ଭିଟାମିନ୍‌ ସି’ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ ଶରୀରକୁ ବାହ୍ୟ ଭୂତାଣୁ ସଂକ୍ରମଣ କରିପାରିନଥାଏ।

vitamin c

ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥାଏ ଭିଟାମିନ୍ ସି’, ଯାହା ଶରୀରର ବିଷାକ୍ତ କିମ୍ବା କ୍ଷତିକାରକ ପଦାର୍ଥକୁ ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ ଏବଂ ସଂକ୍ରମଣର ଆଶଙ୍କା ହ୍ରାସ କରିଥାଏ।

ଏହା ବ୍ୟତୀତ ଭିଟାମିନ୍ ସି’ ଆଇରନ୍‌ ଅବଶୋଷଣରେ ସାହାଯ୍ୟ କରେ, ଚର୍ମକୁ ସୁରକ୍ଷା ଦେଇଥାଏ ଏବଂ କୋଲାଜେନ୍ ତିଆରି କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କେବଳ ଏତିକି ନୁହେଁ, ଭିଟାମିନ୍ ସି’ କ୍ଷତକୁ ଶୀଘ୍ର ଭଲ କରିବା ସହିତ ହାଡ଼କୁ ମଜଭୁତ କରିବାରେ ମଧ୍ୟ ବହୁତ ଲାଭଦାୟକ।

କେଉଁ ଖାଦ୍ୟରୁ ମିଳିଥାଏ ଭିଟାମିନ୍‌ ସି’?

ଅଁଳା – ୬୦୦ ମିଲିଗ୍ରାମ୍‌

କମଳା ରସ (୪ କପ୍) – ୯୩ ମିଗ୍ରା

ଘିଅ – ୭୬ ମିଗ୍ରା

ଗୋଟେ କମଳା – ୭୦ ମିଗ୍ରା

ଅଙ୍ଗୁର ରସ (୪ କପ୍) -୭୦ ମିଗ୍ରା

ଲେମ୍ବୁ – ୪୮.୧ ମିଗ୍ରା

କୋବି, ବାଇଗଣୀ – ୪୩.୪ ମିଗ୍ରା

କଞ୍ଚା ବ୍ରୋକୋଲି (୧/୨ କପ୍) – ୩୯ ମିଗ୍ରା

ଟମାଟୋ ରସ (୪ କପ୍) – ୩୩ ମିଗ୍ରା