋଲର କ୍ଷରଣକୁ ହ୍ରାସ କରିଥାଏ। ଏହା ସହିତ ହସିବା ଦ୍ୱାରା ମସ୍ତିଷ୍କରେ ଡୋପାମାଇନ ହରମୋନ ଅଧିକ ମାତ୍ରାରେ କ୍ଷରିତ ହୋଇଥାଏ। ଡୋପାମାଇନ ହରମୋନ ଆମ ଭାବନା ଉପରେ ପ୍ରଭାବ ପକାଇଥାଏ। ହରମୋନ ଠିକ ଭାବରେ କ୍ଷରିତ ହୋଇପାରିଲେ ଶରୀର ସୁସ୍ଥ ରହିଥାଏ।
ନିମ୍ନ ରକ୍ତଚାପରୁ ମୁକ୍ତି ଦେଇଥାଏ
ନିମ୍ନ ରକ୍ତଚାପ ସମସ୍ୟାରେ ପୀଡ଼ିତ ବ୍ୟକ୍ତିଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ ଆଣିବା ପାଇଁ ହସିବା ଜରୁରୀ। ରକ୍ତଚାପ ଜନିତ କୌଣସି ସମସ୍ୟାରୁ ଉପଶମ ପାଇବାକୁ ହେଲେ ମନ ଖୋଲି ହସନ୍ତୁ।