ଅଧିକ ପଢ଼ନ୍ତୁ: ବଦହଜମି ହେଉଛି କି? ଆପଣାନ୍ତୁ ଏହି ସରଳ ଟିପ୍ସ

ଆପଣଙ୍କ ହଜମ ଶକ୍ତି ଉପରେ ଆପଣଙ୍କ ସ୍ୱାସ୍ଥ୍ୟ ନିର୍ଭର କରୁଛି। ହଜମ ଶକ୍ତି ଦୁର୍ବଳ ଥିଲେ ପେଟ ଫୁଲିବା, ଭୋକ ନ ହେବା, ଗ୍ୟାସ୍‌, ବଦ୍‌ହଜମି, ଏସିଡିଟି, କୋଷ୍ଠକାଠିନ୍ୟ, ବାୟୁଦୋଷ ଭଳି ସମସ୍ୟା ଦେଖାଦେଇଥାଏ। ତେବେ ଜାଣନ୍ତୁ, ଏହି ହଜମ ଶକ୍ତିକୁ ବୃଦ୍ଧି କରିବେ କେମିତି?

ମେଡିଟେସନ୍‌

ଅଧ୍ୟୟନରୁ ଜଣାପଡ଼ିଛି, ନିୟମିତ ମେଡିଟେସନ୍‌ କରିବା ଦ୍ଵାରା ଶରୀର ଉପରେ ସକରାତ୍ମକ ପ୍ରଭାବ ପଡ଼ିଥାଏ। ଏହା ହଜମକ୍ରିୟାକୁ ସୁଦୃଢ଼ ମଧ୍ୟ କରିଥାଏ। ପ୍ରତ୍ୟେହ ସକାଳେ ଓ ସନ୍ଧ୍ୟା ବେଳେ ୨୦-୩୦ ମିନିଟ୍‌ ପାଇଁ ମେଡିଟେସନ୍‌ କରନ୍ତୁ।

ଅଧିକ ପଢ଼ନ୍ତୁ: ଗ୍ୟାସ୍ ସମସ୍ୟାରୁ କେମିତି ପାଇବେ ମୁକ୍ତି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଯୋଗ କିମ୍ବା ବ୍ୟାୟାମ କରନ୍ତୁ

ଶାରୀରିକ ପରିଶ୍ରମ, ଚାଲିବା, ଦୌଡ଼ିବା, ଯୋଗ ଭଳି ବ୍ୟାୟାମ କରିବା ଦ୍ୱାରା ହଜମ ଶକ୍ତି ସୁଦୃଢ଼ ହୋଇଥାଏ। ଦିନ ତମାମ୍‌ ଶାରୀରିକ କାର୍ଯ୍ୟକଳାପ କରିବା ଦ୍ଵାରା ହଜମ ପ୍ରକ୍ରିୟା ସୁସ୍ଥ ଓ ସକ୍ରିୟ ରହିଥାଏ।

ଖାଇସାରିବା ପରେ ୧୫ରୁ ୨୦ ମିନିଟ୍‌ ଚାଲିବା ଦ୍ୱାରା ଖାଦ୍ୟ ପାକସ୍ଥଳୀକୁ ଯାଇ ସଠିକ୍‌ ଭାବରେ ହଜମ କରିବାରେ ସାହାଯ୍ୟ କରିଥାଏ।

ଅଧିକ ଖାଆନ୍ତୁ ନାହିଁ

ପେଟ ପୂର୍ଣ୍ଣ କରି ଖାଆନ୍ତୁ ନାହିଁ। ପେଟକୁ ଅଳ୍ପ ଖାଲି ରଖି ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ସବୁବେଳେ ଅଳ୍ପ ଅଳ୍ପ କରି ଅଧିକ ଥର ଖାଆନ୍ତୁ। ଖାଇବାର ଦୁଇ ଘଣ୍ଟା ଯାଏଁ କିଛି ଖାଦ୍ୟ ଖାଆନ୍ତୁ ନାହିଁ।

ପିଅନ୍ତୁ ହର୍ବାଲ ଚା’

ଦିନସାରା ହର୍ବାଲ ଚା’ କିମ୍ବା ଅଦା ଚା’ ପିଇବା ଦ୍ଵାରା ଖାଦ୍ୟ ହଜମ ହେବାରେ ଏବଂ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ। ଅଦା ଚା’ ପିଇବା ଦ୍ୱାରା ଏହା ଅନ୍ତନଳୀ ମାଂସପେଶୀକୁ ଆରାମ ଦେଇଥାଏ, ଯାହାଦ୍ୱାରା ଆପଣଙ୍କୁ ଗ୍ୟାସ୍, ଏସିଡିଟି ଭଳି ଲକ୍ଷଣରୁ ମୁକ୍ତି ଦେଇଥାଏ।

ପ୍ରସ୍ତୁତି ପ୍ରଣାଳୀ

ଗୋଟେ ପ୍ୟାନ୍‌ରେ ଦୁଇ କପ୍‌ ପାଣି ଗରମ କରନ୍ତୁ। ଏଥିରେ ଅଧ ଇଞ୍ଚ ଅଦା ମିଶାଇ ୫ ମିନିଟ୍‌ ପାଇଁ ଫୁଟାନ୍ତୁ। ଏହାକୁ କପ୍‌ରେ କାଢ଼ିଦିଅନ୍ତୁ ଏବଂ ପିଅନ୍ତୁ। ପ୍ରତ୍ୟେକ ଭୋଜନ ପରେ ଏହି ଚା’କୁ ପିଅନ୍ତୁ। ଏହା ହଜମଶକ୍ତିକୁ ସୁଦୃଢ଼ କରିଥାଏ।

ଡିଟକ୍ସିଫିକେସନ୍‌

ରୋଗରୁ ମୁକ୍ତି ପାଇବା ପାଇଁ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବା ପାଇଁ ନିଜକୁ ଡିଟକ୍ସିଫାଇ କରିବା ବା ଶରୀରର ବିଷାକ୍ତ ପଦାର୍ଥ ବାହାର କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସପ୍ତାହକୁ ଥରେ ଉପବାସରେ ରହନ୍ତୁ, ଯଦି ଉପବାସରେ ରହିପାରୁ ନାହାନ୍ତି, ତେବେ ଦିନର କୌଣସି ଏକ ଭୋଜନ ନ କରି ଫଳ ରସ ପିଅନ୍ତୁ।