ପଲ୍ଲବୀ ସାବତ
କେମିତି ପ୍ରସ୍ତୁତ କରିବେ ଚିତ୍ତଉ ପିଠା, ଜାଣନ୍ତୁ ।
ଆବଶ୍ୟକୀୟ ସାମଗ୍ରୀ
- ଅରୁଆ ଚାଉଳ – 1 କପ୍
- ନଡ଼ିଆ କୋରା – 11/2 କପ୍
- ଅଳ୍ପ ଲୁଣ
- ଏକ ଚାମଚ ଦେଶୀ ଘିଅ
ପ୍ରସ୍ତୁତି ପ୍ରଣାଳୀ -:
ପ୍ରଥମେ ଅରୁଆ ଚାଉଳକୁ ଭଲ ଭାବରେ ଧୋଇ ଦେବେ। ତା’ ପରେ ଚାଉଳ ବୁଡ଼ିଲା ପର୍ଯ୍ୟନ୍ତ ପାଣି ଦେଇ ୪ରୁ ୬ ଘଣ୍ଟା ପର୍ଯ୍ୟନ୍ତ ବତୁରାଇବେ। ତା’ ପରେ ଚାଉଳରେ, ନଡ଼ିଆ ଏବଂ ଅଳ୍ପ ପାଣି ଦେଇ ଗ୍ରାଇଣ୍ଡର ସାହାଯ୍ୟରେ ବାଟନ୍ତୁ। ଏହି ପିଠଉକୁ ଚିକ୍କଣ କରି ନ ବାଟି ଟିକେ ଖଦଡ଼ିଆ ରଖିବେ। ତା’ ପରେ ପିଠଉକୁ ଏକ ବଡ଼ପାତ୍ରରେ କାଢ଼ି ଅଳ୍ପ ଲୁଣ ପକାଇ ଗୋଳାଇବେ । ତା’ ପରେ ଏକ ଘୋଡ଼ଣୀ ଘୋଡ଼ାଇ ୨ଘଣ୍ଟା ପର୍ଯ୍ୟନ୍ତ ରଖିବେ। ଦୁଇ ଘଣ୍ଟା ପରେ ପିଠଉକୁ ଆଉ ଥରେ ଭଲ ଭାବରେ ଗୋଳାଇବେ, ଯଦି ପିଠଉ ବେଶୀ ବହଳିଆ ହୋଇଥିବ ତେବେ ଆବଶ୍ୟକ ପରିମାଣରେ ଉଷୁମ ପାଣି ଦେବେ ଏହି ପିଠଉକୁ ବେଶୀ ପତଳା କରିବେ ନାହିଁ। ତା’ ପରେ ଗ୍ୟାସ୍ ଉପରେ ଏକ ଗାଡ଼ୁଆ ମୋଟା ଆଲୁମିନିୟମ୍ କିମ୍ବା ଲୁହା କଡ଼ାଇ ବସାଇ ଗରମ କରିବେ, କଡ଼ାଇ ଭଲଭାବରେ ଗରମ ହୋଇଗଲେ ଏଥିରେ ଦୁଇରୁ ତିନି ଟୋପା ଦେଶୀ ଘିଅ ପକାଇବେ ଏବଂ ଏକ ବଡ଼ ଡଙ୍କିରେ ଏକ ଡଙ୍କି ପିଠଉ କଡ଼ାଇରେ ଢାଳିବେ ଏବଂ ଏକ ଗାଡ଼ୁଆ ପ୍ଲେଟ୍ ଘୋଡ଼ାଇବେ ଏବଂ ଏକ ଲମ୍ବା ଧଳା କପଡ଼ାକୁ ପାଣିରେ ବୁଡାଇ ଅଳ୍ପ ନିଗାଡ଼ି ପ୍ଲେଟ୍ ଚାରିପଟେ ପକାଇବେ। ଗ୍ୟାସ୍ର ଆଞ୍ଚକୁ ହାଇ ରଖିବେ। ଦୁଇରୁ ତିନି ମିନିଟ୍ ପରେ ପ୍ରଥମେ କପଡ଼ାକୁ କାଢ଼ିବେ, ତା’ ପରେ ପ୍ଲେଟ୍ କାଢ଼ିବେ ଏବଂ ଶେଷରେ ଏକ ପିଠା ଖଡ଼ିକା ଦ୍ୱାରା ପିଠାକୁ କାଢ଼ି ଏକ ବଡ଼ ଥାଳିରେ ରଖିବେ।