acidity cause amla

ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀରେ ସୁସ୍ଥ ପରିବର୍ତ୍ତନ ଓ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଜରୁରୀ।

ଖାଦ୍ୟ ଠିକ୍‌ ଭାବରେ ହଜମ ନ ହେଲେ ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ। ଆଜିକାଲିର ଲାଇଫଷ୍ଟାଇଲ ଯୋଗୁଁ ପ୍ରାୟ ଲୋକଙ୍କର ଗ୍ୟାସ୍‌ ସମସ୍ୟା ଦେଖାଦେଉଛି। ଠିକ୍‌ ସମୟରେ ନ ଖାଇବା, ଅଧିକ ସମୟ ଖାଲିପେଟରେ ରହିବା, ବିଳମ୍ବିତ ରାତିରେ ଭୋଜନ କରିବା, ରାତିରେ ଗୁରୁପାକ ଖାଦ୍ୟ ଖାଇବା, ପାଣି ପ୍ରଚୁର ପରିମାଣରେ ନ ପିଇବା କିମ୍ବା ଛଣାଛଣି, ରାଗ ଓ ତେଲମସଲା ଯୁକ୍ତ ଖାଦ୍ୟ ଖାଇବା ଯୋଗୁଁ ପେଟରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ।

ଗ୍ୟାସ୍‌ ସମସ୍ୟା ଯୋଗୁଁ କେତେକ ଲୋକଙ୍କର କୋଷ୍ଠକାଠିନ୍ୟ ସମସ୍ୟା, ବାନ୍ତି ହେବା, ମଳରେ ରକ୍ତ ପଡ଼ିବା, ଏସିଡିଟି ଓ ମୁଣ୍ଡବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଗ୍ୟାସ୍‌ ସମସ୍ୟାକୁ ଅଣଦେଖା କଲେ ଏହା ଅଲସର କିମ୍ବା ପେଟରେ କର୍କଟ ମଧ୍ୟ ହୋଇପାରେ।

ଗ୍ୟାସ୍‌ ସମସ୍ୟାରୁ କିଭଳି ପାଇବେ ମୁକ୍ତି

ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇବାର ମୂଳ ମନ୍ତ୍ର ହେଉଛି ସୁସ୍ଥ ଜୀବନଶୈଳୀ। ପ୍ରତିଦିନ ୩୦ ମିନିଟ୍‌ରୁ ଘଣ୍ଟେ ବ୍ୟାୟାମ କରିବା ଜରୁରୀ କିମ୍ବା ଜୋରରେ ଚାଲିବା ଆବଶ୍ୟକ। ଶାରୀରିକ ପରିଶ୍ରମ କରିବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ପେଟ ସମସ୍ୟା ବି ଦୂର ହୋଇଥାଏ।

ନିଜ ଡାଏଟ୍‌ ଉପରେ ଧ୍ୟାନ ଦେବା ନିହାତି ଜରୁରୀ। ଯେଉଁ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ପେଟ ଖରାପ ହେଉଛି କିମ୍ବା ବଦହଜମି ଲାଗୁଛି,ଗ୍ୟାସ୍‌ ହେଉଛି ତାହାକୁ ଖାଆନ୍ତୁ ନାହିଁ।

ମନେକର, କେତେକ ଲୋକଙ୍କର କ୍ଷୀର, ଅଟାରେ ପ୍ରସ୍ତୁତ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସ୍‌ ହୋଇଥାଏ। ଏଭଳି କ୍ଷେତ୍ରରେ ସେହି ଖାଦ୍ୟ ଖାଆନ୍ତୁ ନାହିଁ। ପ୍ରତ୍ୟେକ ମଣିଷର ପାଚନ ଶକ୍ତି ଅଲଗା ଅଲଗା। ଜଣେ ବ୍ୟକ୍ତି ମାଂସ, ମାଛ ଖାଇଲେ ସହଜରେ ହଜମ କରିଦେଉଛି ଓ ଆଉ ଜଣେ ବ୍ୟକ୍ତି ଉକ୍ତ ଖାଦ୍ୟ ଖାଇଲେ ଗ୍ୟାସ୍‌ ହେଉଛି। ତେଣୁ ନିଜ ଦେହକୁ ଓ ପେଟକୁ ସୁହାଇଲା ଭଳି ଖାଦ୍ୟ ଚୟନ କରନ୍ତୁ।

green vegetables

ଅଧିକ ପଢ଼ନ୍ତୁ: ଗ୍ୟାସ୍ ସମସ୍ୟାରୁ କେମିତି ପାଇବେ ମୁକ୍ତି? ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

କେତେକ ଲୋକ ଖାଇବା ବେଳେ ଏକାଥରକେ ଅଧିକ ଥର ଖାଇଦିଅନ୍ତି। କିନ୍ତୁ, ଏହା ସମ୍ପୂର୍ଣ୍ଣ ଭୁଲ। ଏହାଦ୍ୱାରା ଖାଦ୍ୟ ଜଲଦି ହଜମ ହୋଇନଥାଏ। ଦିନକରେ ଅଳ୍ପ ଅଳ୍ପ କରି ୫ରୁ ୬ ଥର ଖାଇବା ଜରୁରୀ। ଖାଇବା ପରେ ୧୦ରୁ ୧୫ ମିନିଟ୍‌ ଏପଟ ସେପଟ ହେବା ଭଲ।

ଏହାଛଡ଼ା ଖାଇବାର ୧ ଘଣ୍ଟା ଯାଏଁ ଶୁଅନ୍ତୁ ନାହିଁ। ଯଦି ଖାଇବା ପରେ ପରେ ଶୋଇପଡ଼ିବେ, ତେବେ ଖାଦ୍ୟ ଉପରକୁ ଉଠିଯିବାର ଆଶଙ୍କା ଅଧିକ। ଫଳରେ ଛାତି ପୋଡ଼ିବା ଓ ଛାତିରେ କିଛି ଅଟକିଲା ଭଳି ଲାଗିଥାଏ। ଖାଇବାର ୩୦ ମିନିଟ୍‌ ପରେ ପାଣି ପିଇବା ଉଚିତ।

ଖାଦ୍ୟରେ ସବୁଜ ପନିପରିବା, ଫଳମୂଳ ଆଦିକୁ ଅଧିକ ଖାଇବା ଦରକାର। ତେଲ ମସଲା, ଛଣାଛଣିଯୁକ୍ତ ଖାଦ୍ୟରୁ ନିବୃତ୍ତ ରହନ୍ତୁ।

ଖାଇ ସାରିବା ପରେ ସାଙ୍ଗେ ସାଙ୍ଗେ ପାଣି ପିଇବା କଥା ନୁହେଁ କିମ୍ବା ଶୋଇଯିବା କଥା ନୁହେଁ।

ଗ୍ୟାସ୍‌ ସମସ୍ୟାର ନିରାକରଣ

ଗ୍ୟାସ୍‌ ସମସ୍ୟାକୁ ଏଡ଼ାଇବାକୁ ହେଲେ ସକାଳେ ସନ୍ଧ୍ୟାରେ ଏକ୍ସରସାଇଜ କରିବା ଦରକାର। ଜୋର ଜୋର ଚାଲନ୍ତୁ।

ଡାଏବେଟିସ୍‌ ଥିଲେ ଏହାକୁ ନିୟନ୍ତ୍ରଣ କରନ୍ତୁ।

ତେଲ ମସଲା, ଛଣାଛଣି, ଅଧିକ ରାଗ, ଫାଷ୍ଟଫୁଡ୍‌କୁ ଖାଆନ୍ତୁ ନାହିଁ।

ଅତ୍ୟଧିକ ଓଜନ ଥିଲେ କମାନ୍ତୁ।

ଯେଉଁ ଖାଦ୍ୟ ଖାଇଲେ ଗ୍ୟାସ୍‌ ହେଉଛି, ସେହି ଖାଦ୍ୟ ଖାଆନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ: ମାନସିକ ଚାପ କାରଣରୁ ହୋଇପାରେ ଏସିଡିଟି