ମହିଳା ହୁଅନ୍ତୁ ବା ପୁରୁଷ ବ୍ରଣ ସମସ୍ୟାକୁ ନେଇ ସମସ୍ତେ ଚିନ୍ତିତ। ବ୍ରଣ ହେଲେ ମୁହଁ ଅସୁନ୍ଦର ଦେଖାଯାଏ ଓ ଚମକ ବା ଉଜ୍ୱଳତା କମିଯାଏ। ତେବେ ବ୍ରଣରୁ ମୁକ୍ତି ପାଇବେ କେମିତି, ଜାଣିରଖନ୍ତୁ।
ବ୍ରଣର ସମସ୍ୟାକୁ ଦୂର କରିବାକୁ ଆମେ ବିଭିନ୍ନ କ୍ରିମର ସାହାରା ନେଇଥାଉ। ମେଡିସିନ ଦୋକାନରୁ ବ୍ରଣ ପାଇଁ ମେଡିସିନ ଆଣି ଲଗାଇଥାଉ। ସାଙ୍ଗସାଥୀମାନଙ୍କ ପାଖରୁ ଶୁଣି ବିଭିନ୍ନ ଔଷଧ ଏବଂ ଘରୋଇ ଉପଚାର କରିଥାଉ। ଅନେକ ଲୋକ ଚନ୍ଦନ , ହଳଦୀ ପିଆଜରସ ଓ ଲେମ୍ବୁରସ ଭଳି ଘରୋଇ ଉପଚାର ବି ମୁହଁରେ ଲଗାଇଥା’ନ୍ତି। କିନ୍ତୁ, ଅତ୍ୟଧିକ ଲେମ୍ବୁରସ ମୁହଁକୁ ପୋଡ଼ିଦିଏ। ତେଣୁ ମୁହଁରେ ବ୍ରଣ ହେଲେ ଚର୍ମ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ପରେ ହିଁ ଔଷଧ ବ୍ୟବହାର କରନ୍ତୁ।
ପ୍ରଚୁର ପରିମାଣରେ ସବୁଜ ପନିପରିବା ଏବଂ ଫଳ ଖାଆନ୍ତୁ।
ଭିଟାମିନ ଏ ଓ ସି ଯୁକ୍ତ ଖାଦ୍ୟ ଖାଆନ୍ତୁ।
କ୍ଷୀର ଖାଇବା କମ କରନ୍ତୁ ତଥା କ୍ଷୀର ଜାତୀୟ ଖାଦ୍ୟ କମ୍ କରନ୍ତୁ।
ଓମେଗା ଥ୍ରୀ ଫ୍ୟାଟି ଏସିଡ ଯୁକ୍ତ ଖାଦ୍ୟ ଖାଆନ୍ତୁ।
ପ୍ରଚୁର ପରିମାଣର ପାଣି ପିଅନ୍ତୁ।
ରାତିରେ ଶୋଇବା ବେଳେ ମୁହଁକୁ ସଫା କରି ମେକ୍ଅପ୍ ଛଡ଼ାଇ ଶୁଅନ୍ତୁ।
ଖରାକୁ ବାହାରିବାର ୩୦ ମିନିଟ୍ ପୂର୍ବରୁ ସନ ସ୍କ୍ରିନ ବ୍ୟବହାର କରନ୍ତୁ।
ମୁହଁକୁ ଅଧିକ ତେଲିଆ ହେବାକୁ ଦିଅନ୍ତୁ ନାହିଁ।
ମୁହଁରେ ସାବୁନ ବ୍ୟବହାର କରନ୍ତୁ ନାହିଁ।
ଦିନକୁ ଅତିକମ୍ରେ ୩ ଥର ଫେସଓ୍ଵାସରେ ମୁହଁ ଧୁଅନ୍ତୁ।
ବାରମ୍ବାର ମୁହଁକୁ ଛୁଅନ୍ତୁ ନାହିଁ।
ବ୍ରଣରୁ ମୁକ୍ତି ପାଇବାକୁ ହେଲେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ କରନ୍ତୁ।