ସ୍ନିଗ୍ଧାରାଣି ଷଡ଼ଙ୍ଗୀ
ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଠୁ ଆରମ୍ଭ କରି ତ୍ୱଚାଜନିତ ସମସ୍ୟା ପାଇଁ ମହୁ ବେଶ୍ ଉପକାରୀ।
ମହୁରେ ଫ୍ରୁକ୍ଟୋଜ୍ ଗ୍ଲୁକୋଜ, ଆଇରନ୍, କ୍ୟାଲ୍ସିୟମ୍, ଫସ୍ଫେଟ୍ ସୋଡିୟମ୍, କ୍ଲୋରିନ, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ ଭଳି ତତ୍ୱ ଭରି ରହିଛି, ଯାହାକି ଶରୀରକୁ ବ୍ୟାକ୍ଟ୍ରେରିଆଠାରୁ ବଞ୍ଚାଇବାରେ ସାହାଯ୍ୟ କରିଥାଏ। ତା’ ସହିତ ଏଥିରେ ଆଣ୍ଟିସେପ୍ଟିକ୍, ଆଣ୍ଟିବାୟୋଟିକ୍, ଭିଟାମିନ-ବି ଏବଂ ବି-୬ ତତ୍ୱ ଭରପୂର ମାତ୍ରାରେ ରହିଛି, ଯାହାକି ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ଦୁଇଟିଯାକ ପାଇଁ ଉପକାରୀ ହୋଇଥାଏ।
ଶରୀରକୁ ଶକ୍ତି ଦେଇଥାଏ
ମହୁରେ ମହଜୁଦ ଗ୍ଲୁକୋଜ୍ ଶରୀରକୁ ଶକ୍ତି ଦେଇଥାଏ। ବ୍ୟାୟାମ କରିବା ପୂର୍ବରୁ ୧ରୁ ୨ ଚାମଚ ମହୁ ଖାଇବା ଦ୍ୱାରା କ୍ଲାନ୍ତ ଅନୁଭବ ହୋଇନଥାଏ। ଆପଣ ଚା’ ଓ କଫିରେ ଚିନି ବଦଳରେ ମହୁ ବ୍ୟବହାର କରିପାରିବେ।
ଅଧିକ ପଢ଼ନ୍ତୁ: ୭ଟି ଚମତ୍କାରୀ ପତ୍ର ବିଷୟରେ ଜାଣନ୍ତୁ – ମିଳିବ ଅନେକ ଫାଇଦା
କାଶ ଦୂର କରେ
୨୦୧୨ରେ ହୋଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ପ୍ରତିଦିନ ୨ ଚାମଚ ମହୁ ଖାଇବା ଦ୍ୱାରା କାଶରୁ ଉପଶମ ମିଳିଥାଏ।
ଭଲ ନିଦ କରିଥାଏ
ହେଲଥ୍ ଏକ୍ସପର୍ଟଙ୍କ ମତରେ ମହୁରେ ସେରୋଟୋନିନ୍ କେମିକାଲ ବାହାରିଥାଏ, ଯାହାକି ମନକୁ ସୁସ୍ଥ ରଖିଥାଏ। ଶରୀର ଏହି ସେରୋଟୋନିନ୍ କେମିକାଲକୁ ମେଲାଟୋନିନ୍ କେମିକାଲରେ ବଦଳାଇଦେଇଥାଏ, ଯାହାକି ଖରାପ ନିଦ ପାଇଁ ଦାୟୀ ହୋଇଥାଏ। ଯଦି ରାତିରେ ଭଲ ନିଦ ହେଉନାହିଁ ତେବେ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍ ଗରମ କ୍ଷୀରରେ ମହୁ ମିଶାଇ ପିଅନ୍ତୁ। ଏହାଦ୍ୱାରା ଭଲ ନିଦ ହୋଇଥାଏ।
ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ
ଆଣ୍ଟିଅକ୍ସିଡାଣ୍ଟ ଏବଂ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥିବାରୁ ମହୁର ସେବନ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ। ସକାଳୁ ଖାଲି ପେଟରେ ଉଷୁମ ପାଣିରେ ମହୁ ଏବଂ ଲେମ୍ବୁ ରସ ମିଶାଇ ପିଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ।
ଅଧିକ ପଢ଼ନ୍ତୁ: ଆପଣ ଜାଣିଛନ୍ତି କି? ପିଜୁଳି ପତ୍ର ବି ଉପକାରୀ
ଓଜନ କମ କରିଥାଏ
ମହୁ ଭୋକକୁ ନିୟନ୍ତ୍ରଣ କରିଥାଏ। ଯାହା ଫଳରେ ଓଜନ କମ ହୋଇଥାଏ। ସକାଳୁ ଖାଲିପେଟରେ ଗୋଟେ ଗ୍ଲାସ୍ ଉଷୁମ ପାଣିରେ ଗୋଟେ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ଓଜନ କମ୍ ହୋଇଥାଏ।
ତ୍ୱଚାକୁ ନରମ କରିଥାଏ
ଶୀତଦିନେ ତ୍ୱଚାରେ ମହୁକୁ ୩୦ମିନିଟ୍ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହା ପରେ ଉଷୁମ ପାଣିରେ ମୁହଁକୁ ସଫା କରି ଦିଅନ୍ତୁ। ଏହା ପ୍ରାକୃତିକ ମଶ୍ଚରାଇଜର ପରି କାମ କରିଥାଏ, ଏହା ଦ୍ୱାରା ତ୍ୱଚା କୋମଳ ହୋଇଥାଏ ଏବଂ ବ୍ରଣ, ଦାଗ ଏବଂ ତ୍ୱଚାର ଶୁଷ୍କତା ଦୂର ହୋଇଥାଏ।
କେଶ ଜନିତ ସମସ୍ୟା
ରୁକ୍ଷ, ଶୁଷ୍କ କେଶ ପାଇଁ ମହୁ ବେଶ୍ ଉପାଦେୟ। ସପ୍ତାହରେ ଅନ୍ତତ ଦୁଇ ଥର ମହୁ ଲଗାଇବା ଦ୍ଵାରା ଦୋମୁହାଁ କେଶ ଓ ରୁକ୍ଷ ସମସ୍ୟା ଦୂର ହୋଇଥାଏ।