ଅଧିକାଂଶ ଲୋକ ମିଠା ଖାଇବାକୁ ପସନ୍ଦ କରନ୍ତି। ପର୍ବପର୍ବାଣୀରେ, ବାହାଘରରେ କିମ୍ବା କୌଣସି ଖୁସିର ମୁହୂର୍ତ୍ତରେ ଲୋକେ ମିଠା ଖାଇବାକୁ ଏବଂ ଖୁଆଇବାକୁ ପସନ୍ଦ କରନ୍ତି। ହେଲେ ଏହି ମିଠାରେ ବ୍ୟବହାର ହେଉଥିବା ଚିନି ସ୍ୱାସ୍ଥ୍ୟ ପାଇଁ କେତେ ଖରାପ ଜାଣିଛନ୍ତି କି?

ଆପଣ ପିଉଥିବା ମିଲ୍କ ସେକ୍‌, ହରଲିକ୍ସ, ଭନ୍ନଭିଟା, ପ୍ରୋଟିନ୍‌ ସେକ୍‌, କୋଲଡ୍ରିଙ୍କ୍‌, ଚକୋଲେଟ୍‌, ଆଇସ୍‌କ୍ରିମ୍‌, ବିସ୍କୁଟ୍‌, ହରଲିକ୍ସ,  ଓ କେକ୍‌ ଭଳି ଖାଦ୍ୟରେ ଚିନି ମିଶିଥାଏ। ଏହାଛଡ଼ା ମାର୍କେଟ୍‌ରେ ମିଳୁଥିବା ଫଳ ଜୁସ୍‌, ଯାହାକୁ ଲୋକେ ସ୍ୱାସ୍ଥ୍ୟକର ଭାବି ପିଇଥା’ନ୍ତି, ସେଥିରେ ପୂଳା ପୂଳା ଚିନି ମିଶିଥାଏ।

ଆପଣ ଯାହା ଖାଉଛନ୍ତି ତାହା ଇନସୁଲିନ୍ ମାଧ୍ୟମରେ ଶକ୍ତିରେ ପରିଣତ ହୁଏ। ଅଧିକ ମାତ୍ରାରେ ଚିନି ଖାଇବା ଫଳରେ ଇନସୁଲିନ୍ ଏହାକୁ ଗ୍ରହଣ କରେ ନାହିଁ ଏବଂ ଶରୀରରେ ଅତିରିକ୍ତ କ୍ୟାଲୋରୀ ବା ଚର୍ବି ଭାବରେ ଗଚ୍ଛିତ ହୋଇଯାଏ। ଅତିରିକ୍ତ ଚର୍ବି ଶରୀରରେ ମେଟାବୋଲିକ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି କରେ ଯାହା ଇନସୁଲିନକୁ ପ୍ରତିରୋଧ କରିଥାଏ। ମେଦ ବହୁଳତା ହୃଦରୋଗ, ଡାଏବେଟିସ୍‌ର କାରଣ ପାଲଟିଥାଏ।

ହୃଦରୋଗ

ପେଟର ଅଧିକ ଚର୍ବି ଖରାପ କୋଲେଷ୍ଟ୍ରଲର ମାତ୍ରା ବଢ଼ାଇଥାଏ, ଯାହା ରକ୍ତସଞ୍ଚାଳନରେ ପ୍ରଭାବ ପକାଏ। ଦୂଷିତ ରକ୍ତଭଣ୍ଡାରର ଭିତର ଭାଗରେ ଜମା ହୋଇ ଶରୀରରେ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ଦେଖାଦିଏ। ଚିନି ଖାଇବା ଦ୍ଵାରା ଶରୀରରେ ଅଧିକ କୋଲେଷ୍ଟ୍ରୋଲ ବଢ଼ିଥାଏ। ଷ୍ଟ୍ରୋକ ଏବଂ ଅନ୍ୟାନ୍ୟ ହୃଦ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିବା ପାଇଁ ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ସନ୍ତୁଳନ ରଖିବା ଗୁରୁତ୍ୱପୂର୍ଣ୍ଣ।

diabetes_child

ଅଧିକ ପଢ଼ନ୍ତୁ: ଓଜନ ନିୟନ୍ତ୍ରଣ ପାଇଁ ଖାଆନ୍ତୁ ମୁଗ ଡାଲି ସୁପ୍‌, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ମଧୁମେହ

ଚିନି ସହ ମଧୁମେହର କୌଣସି ସିଧା ପ୍ରଭାବ ଯଦିଓ ରହିନଥାଏ କିନ୍ତୁ ଭୂମିକା ରହିଥାଏ। ଚିନି ଖାଇଲେ ମେଦବହୁଳତା ବଢ଼ିଥାଏ। ଏହା ଶରୀରରେ ମଧୁମେହ ଆଶଙ୍କା ବୃଦ୍ଧି କରେ। ମେଦବୃଦ୍ଧି ଯୋଗୁଁ ଶରୀରର ହରମୋନରେ ପରିବର୍ତ୍ତନ ଆସିବା ସହ ବିଭିନ୍ନ ପ୍ରକାର ରୋଗ ଗ୍ରାସ କରିଥାଏ। ଏହାଦ୍ଵାରା ରକ୍ତ ଶର୍କରାରେ ସନ୍ତୁଳନ ରକ୍ଷା ହୋଇପାରି ନଥାଏ।

ଲିଭର୍ ସମସ୍ୟା

ଚିନିରେ ଫ୍ରୁକ୍ଟୋସ ଭରି ରହିଥାଏ। ଏହା ଖାଇଲେ ଫ୍ରୁକ୍ଟୋସ ସିଧା  ଲିଭରକୁ ଯାଏ। ଏହା ଶରୀର ପାଇଁ ଜରୁରୀ। ଶାରୀରିକ ପରିଶ୍ରମ ନକଲେ ଲିଭରରେ ଫ୍ରୁକ୍ଟୋସ ଚର୍ବିରେ ପରିଣତ ହୋଇଯାଏ। ଏହାଦ୍ଵାରା ଲିଭରରେ ନନ୍-ଅକ୍ଲୋହଲିକ୍ ଚର୍ବି ରୋଗ ହେବାର ସମ୍ଭାବନା ଥାଏ। ଆଗକୁ ଯକୃତ ସିରୋସିସ୍ ବା କ୍ୟାନସର୍ ହେବା ବହୁତ ସମ୍ଭାବନା ରହିଥାଏ।

ଦାନ୍ତ ସମସ୍ୟା

ଚିନିରେ ଖାଇଲେ ଏହା ପାଟି ଭିତରକୁ ଯାଇ ଦାନ୍ତ ସମସ୍ୟା ସୃଷ୍ଟି କରେ। ତେଣୁ ମିଠାଜାତୀୟ ଖାଦ୍ୟ ଖାଇବା ପରେ ମୁହଁ ଭଲ ଭାବେ ଧୋଇନିଅନ୍ତୁ।

getting tired easily

ଅଧିକ ପଢ଼ନ୍ତୁ: ବିସ୍କୁଟ୍‌ ନାଁରେ ଆପଣ ଖାଉଛନ୍ତି ମଇଦା

ଆଳସ୍ୟ

ଚିନି ଖାଇବା କାରଣରୁ ମସ୍ତିଷ୍କରୁ ଡୋପାମାଇନ୍ ରିଲିଜ୍ ହୋଇଥାଏ। ଫଳରେ କିଛିଟା ଆଳସ୍ୟ ଅନୁଭବ ହୁଏ।

ଡିପ୍ରେସନର ଅଧିକ ବିପଦ

ଅଧିକ ଶର୍କରା ଯୁକ୍ତ ଓ ପ୍ରକ୍ରିୟାଯୁକ୍ତ ଖାଦ୍ୟ ବା ପାନୀୟର ସେବନ କଲେ ଅବସାଦ ବା ଡିପ୍ରେସନର ବିପଦ ବଢ଼ିଯାଏ। ଗବେଷଣା ଅନୁସାରେ ବ୍ଲଡ୍‌ ସୁଗାର ହିଁ ମୁଡ୍‌ ପରିବର୍ତ୍ତନ, ନ୍ୟୁରୋଟ୍ରାନ୍ସମିଟର୍ସକୁ ଗଡ଼ବଡ଼ କରିବାର କାରଣ ହୋଇପାରେ। ଅଧିକ ଶର୍କରା ହେବା ଫଳରେ ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଫ୍ୟାଟି ଲିଭରର ବିପଦ

ଫ୍ୟାଟି ଲିଭରର ଅର୍ଥ ଲିଭରରେ ଅଧିକ ଫ୍ୟାଟ୍‌ ବା ଚର୍ବି ଜମିଯିବା। ଏହି କାରଣରୁ ପେଟରେ ଜଳାପୋଡ଼ା ହୁଏ। ଲିଭରର ଗ୍ଲାଏକୋଜେନ୍‌ ଷ୍ଟୋର୍‌ କରିବାର ନିର୍ଦ୍ଦିଷ୍ଟ ସୀମା ଥାଏ। ତା ଉପରେ ଅତିରିକ୍ତ ଶର୍କରା ଚର୍ବି ଭାବେ ଜମିଯାଏ। ଏହା ନନ୍‌ ଆକହଲିକ୍‌ ଫ୍ୟାଟି ଲିଭର ରୋଗ ହୋଇଥାଏ।