୪୦ରୁ ୫୦ ବର୍ଷ ବୟସ ପରେ ଅଷ୍ଟିଓଆର୍ଥ୍ରାଇଟିସ୍‌ର ସମସ୍ୟା ଆରମ୍ଭ ହୋଇଥାଏ।

ଅଷ୍ଟିଓଆର୍ଥ୍ରାଇଟିସ୍‌ ହେଉଛି ଆର୍ଥ୍ରାଇଟିସ୍‌ର ସବୁଠାରୁ ସାଧାରଣ ରୂପ। ଆଣ୍ଠୁ, କହୁଣୀ ଏବଂ ଅଣ୍ଟା ହାଡ଼ର ଜଏଣ୍ଟ ମଧ୍ୟରେ କାର୍ଟିଲେଜ୍‌ ରହିଥାଏ, ଯାହାକି ଗଦି ଭଳି କାମ କରିଥାଏ। ଯାହାଫଳରେ ଚଳପ୍ରଚଳ ହେବା ବେଳେ ହାଡ଼ରେ ହାଡ଼ ବାଜେ ନାହିଁ। କିନ୍ତୁ, ବୟସ ବଢ଼ିବା ସହିତ ଏହି କାର୍ଟିଲେଜ୍‌ ଯେତେବେଳେ ଧୀରେ ଧୀରେ ସରି ସରିଯାଏ, ସେତେବେଳେ ବିଭିନ୍ନ ଗଣ୍ଠିରେ ଗୋଟ ହାଡ଼ ଆଉଗୋଟେ ହାଡ଼ ସହିତ ଘଷି ହୋଇଥାଏ। ଏହା ଫଳରେ ଯନ୍ତ୍ରଣା ହୋଇଥାଏ। ଅଷ୍ଟିଓଆର୍ଥ୍ରାଇଟିସ୍‌ ଶରୀରର ବିଭିନ୍ନ ଅଙ୍ଗ ଉପରେ ପ୍ରଭାବ ପକାଇପାରେ। ଏହା ଆପଣଙ୍କ ଅଣ୍ଟା, ଆଣ୍ଠୁ, ପାଦର ଆଙ୍ଗୁଠି ଉପରେ ପ୍ରଭାବ ପକାଇପାରେ।

Osteoarthritis

ଅଷ୍ଟିଓଆର୍ଥ୍ରାଇଟିସ୍‌ର କାରଣ (Causes of Osteoarthritis in Odia)

ବୟସ: ବୟସ ବଢ଼ିବା ସହ ଅଷ୍ଟିଓଆର୍ଥ୍ରାଇଟସ୍‌ ସମସ୍ୟା ଦେଖାଦିଏ।

ଗଣ୍ଠିରେ ଆଘାତ ଲାଗିଥିଲେ ଗଣ୍ଠି ଯନ୍ତ୍ରଣା ହୋଇଥାଏ।

ମୋଟାପଣ: ଯେଉଁମାନଙ୍କର ଶରୀରର ଓଜନ ଅଧିକ ବା ମୋଟାପଣ ଥିଲେ ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ହୋଇଥାଏ।

ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଷ୍ଟିଓଆର୍ଥ୍ରାଇଟିସ୍‌ ହେବାର ଆଶଙ୍କା ଅଧିକ ଥାଏ।

ଅତ୍ୟଧିକ ଖେଳକୁଦ ବା ବ୍ୟାୟାମ:

ଯେଉଁ ବ୍ୟକ୍ତିମାନେ ଅତ୍ୟଧିକ ବ୍ୟାୟାମ କରିଥା’ନ୍ତି ସେମାନଙ୍କ ଆଣ୍ଠୁ ଉପରେ ଅଧିକ ଚାପ ପଡ଼ିଥାଏ। ଯାହାଫଳରେ ଅଷ୍ଟିଓଆର୍ଥ୍ରାଇଟିସ୍‌ ସମସ୍ୟା ହୋଇଥାଏ।

ଲକ୍ଷଣ (Symptoms of Osteoarthritis in Odia)

ପ୍ରାଥମିକ ଅବସ୍ଥାରେ ଅଷ୍ଟିଓଆର୍ଥ୍ରାଇଟିସ୍‌ର କୌଣସି ଲକ୍ଷଣ ଜଣାପଡ଼ି ନଥାଏ। ଯେତେବେଳେ ଏହି ସମସ୍ୟା ଜଟିଳ ହୁଏ, ଲକ୍ଷଣ ଜଣାପଡ଼ିଥାଏ।

ଗଣ୍ଠିରେ ଯନ୍ତ୍ରଣା ହେବା

ଗଣ୍ଠି ଷ୍ଟିଫ ହୋଇଯିବା

ଗଣ୍ଠି ଫୁଲିଯିବା – ଗଣ୍ଠି ଫୁଲିଯିବା ଯୋଗୁଁ ଆଣ୍ଠୁ ସିଧା କରିବାରେ ଓ ଭାଙ୍ଗିବାରେ କଷ୍ଟ ହୁଏ।

କ୍ରେପିଟସ୍‌: ଚାଲିବା ବେଳେ ଗଣ୍ଠି ଫୁଟିବା ଭଳି ଶବ୍ଦ ହେବା।

ମାଂସପେଶୀ ଦୁର୍ବଳ ଲାଗିବା ବା ଦରଜ ହେବା।

ଚିକିତ୍ସା

ଅଷ୍ଟିଓଆର୍ଥ୍ରାଇଟସ୍‌ର କୌଣସି ଲକ୍ଷଣ ଦେଖାଗଲେ ଆପଣ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଡାକ୍ତର ଆପଣଙ୍କ ଏକ୍ସରେ କରି ଆପଣଙ୍କ ହାଡ଼କୁ ପରୀକ୍ଷା କରିବା ପରେ ଚିକିତ୍ସା କରିବେ।

(All that you want to know about Osteoarthritis –  Its causes and treatment, in Odia)