ବର୍ଷାଦିନରେ ବିଭିନ୍ନ ପ୍ରକାର ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ଥାଏ। ବର୍ଷାଦିନେ ସୁସ୍ଥ ରହିବା ପାଇଁ ଆପଣାନ୍ତୁ କେତେଗୁଡ଼ିଏ ଲାଭଦାୟକ ଟିପ୍ସ।

fruits

ବର୍ଷା ଋତୁରେ ବିଭିନ୍ନ ପ୍ରକାରର ଫଳ ଏବଂ ପନିପରିବା ମିଳେ ଯାହା ଆପଣଙ୍କୁ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଇପାରେ। କିନ୍ତୁ ଏହି ଋତୁରେ ସଂକ୍ରମଣ କିମ୍ବା ଭୂତାଣୁ ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ। ବର୍ଷା ଋୁତୁରେ ନିଜର ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ।

water

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ: ଖରାଦିନ ଅପେକ୍ଷା ବର୍ଷାଦିନରେ ଲୋକମାନଙ୍କୁ ଅଧିକ ଶୋଷ ଲାଗେନାହିଁ ଏବଂ ସେମାନେ କମ୍ ପାଣି ପିଅନ୍ତି। ବର୍ଷାଦିନେ ଶରୀରକୁ ହାଇଡ୍ରେଟ ରଖିବା ବି ଜରୁରୀ। ଅତ୍ୟଧିକ ପାଣି ପିଇବା ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହାରି ଆସେ ଓ ଆମେ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇପାରୁ।

vegetable cooking

ଘରେ ପ୍ରସ୍ତୁତ ଖାଦ୍ୟ ଖାଆନ୍ତୁ: ବର୍ଷାଦିନରେ ଜଳବାୟୁରେ ଅଧିକ ବ୍ୟାକ୍ଟେରିଆ ରହିଥାଆନ୍ତି। ବାହାର ଖାଦ୍ୟ ଖାଇବା ଫଳରେ ସେହି ବ୍ୟାକ୍ଟେରିଆ ଶରୀର ମଧ୍ୟକୁ ସହଜରେ ପ୍ରବେଶ କରେ ଏବଂ ରୋଗ ସୃଷ୍ଟି କରାଏ। ତେଣୁ ଯେତେସମ୍ଭବ ବାହାର ଖାଦ୍ୟରୁ ଦୂରେଇ ରହନ୍ତୁ। ଘରେ ପ୍ରସ୍ତୁତ ଗରମ ଖାଦ୍ୟ ଖାଆନ୍ତୁ। ପୋଷଣଯୁକ୍ତ ଏବଂ ତଟକା ଖାଦ୍ୟ ଖାଆନ୍ତୁ।

ଫ୍ରିଜ ଖାଦ୍ୟ ଖାଆନ୍ତୁ ନାହିଁ: ରନ୍ଧା ଖାଦ୍ୟକୁ ଅଧିକ ଦିନ ଫ୍ରିଜରେ ରଖନ୍ତୁ ନାହିଁ। ଅଧିକ ଦିନ ଫ୍ରିଜ୍‌ରେ ଖାଦ୍ୟ ରହିଲେ ସେଥିରେ ବ୍ୟାକ୍ଟେରିଆ ହୋଇ ଫିମ୍ପି ଲାଗିଯାଏ ଏବଂ ଖାଦ୍ୟ ନଷ୍ଟ ହୋଇଯାଏ। ସେହି ଖାଦ୍ୟକୁ ଖାଇଲେ ଆମ ଶରୀରରେ ବିଭିନ୍ନ ସଂକ୍ରମଣ ଦେଖାଦିଏ ଓ ଫୁଡ୍‌ ପଏଜନିଂ ଭଳି ସମସ୍ୟା ଉପୁଜିଥାଏ। ରାନ୍ଧି ସାରିବା ପରେ ଗରମ ଅବସ୍ଥାରେ ଖାଦ୍ୟ ଖାଆନ୍ତୁ ଯାହାଦ୍ଵାରା ଆପଣ ସୁସ୍ଥ ରହିପାରିବେ।

eating

ସବୁଜ ପନିପରିବା ଏବଂ ଫଳମୂଳ ଖାଆନ୍ତୁ: ସବୁଜ ପନିପରିବା ଏବଂ ଫଳମୂଳ ଆପଣଙ୍କୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ସବୁଜ ପନିପରିବାର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଯାହାକି ଆମ ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷା କରିଥାଏ।

corona hand wash

ହାତ ବାରମ୍ବାର ଧୁଅନ୍ତୁ: ବର୍ଷାଦିନେ ଅନେକ ରୋଗ ଜୀବାଣୁ ସଂସ୍ପର୍ଶରେ ଆମେ ଆସିଥାଉ। ସେସବୁ ଜୀବାଣୁକୁ ଆମେ ଖାଲି ଆଖିରେ ଦେଖିପାରନ୍ତି ନାହିଁ। ସେମାନେ ହାତ ମାଧ୍ୟମରେ ଆମ ଶରୀରକୁ ଯାଇ ରୋଗ କରାନ୍ତି। ବାରମ୍ବାର ହାତ ଧୋଇବା ଯୋଗୁଁ ସେସବୁ ଜୀବାଣୁ ନଷ୍ଟ ହୋଇଯା’ନ୍ତି ଏବଂ ଆମେ କୌଣସି ରୋଗରେ ଆକ୍ରାନ୍ତ ହୋଇ ନଥାଉ। ଖାଇବା ପୂର୍ବରୁ ସାବୁନରେ ଭଲ କରି ହାତ ଧୁଅନ୍ତୁ। ବାହାରୁ ଆସିବା ପରେ, ଶୌଚାଳୟ ବ୍ୟବହାର କରିସାରିବା ପରେ, କୌଣସି ଅପରିଷ୍କାର ଜିନିଷରେ ହାତ ମାରିଥିଲେ ହାତକୁ ଭଲ କରି ଧୁଅନ୍ତୁ।

ଘରୋଇ ଉପଚାର ଆପଣାନ୍ତୁ: ସମସ୍ତଙ୍କ ଘରେ ପ୍ରାୟ ହଳଦୀ, ଲବଙ୍ଗ, ଅଦା, ରସୁଣ, ଗୋଲମରିଚ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ରହିଛି ଯାହା ଆମକୁ ସୁସ୍ଥ ରଖିବାରେ ସହାୟ ହୁଏ। ତେଣୁ ନିଜକୁ ସତେଜ ଏବଂ ନିରୋଗ ରଖିବା ପାଇଁ ଆମେ ଏହି ମସଲାଗୁଡ଼ିକୁ ବ୍ୟବହାର କରିପାରିବା।