hair care

ଖରାଦିନେ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ କେଶ ଝଡ଼ିବା, ରୁପି ହେବା, କେଶ ଶୁଷ୍କ ହେବା ଭଳି ସମସ୍ୟା ଦେଖାଦିଏ। ତେବେ ଏହି ସମସ୍ୟାରୁ ବର୍ତ୍ତିବା ପାଇଁ କ’ଣ କରିବା ଦରକାର? 

କେଶକୁ ଭଲରେ ଧୁଅନ୍ତୁ 

ଗରମଦିନେ ଅତ୍ୟଧିକ ଝାଳ ବାହାରିବା ଯୋଗୁଁ କେଶ ଅଠାଳିଆ ଲାଗିଥାଏ। ପ୍ରବଳ ଖରା ଏବଂ ବାହାର ଧୂଳି ସଂସ୍ପର୍ଶରେ ଆସି କେଶ ଅଧିକ ଶୁଷ୍କ ହୋଇଯାଏ, ଯାହାଦ୍ୱାରା କେଶ ଝଡ଼ିବା ଆରମ୍ଭ ହୋଇଥାଏ। ତେଣୁ, ଅତିକମ୍‌ରେ ତିନି ଥର କେଶକୁ ଭଲ ଭାବରେ ସଫା କରନ୍ତୁ।

ସଲଫେଟ୍‌ ମୁକ୍ତ ଓ ସିଲିକନ୍‌ ମୁକ୍ତ ସାମ୍ପୋ ବ୍ୟବହାର କରନ୍ତୁ। ନଚେତ୍‌ ଘରୋଇ ଉପଚାର ବ୍ୟବହାର କରି କେଶ ସାମ୍ପୋ କରିପାରିବେ। ଯେପରିକି ରିଠା, ଶିକାକାଇ, ଅଁଳାକୁ କେଶରେ ଲଗାନ୍ତୁ। ଏହାକୁ କେଶରେ ଲଗାଇବା ଦ୍ୱାରା କେଶରୁ ରୁପି, କେଶ ଝଡ଼ିବା ସମସ୍ୟା ଦୂର ହୋଇଥାଏ।

ଦୋମୁହାଁ କେଶକୁ କାଟନ୍ତୁ

ଅନ୍ୟଋତୁ ଅପେକ୍ଷା ଖରାଦିନେ ଦୋମୁହାଁ କେଶ ହୋଇଥାଏ। କେଶ ଠିକ୍‌ ଭାବରେ ବଢ଼ିବା ପାଇଁ ହେଲେ ତଳ କେଶକୁ କାଟନ୍ତୁ।

ଖରାରୁ ନିଜ କେଶକୁ ରକ୍ଷା କରନ୍ତୁ 

ଅତ୍ୟଧିକ ଖରା ସଂସ୍ପର୍ଶରେ ଆସିଲେ କେଶ ଅଧିକ ଶୁଷ୍କ ହୋଇଯାଏ। ବାହାରକୁ ଯିବା ବେଳେ କେଶକୁ ଘୋଡ଼ାଇ ରଖନ୍ତୁ। 

କେଶକୁ ଷ୍ଟ୍ରେଟ୍‌ନିଂ କରନ୍ତୁ ନାହିଁ

ମହିଳାମାନେ ନିଜ କେଶକୁ ସୁନ୍ଦର ରୂପ ଦେବା ପାଇଁ କେଶକୁ ଷ୍ଟିମ୍ କରିବା, ଷ୍ଟ୍ରେଟ୍‌ନିଂ କରିବା ଏବଂ ହେୟାର ଡ୍ରାୟର ଭଳି ନାନା ପଦ୍ଧତି ଆପଣେଇ ଥାଆନ୍ତି। କିନ୍ତୁ, ଏହାଦ୍ୱାରା କେଶ ନଷ୍ଟ ହୋଇଥାଏ। ସେହିପରି ଜେଲ୍ ବା କ୍ରିମ୍ ବ୍ୟବହାର ଦ୍ୱାରା କେଶ ଅଧିକ କ୍ଷତି ନଷ୍ଟ ହୋଇଥାଏ। ତେଣୁ ଏସବୁଠାରୁ ଦୂରେଇ ରହନ୍ତୁ।