ଅଧିକ ପଢ଼ନ୍ତୁ: ଗୋଡ଼ ହାତ ଥରୁଛି କି? ଜାଣନ୍ତୁ କାହିଁକି

ପାର୍କିନ୍‌ସନ୍ ରୋଗ ବା କମ୍ପବାତ ହେଉଛି ଏକ ସ୍ନାୟୁଗତ ସମସ୍ୟା। ଉଭୟ ପୁରୁଷ ଏବଂ ମହିଳାମାନେ ଏହି ରୋଗର ଶିକାର ହୋଇପାରନ୍ତି। ଏହାକୁ ପ୍ରୋଗ୍ରେସିଭ୍ ଡିସ୍ଅର୍ଡର ମଧ୍ୟ କୁହାଯାଏ। କାରଣ ଏହା ଧୀରେ ଧୀରେ ବଢ଼ିଥାଏ। ଆସନ୍ତୁ ଜାଣିବା ପାର୍କିନ୍‌ସନ୍‌ ରୋଗର ଲକ୍ଷଣ ବିଷୟରେ।

  • ହାତ ଥରିବା, ଗୋଡ଼ ଥରିବା, ଥରି ଥରି କଥା କହିବା, ମୁଣ୍ଡ ଥରିବା ହେଉଛି ପାର୍କିନ୍‌ସନ୍‌ର ମୁଖ୍ୟ ଲକ୍ଷଣ।
  • ପାର୍କିନସନ୍ ରୋଗ ଅଚାନକ ଆରମ୍ଭ ହୋଇଥାଏ। ପୀଡ଼ିତ ବ୍ୟକ୍ତି ଜଣକ ବସିଥିବାବେଳେ ଅଚାନକ ହାତ ଥରିବା ଭଳି ଅନୁଭବ କରିଥା’ନ୍ତି। ଧୀରେ ଧୀରେ ହାତ ଥରିବା ଅଧିକ ହୋଇଥାଏ। ଏହି ସମସ୍ୟା ପ୍ରଥମେ ଗୋଟେ ହାତରୁ ଆରମ୍ଭ ହୋଇଥାଏ ଓ ଧୀରେ ଧୀରେ ଦୁଇ ହାତ ଥରିଥାଏ।
  • ଯଦି ଜଣେ ବ୍ୟକ୍ତି ହାତ ରଖିଥିବା ବେଳେ ତାଙ୍କ ଅଜାଣତରେ ହାତ ଥରୁଥାଏ, ତେବେ ଜାଣିବେ ଏହା ପାର୍କିନ୍‌ସନ୍‌ର ଲକ୍ଷଣ ହୋଇପାରେ। ଯଦି ଜଣେ ବ୍ୟକ୍ତିଙ୍କର ହାତ କିମ୍ବା ଗୋଡ଼ରେ ଷ୍ଟିଫ୍‌ନେସ୍‌ ହେଲେ ଜାଣିବେ ଏହା ପାର୍କିନ୍‌ସନ୍‌ର ଲକ୍ଷଣ। ହାତ ଷ୍ଟିଫ୍‌ ହେଲେ ବ୍ୟକ୍ତି କାମ କରିପାରନ୍ତି ନାହିଁ।
  • କେତେକ ବ୍ୟକ୍ତି କୌଣସି କାର୍ଯ୍ୟ କରିବା ବେଳକୁ କିମ୍ବା ଚାଲିବା ବେଳକୁ ପୂର୍ବାପେକ୍ଷା ଧୀର ହୋଇଯାଆନ୍ତି ବା ଧୀରେ ଧୀରେ ସବୁ କାର୍ଯ୍ୟ କରନ୍ତି, ତେବେ ତାକୁ ଏକାଇନେସିଆ ବୋଲି କୁହାଯାଏ। 

ଅଧିକ ପଢ଼ନ୍ତୁ: ପାର୍କିନ୍‌ସନ୍ ବା କମ୍ପବାତ ରୋଗର କାରଣ କ’ଣ?

  • ଚାଲୁଚାଲୁ ଅଚାନକ ଝଟକା ଲାଗିବା ଭଳି ଅନୁଭବ ହେବା ଏବଂ ନିଜ ଉପରୁ ନିୟନ୍ତ୍ରଣ ହରାଇବା ମଧ୍ୟ ପାର୍କିନସନ୍ ଲକ୍ଷଣ। ଅନେକ ଥର ସନ୍ତୁଳନ ରକ୍ଷା ନ କରିପାରିବାରୁ ପୀଡ଼ିତ ବ୍ୟକ୍ତି ତଳେ ପଡ଼ିଯାଆନ୍ତି।
  • ଅନେକ ସମୟରେ ରୋଗୀ ଚାଲିବା ବେଳେ ପଡ଼ିଯାଆନ୍ତି, ତାକୁ ପୋଶ୍ଚୁରାଲ ଇନ୍‌ଷ୍ଟାବିଲିଟି କୁହାଯାଏ।
  • ସାଧାରଣ ଭାବେ କଥାବାର୍ତ୍ତା ହେବା ବେଳେ ପୀଡ଼ିତ ବ୍ୟକ୍ତିଙ୍କର କଣ୍ଠ ଅଚାନକ ଥରିବା, ପାଟି ଖନେଇ ଯିବା ଆଦି ଏହାର ଲକ୍ଷଣ।
  • ଏହାର ଅନ୍ୟାନ୍ୟ ଲକ୍ଷଣ ହେଲା ପୀଡ଼ିତ ବ୍ୟକ୍ତିର ମୁହଁରୁ ଅଧିକ ମାତ୍ରାରେ ଲାଳ ବୋହେ। ତାଙ୍କୁ ଖାଦ୍ୟ ଖାଇବା ଓ ଗିଳିବାରେ କଷ୍ଟ ହୋଇଥାଏ।
  • ପାର୍କିନସନ୍ ପୀଡ଼ିତ ପ୍ରଭାବିତ ଲୋକଙ୍କର ଚେହେରା ଅଚାନକ ଭାବଶୂନ୍ୟ ହୋଇଯାଏ। ଲାଗେ ସେ ଯେଭଳି ସବୁବେଳେ ଲୋକଙ୍କୁ ବିସ୍ମିତ ହୋଇ ଦେଖୁଛନ୍ତି।
  • କେତେକ କ୍ଷେତ୍ରରେ ରୋଗୀଙ୍କୁ ନନ୍‌ ମୋଟର ଲକ୍ଷଣ ଦେଖାଦିଏ, ଯେପରିକି କୋଷ୍ଠକାଠିନ୍ୟ, ସ୍ମୃତିଶକ୍ତି କମିଯାଏ, ଘ୍ରାଣ ଶକ୍ତି କମିଯାଏ, ବହୁ ମାତ୍ରାରେ ଝାଳ ବୋହିଥାଏ।
  • ପାର୍କିନ୍‌ସନ୍‌ରେ ପୀଡ଼ିତ ରୋଗୀଙ୍କର ରକ୍ତଚାପରେ ଅସ୍ଥିରତା ଦେଖାଦିଏ।