ଦୂଷିତ ଜଳ ଏବଂ ଖାଦ୍ୟ ଦ୍ଵାରା ଟାଇଫଏଡ ହୋଇଥାଏ। ବିଶେଷ କରି ବର୍ଷାଦିନେ ଏହି ରୋଗ ଅଧିକ ହେଉଥିବାର ଦେଖାଯାଏ। (Typhoid: symptoms, Treatment and Preventions in Odia)

viral fever

ଟାଇଫଏଡ ଜ୍ୱର ଏକ ଜଳ ବାହିତ ରୋଗ। ଟାଇଫଏଡ ରୋଗୀ ମଳରେ ଥିବା ସାଲମୋନେଲା ଟାଇଫି ବ୍ୟାକ୍ଟେରିଆ ଏହା ଦ୍ୱାରା ବ୍ୟାପୀ ଥାଏ। ଏହି ବ୍ୟାକ୍ଟେରିଆ କେବଳ ମଣିଷମାନଙ୍କ ପାଖରେ ଦେଖିବାକୁ ମିଳେ, ଯାହା ରୋଗୀର ମଳ ଦ୍ଵାରା ପାଣିରେ ମିଶେ। ଜଣେ ସୁସ୍ଥ ବ୍ୟକ୍ତି ସେହି ପାଣିର ବ୍ୟବହାର କରିବା ଯୋଗୁଁ ଟାଇଫଏଡ୍‌ର ଶିକାର ହୁଏ। ରୋଗୀ ଶରୀରରୁ ଏହି ବ୍ୟାକ୍ଟେରିଆ ନିର୍ଗତ ହୋଇ ଖାଦ୍ୟ ମାଧ୍ୟମରେ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ। ଏହି ରୋଗରେ ଅନ୍ତନଳୀ ଆକ୍ରାନ୍ତ ହେବା ସହ ଜ୍ୱର ହେଇଥାଏ। ଏହାକୁ ଆନ୍ତ୍ରିକ ଜ୍ୱର ବୋଲି କୁହାଯାଏ। ଏହି ଜୀବାଣୁ ଆକ୍ରାନ୍ତ ବ୍ୟକ୍ତି ଅନ୍ତନଳୀରେ ପ୍ରଵେଶ କରି ରକ୍ତ ପ୍ରବାହକୁ ଆକ୍ରମଣ କରନ୍ତି।

ଟାଇଫଏଡ୍‌ର ଲକ୍ଷଣ (Symptoms of typhoid in Odia)

ଦୀର୍ଘ ସମୟ ଧରି ଜ୍ୱର ଲାଗିରହିବା

ଥକ୍କା ଅନୁଭବ ହେବା

ମୁଣ୍ଡ ବିନ୍ଧିବା

ବାନ୍ତି ହେବା

ପେଟ ଯନ୍ତ୍ରଣା

କୋଷ୍ଠ କାଠିନ୍ୟ

ତଣ୍ଟି ଦରଜ

ଭୋକ କମିଯିବା

ରୋଗର ସର୍ବାଧିକ ଲକ୍ଷଣ ରୋଗ ଆରମ୍ଭର ୧୦ ଦିନ ମଧ୍ୟରେ ଦେଖାଯାଏ।

drinking water

ଚିକିତ୍ସା

ସୁରକ୍ଷିତ ଜଳ ପରିମଳ, ସ୍ଵଚ୍ଛତା ଏବଂ ଟିକାକରଣ ଦ୍ଵାରା ଟାଇଫଏଡକୁ ରୋକିବାରେ ଏବଂ ନିଯନ୍ତ୍ରଣ କରିହେବ। ଟାଇଫଏଡ ରୋକିବା ପାଇଁ ଅନେକ ବର୍ଷ ଧରି ଟିକା ବ୍ୟବହୃତ ହୋଇଆସୁଛି।

୬ମାସରୁ ୪୫ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ଏବଂ ବୟସ୍କଙ୍କ ପାଇଁ ଟିଟାନାସ ଟକ୍ସଏଡ ପ୍ରୋଟିନ ସହିତ ଭି ଆଣ୍ଟିଜେନ ଟାଇଫଏଡ ଟିକା ରୂପେ ଦିଆଯାଏ।

୨ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ କେବଳ ଆଣ୍ଟିଜେନରେ ପ୍ରସ୍ତୁତ ଇଞ୍ଜେକସନର ବ୍ୟବସ୍ଥା ରହିଛି।

୬ବର୍ଷରୁ ବୟସ୍କଙ୍କ ପାଇଁ ଟାଇଫଏଡ ପ୍ରତିରୋଧ କରିବା କ୍ୟାପସୁଲ ବ୍ୟବହାର କରାଯାଉଛି।

ପୂର୍ବରୁ ଦିଆଯାଉଥିବା ଟିକା ଦୀର୍ଘସ୍ଥାୟୀ ପ୍ରତିରକ୍ଷା ପ୍ରଦାନ କରୁନଥିଲା। ସମସ୍ତ ଟିକା ଶିଶୁମାନଙ୍କ ପାଇଁ ଉପଯୁକ୍ତ ନୁହେଁ। ସେଥିପାଇଁ ୨୦୦୭ ଡିସେମ୍ବରରେ WHO ତରଫରୁ ନୂଆ ଟିକା ବାହାର କରାଯାଇଥିଲା। ଏହି ଟିକା ପୂର୍ବ ଟିକା ଅପେକ୍ଷା ଅଧିକ କ୍ଷମତାଶାଳୀ ଏବଂ ୬ମାସ ବୟସରୁ ପିଲାମାନଙ୍କ ଦିଆଯାଇପାରେ। ଏହି ଟିକା ଟାଇଫଏଡ ଚିକିତ୍ସାରେ ଲାଗୁଥିବ ଆଣ୍ଟିବୋୟୋଟିକ ବ୍ୟବହାରକୁ ହ୍ରାସ କରିବ ଏବଂ  ଶରୀରରେ ସାଲେମୋନେଲା ଟାଇଫିର ବୃଦ୍ଧିକୁ ମନ୍ଥର କରିବ।

kid with doctor

ଟାଇଫଏଡ୍‌ ଜ୍ୱରର ନିରାକରଣ (Prevention of typhoid in Odia)

ରୋଗର ଲକ୍ଷଣ ଜାଣି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ମଳତ୍ୟାଗ ପରେ ହାତକୁ ଭଲ ଭାବେ ସାବୁନରେ ଧୁଅନ୍ତୁ। ମାଟି କିମ୍ବା ପଥରରେ ହାତ ଘଷନ୍ତୁ ନାହିଁ।

ଟାଇଫଏଡରେ ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ବ୍ୟଙ୍କିଙ୍କୁ ଖାଦ୍ୟ ପରଷିଲେ କିମ୍ବା ତାଙ୍କ ସହ ଖାଇଲେ ରୋଗ ବ୍ୟାପୀ ଥାଏ। ତେଣୁ ଯେତେସମ୍ଭବ ଏସବୁରୁ ଦୂରେଇ ରହନ୍ତୁ।

ସବୁଜ ପନିପରିବା ଖାଆନ୍ତୁ ଏବଂ ଫୁଟା ପାଣି ପିଅନ୍ତୁ।

ଗୁପଚୁପ, ଚାଟ ଭଳି ବାହାର ଖାଦ୍ୟଠାରୁ ଦୂରରେ ରହନ୍ତି।

ଟାଇଫଏଡ ସଂପୂର୍ଣ୍ଣ ଭଲ ହୋଇଯିବା ପରେ ପୁଣି ଥରେ ଟେଷ୍ଟ କରାଇନିଅନ୍ତୁ।