ଅଧିକ ପଢ଼ନ୍ତୁ: ପୁଷ୍ଟିରେ ଭରପୂର ସୁଆଁ ଇଡିଲି – ଜାଣନ୍ତୁ କେମିତି କରିବେ ପ୍ରସ୍ତୁତି?
ଖାଦ୍ୟରେ ସାମିଲ କରନ୍ତୁ ଜହ୍ନା ଲଡ଼ୁ। ଏହା ଏକ ପ୍ରକାର ପୁଷ୍ଟି ଶସ୍ୟ। ଜହ୍ନାରେ ପ୍ରଚୁର ପରିମାଣର କ୍ୟାଲ୍ସିୟମ୍ ଓ ଲୌହ ଭରି ରହିଛି, ଯାହା ହାଡ଼କୁ ମଜଭୁତ କରିଥାଏ।
ଆବଶ୍ୟକୀୟ ସାମଗ୍ରୀ:
ଜହ୍ନା ଚୂନା – ୧ କିଲୋ ଗ୍ରାମ୍
ଗୁଡ଼ – ୫୦୦ ଗ୍ରାମ୍
ଗୁଜରାତି ଗୁଣ୍ଡ – ୧୦ ଗ୍ରାମ୍
ନଡ଼ିଆ ଗୁଣ୍ଡ କିମ୍ବା ନଡ଼ିଆ କୋରା – ୧୫୦ ଗ୍ରାମ୍
ଘିଅ – ୧୦୦ ଗ୍ରାମ୍
ଖଜୁରୀ – ୧୦୦ ଗ୍ରାମ୍
ପ୍ରସ୍ତୁତି ପ୍ରଣାଳୀ:
- ଗୋଟିଏ ମଧ୍ୟମ ଧରଣର କଡ଼େଇ ନିଅନ୍ତୁ ଏବଂ ଏହାକୁ ଅଳ୍ପ ଆଞ୍ଚରେ ୨ ମିନିଟ୍ ଗରମ କରନ୍ତୁ।
- ଏବେ ଏଥିରେ ଜହ୍ନା ଚୂନା ପକାଇ ମଧ୍ୟମ ଆଞ୍ଚରେ ୬ରୁ ୮ ମିନିଟ୍ ଶୁଖିଲା ଭାଜନ୍ତୁ।
- ଜହ୍ନା ଚୂନା ବାଦାମୀ ରଙ୍ଗର ହୋଇଯିବ, ଏହାକୁ କଡ଼େଇରୁ କାଢ଼ି ଅନ୍ୟ ଏକ ପାତ୍ରରେ ଥଣ୍ଡା ହେବା ପାଇଁ ରଖନ୍ତୁ।
- କଡ଼େଇରେ ୪୦୦ ମିଲିଲି ପାଣି ନିଅନ୍ତୁ। ଗୁଡ଼ ଖଣ୍ଡକୁ ସେଥିରେ ପକାନ୍ତୁ ଏବଂ ମଧ୍ୟମ ଆଞ୍ଚରେ ସିରା ପ୍ରସ୍ତୁତ କରନ୍ତୁ।
- ସିରା ପ୍ରସ୍ତୁତ ହେବା ପରେ ଏହାକୁ ଭଲ ଭାବେ ଛାଣି ଦିଅନ୍ତୁ।
- ଘିଅକୁ ଅନ୍ୟ ଏକ ପାତ୍ରରେ ଗରମ କରନ୍ତୁ। ଭଜା ଜହ୍ନା ଚୂନା, ଗୁଜରାତି ଗୁଣ୍ଡ, କଟା ଖଜୁରୀ ଓ ନଡ଼ିଆ କୋରା/ଗୁଣ୍ଡରୁ ଅଧା ସେଥିରେ ପକାନ୍ତୁ ଏବଂ ଭଲ ଭାବରେ ମିଶାଇ ଦିଅନ୍ତୁ।
- ଗୁଡ଼ ସିରାକୁ ଏହି ମିଶ୍ରଣରେ ପକାନ୍ତୁ ଓ ଭଲ ଭାବରେ ମିଶାଇ ଦିଅନ୍ତୁ।
- ହାତରେ ସାମାନ୍ୟ ଘିଅ ଲଗାଇ ଲଡ଼ୁ ପ୍ରସ୍ତୁତ କରନ୍ତୁ।
- ବଳକା ନଡ଼ିଆ ଗୁଣ୍ଡ/ କୋରାକୁ ଏକ ପ୍ଲେଟ୍ରେ ରଖି ତା’ଉପରେ ଏହି ଲଡ଼ୁକୁ ଗଡ଼ାଇ ଦିଅନ୍ତୁ ଯେପରି ଲଡ଼ୁ ଉପରେ ଏକ ଆସ୍ତରଣ ତିଆରି ହେବ।