କରୋନା ଭୂତାଣୁର ଲକ୍ଷଣ ଓ ଏହାର ପରୀକ୍ଷା କେମିତି ହୁଏ? ଜାଣନ୍ତୁ କ’ଣ କହୁଛନ୍ତି ବରିଷ୍ଠ ପଲ୍‌ମନୋଲୋଜିଷ୍ଟ ଡାକ୍ତର ସମୀର ସାହୁ।

samir sahu

କରୋନା ଭାଇରସ ସଂକ୍ରମିତ ବ୍ୟକ୍ତିଙ୍କଠାରେ କାଶ, ସର୍ଦ୍ଦି ତଥା ନାକରୁ ପାଣିଗଡ଼ିବା ଭଳି ଲକ୍ଷଣ ଦେଖାଯାଏ। ନିମୋନିଆ ହୋଇଥିଲେ ରୋଗୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ସବୁ ଭୂତାଣୁ ସଂକ୍ରମିତ ରୋଗର ଲକ୍ଷଣ ଏକାଭଳି। ଯେପର୍ଯ୍ୟନ୍ତ ସ୍ୱତନ୍ତ୍ର ପରୀକ୍ଷା କରାଯାଇ ନାହିଁ, ସେ ପର୍ଯ୍ୟନ୍ତ କହିହେବନି କି ରୋଗୀ କରୋନା ଭାଇରସ(କୋଭିଡ୍-୧୯)ରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ।

lab test

ରୋଗୀର ନାକ ଏବଂ ତଣ୍ଟିରୁ ସ୍ୱାବ୍ ନେଇ କରୋନା ଭୂତାଣୁର ପରୀକ୍ଷା କରାଯାଇଥାଏ। ସାଧାରଣ ଥଣ୍ଡା, ଜ୍ୱର ହେଲେ ଟେଷ୍ଟ କରିବାର କୌଣସି ଆବଶ୍ୟକତା ନାହିଁ। ଯଦି ନିମୋନିଆ ହୁଏ କିମ୍ବା ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହୁଏ ତାହେଲେ ପରୀକ୍ଷା କରିବା ଦରକାର। କାହାଠାରେ କରୋନା ଭଳି ଲକ୍ଷଣ ଦେଖାଗଲେ କୌଣସି ଡାକ୍ତରଖାନାକୁ ସିଧାସଳଖ ନଯାଇ ପ୍ରଥମେ ସ୍ୱାସ୍ଥ୍ୟ ସହାୟତା ନମ୍ବର ୧୦୪ରେ ଫୋନ୍‌ କରନ୍ତୁ।