କୋଷ୍ଠକାଠିନ୍ୟ ସମସ୍ୟା ହେଉଛି କି? ଚିନ୍ତିତ ହୁଅନ୍ତୁ ନାହିଁ, ଆପଣାନ୍ତୁ ଏହି ୧୦ଟି ଟିପ୍ସ।
ଯେତେବେଳେ ଝାଡ଼ା ପରିଷ୍କାର ହେଉନାହିଁ, ସେତେବେଳେ ତାକୁ କୋଷ୍ଠକାଠିନ୍ୟ ବୋଲି କୁହାଯାଏ। ସପ୍ତାହରେ ତିନିଦିନ ଝାଡ଼ା ନହେଲେ, ଜାଣିବେ କୋଷ୍ଠକାଠିନ୍ୟ ଗୁରୁତର ଅବସ୍ଥାରେ ରହିଛି। ତେବେ କେଉଁ ଭଳି ଖାଦ୍ୟ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟାକୁ ଏଡ଼ାଇପାରିବେ।
- ପ୍ରଚୁର ପରିମାଣରେ ପାଣି ପିଇବା ଜରୁରୀ। ଦୈନିକ ୮ ଗ୍ଲାସ୍ ପାଣି ପିଅନ୍ତୁ। ଯଦି ଉଷୁମ ପାଣି ପିଉଛନ୍ତି, ତେବେ କୋଷ୍ଠକାଠିନ୍ୟ ସମସ୍ୟା ଥିଲେ ଉପଶମ ମିଳିପାରିବ।
- ତନ୍ତୁ ଜାତୀୟ ଖାଦ୍ୟ ଯେପରିକି ତାଜା ସବୁଜ ପନିପରିବା, ଚୋପା ଲଗା ଫଳ ମୂଳ, ଶସ୍ୟ ଜାତୀୟ ଖାଦ୍ୟ, ବିଭିନ୍ନ ପ୍ରକାର ଡାଲିକୁ ଖାଦ୍ୟରେ ସାମିଲ କରନ୍ତୁ।
- ଜୀବନଶୈଳୀରେ ପରିବର୍ତ୍ତନ ଆଣନ୍ତୁ। ସବୁବେଳେ ବସିକି ନ ରହି ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରନ୍ତୁ।
- ଚର୍ବିଜାତୀୟ ଖାଦ୍ୟରୁ ନିବୃତ୍ତ ରହନ୍ତୁ।
- ଗର୍ଭାବସ୍ଥାରେ ଇଷ୍ଟ୍ରୋଜେନ୍ ଓ ପ୍ରୋଜେଷ୍ଟେରୋନ୍ ହରମୋନ୍ ଅଧିକ ହେବାରୁ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ। ଏଭଳି ସ୍ଥିତିରେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ। ମୁଗଡାଲି, ସନ୍ତୁଳା, କିସ୍ମିସ୍ଳ ଉଷୁନା ଭାତ, ଗୋଲମରିଚକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଗର୍ଭାବସ୍ଥାରେ ଅରୂଆ ଭାତ ଖାଆନ୍ତୁ ନାହିଁ। ଏସବୁ ବାଦ୍ ଯଦି କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦିଏ, ତାହାହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ।
- ଏହାଛଡ଼ା ସକାଳୁ ଉଠିବା ପରେ ଗୋଟେ ଗ୍ଲାସ୍ ଭୂଷି ପାଣି ପିଅନ୍ତୁ।
- ମଇଦା ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟା ହୋଇପାରେ। ତେଣୁ, ମଇଦା ଏବଂ ମଇଦାରେ ତିଆରି ଖାଦ୍ୟଠାରୁ ଦୂରେଇ ରହନ୍ତୁ।
- ବର୍ତ୍ତମାନ ଛୁଆମାନେ ଖେଳକୁଦ କମ୍ ମୋବାଇଲରେ ଅଧିମ ସମୟ ବିତାଉଛନ୍ତି। ଏହାଦ୍ୱାରା ପେଟଜନିତ ସମସ୍ୟା ସୃଷ୍ଟି ହେଉଛି। ତେଣୁ ପିଲାମାନେ ଅଧିକ ଖେଳାଖେଳି କରିବା ଦରକାର।
- କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିବା ପାଇଁ ଆପଣ ତ୍ରିଫଳା ଚୂର୍ଣ୍ଣ ଖାଇପାରିବେ। ହରିଡ଼ା, ବାହାଡ଼ା ଓ ଅଁଳାକୁ ଗୁଣ୍ଡ କରି ରଖିବେ। ରାତିରେ ଖାଇସାରିବା ପରେ ଗୋଟିଏ ଗ୍ଲାସ୍ ଉଷୁମ ପାଣିରେ ଦୁଇଚାମଚ ତ୍ରିଫଳା ଚୂର୍ଣ୍ଣକୁ ମିଶାଇ ପିଇପାରିବେ।
- ପ୍ରତିଦିନ ସକାଳେ ଖାଲିପେଟରେ ଉଷୁମ ପାଣି ପିଅନ୍ତୁ।