ଭାବନାରେ ହଠାତ୍‌ ପରିବର୍ତ୍ତନ ହେଉଛି ମୁଡ୍‌ସୁଇଙ୍ଗର ଲକ୍ଷଣ।

ମନ, ଭାବନା, ବ୍ୟବହାରରେ ହଠାତ୍‌ ପରିବର୍ତ୍ତନକୁ ମୁଡ୍‌ ସୁଇଙ୍ଗ୍‌ ବୋଲି କୁହାଯାଏ। ମନେକର, ବର୍ତ୍ତମାନ ଆପଣଙ୍କ ମନ ଅଧିକ ଖୁସି ଅଛି, ହେଲେ କିଛି ସମୟ ପରେ ଆପଣ କୌଣସି କଥା ଭାବି ଦୁଃଖିତ ହେଉଛନ୍ତି ବା ଅବସାଦ ଅନୁଭବ କରୁଛନ୍ତି। ଏହି ଭାବନାର ହଠାତ୍‌ ପରିବର୍ତ୍ତନକୁ ମୁଡ୍‌ ସୁଇଙ୍ଗ କୁହାଯାଏ।

କେତେକ କ୍ଷେତ୍ରରେ ମୁଡ୍‌ ସୁଇଙ୍ଗ୍‌ ପାରିପାର୍ଶ୍ଵିକ ବାତାବରଣ ଯୋଗୁଁ ମଧ୍ୟ ହୋଇଥାଏ। ଯେପରିକି ଆପଣ କାନରେ ହେଡ୍‌ଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ଖୁସି ମନରେ ଘର ଝାଡ଼ୁ କରୁଛନ୍ତି। ହଠାତ୍‌ ସେହି ସ୍ଥାନକୁ କିଏ ଜୋତା ପିନ୍ଧି ପସିଗଲେ, ଆପଣଙ୍କୁ ରାଗ ଲାଗୁଛି।

ମୁଡ୍‌ ସୁଇଙ୍ଗ୍‌ର ଲକ୍ଷଣ

ଚିଡ୍‌ଚିଡ଼ା ଲାଗିବା

ଦୁଃଖ ଲାଗିବା ବା ବିରକ୍ତ ଲାଗିବା

କୌଣସି କାମରେ ଏକାଗ୍ରତା ନ ଲାଗିବା

ଭାବିବାରେ, କହିବାରେ ବା ଲେଖିବାରେ ଅସୁବିଧା ହେବା

ଥକ୍କା ଲାଗିବା

କାମ କରିବାରେ ଇଛା ନ ଲାଗିବା

ଅଳ୍ପ ଭୋକ ଲାଗିବା

ନିଦ ନ ଲାଗିବା

angry mood

ମୁଡ୍‌ ସୁଇଙ୍ଗ ହେବାର କାରଣ

ଯେକୌଣସି ବ୍ୟକ୍ତିଙ୍କର ମୁଡ୍‌ ସୁଇଙ୍ଗ୍‌ ହୋଇପାରେ। ଅଧିକାଂଶ କ୍ଷେତ୍ରରେ ମହିଳାମାନେ ମୁଡ୍‌ ସୁଇଙ୍ଗ୍‌ର ଅଧିକ ଶିକାର ହେଉଛନ୍ତି। ଏଥିପାଇଁ ସେମାନଙ୍କ ଜୀବନଶୈଳୀ ଓ ଅନ୍ୟ କେତେକ କାରଣ ଦାୟୀ।

ପ୍ରିମେନ୍‌ଷ୍ଟ୍ରୁଆଲ ସିଣ୍ଡ୍ରୋମ୍‌ (premenstrual syndrome/PMS): ମାସିକ ଋତୁସ୍ରାବ ହେବାର ୧ ସପ୍ତାହ ପୂର୍ବରୁ କେତେକ ମହିଳାଙ୍କର ମୁଡ୍‌ ସୁଇଙ୍ଗ୍‌ ହୋଇଥାଏ। ଏହାସହ ଥକ୍କାପଣ, ଡିପ୍ରେସନ୍‌, ପେଟ ଫୁଲିବା ଭଳି ସମସ୍ୟା ମଧ୍ୟ ହୋଇଥାଏ।

ଏହାଛଡ଼ା ମାନସିକ ଚାପ, ମାନସିକ ସମସ୍ୟା, ଗର୍ଭାବସ୍ଥା, ହରମୋନ୍‌ ଅସନ୍ତୁଳନ, ମେନୋପଜ୍‌ ଓ ଡିମେନ୍‌ସିଆ କାରଣରୁ ମୁଡ୍‌ ସୁଇଙ୍ଗ୍‌ ହୋଇପାରେ।

କ’ଣ କରିବେ?

ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ। ଯୋଗ କିମ୍ବା ମେଡିଟେସନ୍‌ କରିପାରିବେ।

କଫି, ଶର୍କରାଜାତୀୟ ଖାଦ୍ୟ ଓ ମଦ୍ୟପାନରୁ ଦୂରେଇ ରହନ୍ତୁ।

ଦୈନିକ ୭ରୁ ୮ ଘଣ୍ଟା ଶୁଅନ୍ତୁ।

ମନରେ ଆସୁଥିବା ଭାବନାକୁ ନିଜର ଭଲ ସାଙ୍ଗ କିମ୍ବା ପରିବାର ସହ ସେୟାର କରନ୍ତୁ।

ମାନସିକ ବିଶେଷଜ୍ଞ ସହ ପରାମର୍ଶ କରନ୍ତୁ।