ଆରମ୍ଭ ହେଲାଣି ଶୀତଋତୁ। ଏହି ଋତୁରେ ଥଣ୍ଡା ଜଳବାୟୁ ଯୋଗୁଁ ଦେହ ହାତ ଶୁଷ୍କ ହୋଇଯାଏ। ଅଧିକାଂଶ ଲୋକଙ୍କର ଗୋଇଠି ଫାଟିବା ସହ ଚାଲିବା ବେଳେ ଦରଜ ହେବା ଓ ବେଳେ ବେଳେ ରକ୍ତ ମଧ୍ୟ ବାହାରିଥାଏ। ତେବେ କିଛି ଟିପ୍ସ ଆପଣେଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ସାଧାରଣତଃ ଶୀତଦିନେ ପାଦ ମଇଳା ହୋଇଯାଏ। ପାଦ ମଇଳା ଓ ଶୁଷ୍କ ହେଲେ ଗୋଇଠି ଫାଟିଥାଏ। ତେଣୁ ଏହି ଦିନରେ ପାଦକୁ ସଫା ରଖନ୍ତୁ।
ପ୍ରତିଦିନ ଶୋଇବା ବେଳେ ଉଷୁମ ପାଣିରେ ଗୋଡ଼ ସଫା କରି ଶୁଅନ୍ତୁ। ଗୋଟେ ଟବ୍ରେ ଗରମ ପାଣିରେ ଲୁଣ, ଅଳ୍ପ ସାମ୍ପୋ ମିଶାଇ ପାଦକୁ ୧୫ ମିନିଟ୍ ବୁଡ଼ାଇ ରଖନ୍ତୁ। ଆପଣ ଚାହିଁଲେ, ସ୍କ୍ରବର୍ ସାହାଯ୍ୟରେ କିମ୍ବା ପ୍ୟୁମିକ୍ ଷ୍ଟୋନ୍ ସାହାଯ୍ୟରେ ପାଦକୁ ଘଷି ସଫା କରନ୍ତୁ। ଏହାଦ୍ୱାରା ପାଦରୁ ମୃତକୋଷ ସବୁ ବାହାରି ଯାଇଥାଏ ଓ ପାଦରୁ ମଇଳା ମଧ୍ୟ ଛାଡ଼ିଯାଏ। ଏହାପରେ ପାଦକୁ ପୋଛି ଦିଅନ୍ତୁ।
ପ୍ରତିଦିନ ରାତିରେ ନଡ଼ିଆ ତେଲ କିମ୍ବା ସୋରିଷ ତେଲ ପାଦରେ ମାଲିସ କରିପାରିବେ। ଅଥବା ଗୋଇଠିରେ ଭ୍ୟାସେଲିନ୍ ଲଗାଇପାରିବେ।
ରାତିରେ ଶୋଇବା ବେଳେ ମୋଜା ପିନ୍ଧି ଶୁଅନ୍ତୁ।
ଘରେ ରହୁଥିଲେ ବି ମୋଜା କିମ୍ବା ଏକ ନରମ ଚପଲ ବ୍ୟବହାର କରିପାରିବେ।
ଯଦି ପାଦ ଅତି ଶୁଖିଲା ହେଉଥାଏ ତାହେଲେ ମଏଶ୍ଚରାଇଜରକୁ ନିୟମିତ ଭାବେ ଲଗାନ୍ତୁ। ଡାକ୍ତରଙ୍କ ସହ କଥା ହୋଇ ଲୋସନ୍ କିଣିପାରିବେ।
ଯଥାସମ୍ଭବ ମୋଜା ପିନ୍ଧିବାକୁ ଅଭ୍ୟାସ କରନ୍ତୁ। ଏହାଦ୍ୱାରା ପାଦ ବେଶୀ ମଇଳା ହେବନାହିଁ। ସେହିଭଳି ପାଦକୁ ଫିଟ୍ ହେଉଥିବା ପରି ଜୋତା ପିନ୍ଧନ୍ତୁ।
ଯଦି ସବୁବେଳ ଗୋଇଠି ଫାଟୁଛି, ତେବେ ଖାଲି ଜୋତା ନ ପିନ୍ଧି ତା’ସହିତ ମୋଜା ମଧ୍ୟ ପିନ୍ଧନ୍ତୁ।
ଗାଧୋଇବା ବେଳେ ଅଧିକ ଗରମ ପାଣିର ବ୍ୟବହାର କରନ୍ତୁ ନାହିଁ। ଏହାଫଳରେ ଦେହ ହାତ ଅଧିକ ଶୁଷ୍କ ହୋଇଯାଏ।
ଯଦି ଗୋଇଠି ଫାଟି ରକ୍ତ ବାହାରୁଛି, ତେବେ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଦରକାର। ଯଦି ଆପଣ ଲୋସନ କିମ୍ବା ତେଲରେ ପାଦ ମାଲିସ୍ କରିବା ସତ୍ତ୍ୱେ ବି କୌଣସି ଲାଭ ନ ପାଇଲେ ଆପଣ ସାବଧାନ ହେବା ଉଚିତ। ଏପରି ପରିସ୍ଥିତିରେ ଶୀଘ୍ର ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଦରକାର।