ଶଜନା ଛୁଇଁକୁ ନେଇ ବିଭିନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରାଯାଏ। ଦକ୍ଷିଣ ଭାରତରେ ଏହାର ଲୋକପ୍ରିୟତା ସର୍ବାଧିକ। ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ତରକାରିରେ ଏହାର ଉପଯୋଗ ସ୍ଵାସ୍ଥ୍ୟ ପାଇଁ ସର୍ବୋତ୍ତମ।
ଶଜନା ଛୁଇଁରେ କ’ଣ କ’ଣ ଭିଟାମିନ ଥାଏ ?
ଶଜନାଛୁଇଁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ। ଏହାଛଡ଼ା ଏଥିରେ ବିଟା କେରାଟିନ୍, ପ୍ରୋଟିନ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଓ ଫାଇବର ଭରପୂର ମାତ୍ରାରେ ଥାଏ।
ଶଜନାଛୁଇଁର ଫାଇଦା
ଥଣ୍ଡା ଓ କାଶ
ଶଜନାଛୁଇଁରେ ଭିଟାମିନ୍ ସି ଭରି ରହିଛି, ଯାହାକି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ। ଏହାକୁ ନିଜ ଖାଦ୍ୟ ତାଲିକାରେ ସାମିଲ କଲେ ଥଣ୍ଡା, ସର୍ଦ୍ଦିରୁ ରକ୍ଷା ମିଳି ଥାଏ। କାଶ ହେଉଥିଲେ, ଗଳା ବସି ଯାଇଥିଲେ ଓ ଛାତିରେ କଫ ଜମିଯାଇଥିଲେ ଶଜନାଛୁଇଁ ଖୁବ ଫଳପ୍ରଦ ହୋଇଥାଏ।
ଡାଏବେଟିସ୍ ନିୟନ୍ତ୍ରଣ
ଡାଏବେଟିସକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ଖୁବ୍ ସାହାଯ୍ୟ କରିଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଥିବାରୁ ଏହା ଅନେକ ରୋଗର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ।
ଆଣ୍ଠୁଗଣ୍ଠି ଦରଜ
ପରୀକ୍ଷାରୁ ଜଣାପଡ଼ିଛି ଯେ, ଶଜନାଛୁଇଁରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି। ଏଣୁ ବୟସ୍କ ଲୋକେ ପ୍ରତ୍ୟହ ଶଜନାଛୁଇଁ ଖାଇଲେ ଆଣ୍ଠୁଗଣ୍ଠି ଦରଜ ଭଲ ହେବା ସହ ଅଣ୍ଟା ବ୍ୟଥା ଦୂର ହୋଇଥାଏ।
ଗର୍ଭବତୀ ମହିଳା
ଗର୍ଭବତୀ ମହିଳାଙ୍କ ପାଇଁ ଏହା ଏକ ଉତ୍ତମ ପରିବା। ନିୟମିତ ଖାଦ୍ୟ ତାଲିକାରେ ସଞ୍ଜନା ଛୁଇଁକୁ ସାମିଲ କରିବା ଦ୍ୱାରା ଶରୀରକୁକୁ ଶକ୍ତି ମିଳିବା ସହ ପ୍ରସବ ପୀଡ଼ା କମ୍ ହୋଇଥାଏ।
ତ୍ୱଚା ଓ କେଶ ପାଇଁ ଭଲ
ଶଜନାଛୁଇଁରେ ଭିଟାମିନ୍ ବି, ଭିଟାମିନ୍ ଏ, ଫୋଲିକ୍ ଏସିଡ୍ ଭଳି ପୋଷକ ତତ୍ୱ ଭରି ରହିଛି, ଯାହାକି ତ୍ଵଚା ଓ କେଶ ପାଇଁ ଭଲ।
ହାଡ଼ ମଜଭୁତ କରେ
ଶଜନାଛୁଇଁରେ ପ୍ରଚୁର ପରିମାଣରେ କ୍ୟାଲ୍ସିୟମ୍ ଥାଏ, ଯାହାକି ହାଡ଼ ମଜଭୁତ କରିବାରେ ସାହାଯ୍ୟ କରେ।