ଶରୀର ସହିତ ମୁହଁର ସୌନ୍ଦର୍ଯ୍ୟ ପାଇଁ ତୁଳସୀ ପତ୍ର ଔଷଧ ରୂପେ କାମ କରେ।
ତୁଳସୀ ପତ୍ରକୁ ଇଂରାଜୀରେ ବାସିଲ ଲିଫ କୁହାଯାଏ। କାହିଁ କେଉଁ କାଳରୁ ତୁଳସୀ ପତ୍ରକୁ ବହୁଳ ବ୍ୟବହାର କରାଯାଉଛି। କେବଳ ସେତିକି ନୁହେଁ ବିଭିନ୍ନ ରୋଗର ଔଷଧ ଭାବେ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ତେବେ ତୁଳସୀ ପତ୍ର ମୁହଁର ସୌନ୍ଦର୍ଯ୍ୟ ଆଣିବାରେ ସାହାଯ୍ୟ କରେ।
୫୦ ଗ୍ରାମ ତୁଳସୀ ପତ୍ର ଓ ୫୦ ଗ୍ରାମ ଲେମ୍ବୁ ରସ ମଶାଇ ଭଲ ଭାବରେ ବାଟି କ୍ରିମ ଭାବରେ ମୁହଁରେ ଲଗାଇଲେ ମୁହଁ ଚର୍ମରେ ଚମକ ଆସିଥାଏ।
ନିୟମିତ ଭାବେ ତୁଳସୀ ରସ ଏବଂ ଲେମ୍ବୁ ରସ ମିଶାଇ ବ୍ରଣରେ ଲଗାଇଲେ ବ୍ରଣ ଭଲ ହୋଇଯାଏ।
ପାଣିରେ ପୋଦିନା ପତ୍ର, ତୁଳସୀ ପତ୍ର ଏବଂ ଲେମ୍ବୁ ରସକୁ ମିଶାଇ ଫୁଟାନ୍ତୁ। ସେହି ମିଶ୍ରିତ ଗରମ ପାଣିର ବାମ୍ଫକୁ ମୁହଁରେ ନେବା ଦ୍ୱାରା ମୁହଁ ସଫା ଦେଖାଯାଏ।
ଗୋଟିଏ ପାତ୍ରରେ ପାଣି ଆଣନ୍ତୁ, ଏଥିରେ ତୁଳସୀ ପତ୍ର ୨୧ଟି ଏବଂ ଅଁଳା ଗୁଣ୍ଡ ୧୦ ଗ୍ରାମ ମିଶାନ୍ତୁ। ୧୫ ମିନିଟ ପରେ ସେହି ପାଣିକୁ ମୁଣ୍ଡରେ ଲଗାନ୍ତୁ। ଏହାପରେ କେଶ ଧୋଇ ଦିଅନ୍ତୁ।
ତୁଳସୀ ପତ୍ର ଖାଇଲେ ଏବଂ ଏହାକୁ ବାଟି କରି ମୁହଁରେ ଲଗାଇଲେ ବ୍ରଣ ଦାଗ ଦୂର ହୋଇଥାଏ।
ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।
କେଶର ଶୁଷ୍କତା ଏବଂ ରୂପି ଦୂର କରିବାରେ ତୁଳସୀ ସହାୟକ ହୁଏ। ତେଣୁ ନିୟମିତ ଭାବେ ତୁଳସୀ ପତ୍ରକୁ ବାଟି କେଶରେ ଲଗାନ୍ତୁ। ଏକ ଘଣ୍ଟା ପରେ କେଶ ଧୋଇ ଦିଅନ୍ତୁ।
ତୁଳସୀକୁ ଆପଣ ପେଟ ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ପାଇବା ପାଇଁ ବ୍ୟବହାର କରିପାରିବେ। ଗୋଟେ ଚାମଚ ତୁଳସୀ ରସକୁ ପାଣିରେ ମିଶାଇ ତାକୁ ଫୁଟାଇ ତାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଆଉ ପେଟରେ ଯନ୍ତ୍ରଣା ହେବା କ୍ଷଣି ଏହି ପେଷ୍ଟକୁ ନାଭି ଓ ପେଟରେ ଲେପନ କରନ୍ତୁ। ଏହା କରିବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।
ମୁଖ ଦୁର୍ଗନ୍ଧରୁ ନିସ୍ତାର ପାଇବା ପାଇଁ ତୁଳସୀର ଶୁଖିଲା ପତ୍ର ସହ କିଛି ମାତ୍ରାରେ ସୋରିଷ ତେଲ ମିଶାଇ ଦାନ୍ତ ଘସିବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ।