ଥାଇରଏଡ୍ ରୋଗର ଚିକିତ୍ସା ବିଷୟରେ ଜାଣନ୍ତୁ।
ଆମ ଶରୀରର ସମସ୍ତ କାର୍ଯ୍ୟ ଥାଇରଏଡ୍ ହରମୋନ ଉପରେ ନିର୍ଭର କରିଥାଏ। ଥାଇରଏଡ୍ ଗ୍ରନ୍ଥିରୁ T୩ ଓ T୪ ହରମୋନ୍ କ୍ଷରଣ ହୋଇଥାଏ। ଯଦି କୌଣସି କାରଣରୁ ସେହି ହରମୋନ୍ ଅଧିକ ପରିମାଣର କ୍ଷରଣ ହୁଏ ବା କମ୍ ପରିମାଣରେ କ୍ଷରଣ ହୁଏ, ତାହାହେଲେ ଥାଇରଏଡ୍ ରୋଗ ହୋଇଥାଏ।
ହାଇପୋ-ଥାଇରଏଡଜିମ୍ ରୋଗରେ ବାହାରୁ ଥାଇରକ୍ସିନ୍ ହରମୋନ୍କୁ ବଟିକା ହିସାବରେ ଦିଆଯାଏ। ଏହି ଔଷଧକୁ ଅଧିକ ଦିନ ଧରି ଖାଇବାକୁ ପଡ଼ିଥାଏ। ଏହି କ୍ଷେତ୍ରରେ ଆଣ୍ଟି ଟିପିଓ ଏବଂ ଆଣ୍ଟିବଡି ପଜିଟିଭ୍ ଆସିଲେ ଥାଇରକ୍ସିନ୍ ହରମୋନ୍କୁ ଜୀବନସାରା ଖାଇବାକୁ ପଡ଼ିଥାଏ।
ଥାଇରଏଡ୍ ହରମୋନ୍ ନେବା ଦ୍ୱାରା କୌଣସି କ୍ଷତି ହୁଏ ନାହିଁ। ଥାଇରଏଡ୍ ଔଷଧକୁ ଡାକ୍ତରଙ୍କର ପରାମର୍ଶ କ୍ରମେ ଖାଇବା ଜରୁରୀ।
ଅଧିକ ଜାଣନ୍ତୁ: କାହିଁକି ହୁଏ ଥାଇରଏଡ୍ ରୋଗ?
ଜାଣିରଖନ୍ତୁ, ସବୁବେଳେ ଥାଇରଏଡ୍ ମେଡିସିନ୍ ବିଞ୍ଛଣାରୁ ଉଠିବା ମାତ୍ରେ ଖାଇବାର ଅଛି। ଥାଇରଏଡ୍ ଔଷଧ ଖାଇବାର ଗୋଟେ ଘଣ୍ଟା ପର୍ଯ୍ୟନ୍ତ ପାଣି ଛଡ଼ା ଅନ୍ୟ କୌଣସି ଜିନିଷ ଖାଇବା ମନା। ଯାହା ବି ଆପଣ ଖାଇବେ ଗୋଟେ ଘଣ୍ଟା ପରେ ଖାଇବେ।
ଧରାଯାଉ, ଆପଣ ଅନ୍ୟ କୌଣସି ରୋଗ ପାଇଁ କିଛି ଔଷଧ ଖାଉଛନ୍ତି ଏବଂ ଡାକ୍ତର ଆପଣଙ୍କୁ ଖାଲିପେଟରେ ଖାଇବାକୁ ପରାମର୍ଶ ଦେଇଛନ୍ତି ତେବେ ସେହି ମେଡିସିନ୍କୁ ଥାଇରଏଡ୍ ମେଡିସିନ୍ ଖାଇବାର ୪ ଘଣ୍ଟା ପରେ ଖାଇପାରିବେ।
ହାଇପର-ଥାଇରଏଡ୍ର ଚିକିତ୍ସା ବିଭିନ୍ନ ପ୍ରକାରର। ଏଥିପାଇଁ ରୋଗୀଙ୍କୁ ଆଣ୍ଟି-ଥାଇରଏଡ୍ ଡ୍ରଗ୍ସ ଦେବା ସହ ରେଡିଓ ଆବୋଲିସନ୍ ବା ଆୟୋଡିନ୍-୧୩୧ର ହରମୋନ୍ ପିଇବାକୁ ଦେଇ ଥାଇରଏଡ୍ ଗ୍ରନ୍ଥିକୁ ନଷ୍ଟ କରିଯାଇଥାଏ, ଯାହାକୁ ରେଡିଓ ଆୟୋଡିନ୍ ଥେରାପି (radioiodine therapy) କୁହାଯାଏ।
ଯଦି ଥାଇରଏଡ୍ ଗ୍ରନ୍ଥିର ଆକାର ବହୁତ ବଡ଼ ଥାଏ କିମ୍ବା ନିଶ୍ୱାସ ନେବାରେ, କଥା କହିବାରେ ବା ଛେପ ଢୋକିବାରେ ଅସୁବିଧା ହୁଏ, ତେବେ ସଲ୍ୟ ଚିକିତ୍ସା ପରାମର୍ଶ ଦିଆଯାଇଥାଏ।