ଆପଣ କ’ଣ ଖାଆନ୍ତି, କେତେ ପରିମାଣରେ ଖାଆନ୍ତି ଏବଂ କିଭଳି ଖାଆନ୍ତି ସେ ହିସାବରେ ଆପଣଙ୍କ ଶରୀରର ସଂରଚନା ହୋଇଥାଏ। ଧୀରେ ଧୀରେ ଶରୀର ଏକ ବିଶେଷ ଆକାର ଧାରଣ କରେ। ସେହି ଆକାର ଯୋଗୁ ସମସ୍ତଙ୍କର ଶାରୀରିକ ଗଠନ ଭିନ୍ନ ହୋଇଥାଏ।

obesity

 

ଶାରିରୀକ ଗଠନ ଭିନ୍ନ ହେବା କ୍ଷେତ୍ରରେ ଶରୀରରେ ଥିବା ଚର୍ବି ବା ଫ୍ୟାଟର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆସନ୍ତୁ ଜାଣିବା ସେ ବିଷୟରେ। ଚର୍ବି ବା ଫ୍ୟାଟ୍ସ ମୁଖ୍ୟତଃ ଚାରି ପ୍ରକାର। ହାଇ ଷ୍ଟ୍ରେସ୍ ଟାଇପ, ହାଇ ସୁଗର ଟାଇପ, ହାଇ ଏଷ୍ଟ୍ରୋଜେନ୍ ଟାଇପ୍ ଏବଂ ଲୋ ଟେଷ୍ଟୋଷ୍ଟେରନ୍ ଟାଇପର।

ହାଇ ଷ୍ଟ୍ରେସ୍ ଟାଇପ୍: କାମର ବ୍ୟସ୍ତତା, ଘରୋଇ ସମସ୍ୟା ଏବଂ ଅନ୍ୟାନ୍ୟ କାରଣ ଯୋଗୁ ଅନେକ ଲୋକ ସବୁବେଳେ ଚାପରେ ରହିଥାନ୍ତି। ଏହି ମାନସିକ ଚାପ ଯୋଗୁ ଶରୀରରେ କର୍ଟିସୋଲ୍ ନାମକ ଏକ ପ୍ରକାର ହରମୋନ୍ ଅତ୍ୟଧିକ ମାତ୍ରାରେ ଉତ୍ପାଦନ ହୋଇଥାଏ। କର୍ଟିସୋଲ ଅଧିକ ହେଲେ ତାହା ପେଟର ଆଖପାଖରେ ଚର୍ବି ରୂପେ ଜମା ହୋଇଥାଏ।

 

କିଭଳି ରକ୍ଷା ପାଇପାରିବେ:
-କପାଳଭାତି ବା ଅନ୍ୟ ପ୍ରାଣାୟମ କରନ୍ତୁ।
-ନିଜକୁ ପଢ଼ା ଲେଖା, ନୃତ୍ୟାଭ୍ୟାସ, ସଙ୍ଗୀତାଭ୍ୟାସ ଇତ୍ୟାଦି କାର୍ଯ୍ୟରେ ବ୍ୟସ୍ତ ରଖନ୍ତୁ।
-ଏହାଛଡ଼ା ଶରୀରରେ ହାପି ହରମୋନ୍ ସୃଷ୍ଟି କରୁଥିବା ଅନ୍ୟ ଗତିବିଧିରେ ସାମିଲ ହୁଅନ୍ତୁ।

Yoga

ହାଇ ସୁଗର ଟାଇପ୍: ମିଠା ପ୍ରତି ଆଗ୍ରହୀ ଲୋକମାନଙ୍କର ଶରୀରରେ ଏହି ଫ୍ୟାଟ୍ ଅଧିକ ମାତ୍ରାରେ ଜମିରହେ। ଯେତେବେଳେ ଆମେ ଅଧିକ ଚିନି ଖାଆନ୍ତି ସେତେବେଳେ ଆମ ଶରୀର ବହୁତ ଅଧିକ ମାତ୍ରାରେ ଇନସୁଲିନ୍ ଉତ୍ପାଦନ କରିଥାଏ। ଶରୀରରେ ଏହା  ପାର୍ଶ୍ୱ ପ୍ରତିକିୟା ସୃଷ୍ଟି କରିବା ସହିତ ଅଣ୍ଟାର ଆଖପାଖରେ ଚର୍ବି ହୋଇ ଜମା ହୁଏ।

 

କିଭଳି ରକ୍ଷା ପାଇପାରିବେ:

-ଚିନି ଖାଇବା କମାଇ ଦିଅନ୍ତୁ।
-ଖାଦ୍ୟରେ ରସୁଣ, ଡାଲଚିନି ଏବଂ ଜୁଆଣୀକୁ ସାମିଲ କରନ୍ତୁ। ଏହି ସବୁ ମସଲା ମିଠାର କୁପ୍ରଭାବକୁ କାଟିଥାଏ।
-ଏହାଛଡ଼ା ପ୍ରତ୍ୟହ ୨୦-୩୦ ମିନିଟର ବ୍ୟାୟାମ କରି ମଧ୍ୟ ଆପଣ ସୁଫଳ ପାଇପାରିବେ।

ହାଇ ଏଷ୍ଟ୍ରୋଜେନ୍ ଟାଇପ୍: ଶରୀରର ଓଜନ ବହୁତ ଅଧିକ ହୋଇଥିଲେ ଏହି ପ୍ରକାର ଫ୍ୟାଟ୍ ଦେଖାଯାଏ।

eating

 

କିଭଳି ରକ୍ଷା ପାଇପାରିବେ:

-ସବୁଜ ପତ୍ରଯୁକ୍ତ ପନିପରିବା, ଫାଇଟୋ କେମିକାଲ୍ସରେ ଭରପୁର ପରିବା ଖାଆନ୍ତୁ। ନିୟମିତ ବ୍ୟାୟାମ କଲେ ମଧ୍ୟ ଶରୀରରେ ଏହି ସ୍ତର ସାମାନ୍ୟ ରହିବ।

ଲୋ ଟେଷ୍ଟୋଷ୍ଟେରେନ୍ ଟାଇପ୍: ଯଦି ଆପଣଙ୍କର ବାଇସେପ୍ସ ନିକଟରେ ଜମା ହୋଇଥିବା ଫ୍ୟାଟ୍ କମୁନଥାଏ ତା’ ହେଲେ ଶରୀରରେ ଟେଷ୍ଟୋଷ୍ଟେରେନର ସ୍ତର ବହୁତ କମ୍ ଅଛି। ଏପରିସ୍ଥଳେ ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଯେପରିକି ମସରୁମକୁ ନିହାତି ଖାଆନ୍ତୁ। ଏହାଛଡ଼ା ଭିଟାମିନ୍ ଡିର ସପ୍ଲିମେଣ୍ଟସ୍ ନେଇପାରିବେ। ବାଇସେପ୍ସକୁ ଟୋନ୍ କରିବାକୁ ଥିବା ବ୍ୟାୟାମ କରନ୍ତୁ।