ଅଧିକ ପଢ଼ନ୍ତୁ: ଯୋଗ କରିବା ପୂର୍ବରୁ ଏହିଦିଗ ପ୍ରତି ଦିଅନ୍ତୁ ଧ୍ୟାନ

ପ୍ରାଣାୟାମ ମାନସିକ ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ। ଏହା ମନକୁ ଶାନ୍ତ ରଖିବା ସହ ମାନସିକ ଚାପ ଦୂର କରିବାରେ ସାହାଯ୍ୟ କରିଥାଏ। ସେହିପରି କପାଳଭାତି ପ୍ରାଣାୟାମ ନିୟମିତ ଅଭ୍ୟାସ କଲେ ଯାବତୀୟ ରୋଗରୁ ଉପଶମ ମିଳିଥାଏ।

କପାଳଭାତି ପ୍ରାଣାୟାମ କରିବା ଦ୍ୱାରା ମେଟାବଲିଜିମ୍‌ ପ୍ରକ୍ରିୟା ସୁଦୁଢ଼ ହୁଏ, ଫଳରେ ଓଜନ କମ୍‌ ହୁଏ।

କପାଳଭାତି କରିବା ଦ୍ୱାରା ପେଟର ମାଂସପେଶୀ ମଜଭୁତ କରିଥାଏ। ଏହା ଡାଏବେଟିସ୍‌ ରୋଗୀଙ୍କ ପାଇଁ ଲାଭଦାୟକ।

କପାଳଭାତି ପ୍ରାଣାୟାମ କରିବା ଯୋଗୁଁ ପେଟର ଚର୍ବି କମିବା ସହ ଗ୍ୟାସ୍‌ଜନିତ ସମସ୍ୟା ଦୂର ହୁଏ।

ଏହି ପ୍ରାଣାୟାମ କରିବା ଫଲରେ ମନ ଶାନ୍ତ ରହେ।

yoga exercise

ଅଧିକ ପଢ଼ନ୍ତୁ: ଜାଣନ୍ତୁ, କେଉଁ ଯୋଗାସନ କଲେ କ’ଣ ଫାଇଦା ମିଳିଥାଏ?

କେମିତି କରିବେ କପାଳଭାତି ପ୍ରାଣାୟାମ?

କପାଳଭାତି ଆସନକୁ ସବୁବେଳେ ଖୋଲା ଜାଗାରେ କରନ୍ତୁ।

ପ୍ରଥମେ ଚଟାଣରେ ଗୋଟେ ମ୍ୟାଟ୍‌ ପକାନ୍ତୁ। ମ୍ୟାଟ୍‌ ଉପରେ ଚକାମାଡ଼ି ସିଧା ହୋଇ ବସନ୍ତୁ।

ଧୀରେ ଧୀରେ ପେଟକୁ ଫୁଲାଇ ପ୍ରଶ୍ୱାସ ନିଅନ୍ତୁ।

ଏହାପରେ ନିଶ୍ୱାସକୁ ବଳପୂର୍ବକ ବାହାରକୁ ଛାଡ଼ନ୍ତୁ।

ଯେଉଁମାନେ ପ୍ରଥମଥର ପାଇଁ ଏହି ଆସନ କରୁଛନ୍ତି, ସେମାନେ ଯୋଗ ବିଶେଷଜ୍ଞ ସହ ପରାମର୍ଶ ନେବା ଜରୁରୀ।

ଯେଉଁ ଲୋକଙ୍କର ଉଚ୍ଚ ରକ୍ତଚାପ, ହୃଦୟ ସମ୍ବନ୍ଧୀୟ ସମସ୍ୟା, ଗର୍ଭବତୀ ଏବଂ ମାଇଗ୍ରେନ୍‌ ରହିଛି, ସେମାନେ କପାଳଭାତି ଆସନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

କପାଳଭାତି ସବୁବେଳେ ଖାଲି ପେଟରେ କରିବା ଉଚିତ।

ମାସିକ ଋତୁଚକ୍ର ବେଳେ କପାଳଭାତି ଆସନ କରନ୍ତୁ ନାହିଁ।