କରୋନା ଟିକାକୁ ନେଇ ଲୋକମାନଙ୍କ ମନରେ ଅନେକ ଭ୍ରାନ୍ତଧାରଣା ରହିଛି। ଏହାଛଡ଼ା ବିଭିନ୍ନ ସ୍ଥାନରେ କରୋନା ଟିକାକୁ ନେଇ ଗୁଜବ ସୃଷ୍ଟି ହେଉଛି। ଟିକା ନେବା ପରେ ବି କରୋନାରେ ସଂକ୍ରମିତ ହେଉଥିବା ଖବର ଲୋକଙ୍କୁ ଚିନ୍ତାରେ ପକାଉଛି। ହେଲେ ବିଶେଷଜ୍ଞଙ୍କ ମତ ଅନୁସାରେ, ଟିକା ନେଇଥିବା ୧୦୦ ଜଣ ଲୋକଙ୍କ ମଧ୍ୟରୁ ମାତ୍ର ୧ରୁ ୨ ଜଣ କରୋନାରେ ସଂକ୍ରମିତ ହେଉଛନ୍ତି। ହେଲେ ଏହି ୧ରୁ ୨ ଜଣଙ୍କଠାରେ ଖୁବ୍ କମ୍ ଲକ୍ଷଣ କିମ୍ବା କୌଣସି ଲକ୍ଷଣ ପ୍ରକାଶ ପାଉ ନାହିଁ।
ଦେଶରେ ବର୍ତ୍ତମାନ ଦୁଇ ପ୍ରକାର ଟିକା ଦିଆଯାଉଛି। ସେରମ୍ ଇନ୍ଷ୍ଟିଚ୍ୟୁଟ୍ର କୋଭିସିଲ୍ଡ ଏବଂ ବାୟୋଟେକ୍ର କୋଭାକ୍ସିନ୍। ଦୁଇ ଡୋଜ୍ ଟିକା ନେବା ପରେ ପ୍ରାୟ କମ୍ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ସେମାନେଙ୍କ ମଧ୍ୟରେ ସ୍ବାସ୍ଥ୍ୟକର୍ମୀ ଏବଂ ଆଗଧାଡ଼ିର ଯୋଦ୍ଧା ରହିଛନ୍ତି।
ଦୁଇ ଡୋଜ ଟିକା ନେବା ପରେ ବି କୋଭିଡ୍ର ସମ୍ପର୍କିତ ନିୟମାବଳୀକୁ ପାଳନ କରିବାର ଆବଶ୍ୟକତା ରହିଛି। ଟିକା ନେଇଥିବା ବ୍ୟକ୍ତିମାନେ କରୋନାରେ ଅଧିକ ମାତ୍ରାରେ ସଂକ୍ରମିତ ହେବାର ଆଶଙ୍କା କମ୍। ହେଲେ ଏହା ସଂକ୍ରମଣକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ନିୟମିତ ମାସ୍କ ପିନ୍ଧିବା ଜାରି ରଖନ୍ତୁ ଏବଂ ହାତ ଧୁଅନ୍ତୁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।