ହର୍ଡ ଇମ୍ୟୁନିଟି କ’ଣ? ଏହା କିପରି ବିକଶିତ ହୁଏ? ଏନେଇ ବିଶିଷ୍ଟ ରୁମାଟୋଲୋଜିଷ୍ଟ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ା କ’ଣ କହୁଛନ୍ତି ଆସନ୍ତୁ ଜାଣିବା।
ବର୍ତ୍ତମାନ କରୋନା ଭାଇରସ (କୋଭିଡ୍-୧୯) ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହା ଉଭୟ ଜୀବନ ଓ ଜୀବିକା ଉପରେ ପ୍ରଭାବ ପକାଇଛି। ପ୍ରାୟ ଅଢ଼େଇ ମାସର ଲକଡାଉନ୍ ପରେ ସରକାର ନିୟମ କୋହଳ କରିଛନ୍ତି ଏବଂ ଲୋକେ କାର୍ଯ୍ୟକୁ ଯିବା ଆରମ୍ଭ କଲେଣି। ତେବେ ଏଭଳି ପରିସ୍ଥିତିରେ ହର୍ଡ ଇମ୍ୟୁନିଟି ହିଁ କୋଭିଡ୍-୧୯ଠାରୁ ଆମକୁ ସୁରକ୍ଷିତ ରଖିପାରିବ ବୋଲି କୁହାଯାଉଛି।
ହର୍ଡ ଇମ୍ୟୁନିଟି କ’ଣ? (What is herd immunity in Odia)
ପୂର୍ବରୁ ହାଡ଼ଫୁଟି, ମିଳିମିଳା, ପୋଲିଓ ଭଳି ରୋଗ ଅଧିକ ମାତ୍ରାରେ ହେଉଥିଲା। ଆଜିକାଲି ଏହିସବୁ ସମସ୍ୟା ଧୀରେ ଧୀରେ କମିବାକୁ ଆରମ୍ଭ କଲାଣି। ଏହା କମିବା ପଛରେ ମୁଖ୍ୟ କାରଣ ହର୍ଡ ଇମ୍ୟୁନିଟିର ରହିଛି। ଯଦି ଗୋଟେ ଗୋଷ୍ଠୀରେ ୭୦ ଭାଗରୁ ଅଧିକ ଲୋକଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବିକଶିତ ହେଉଛି ତେବେ ବାକି ୩୦ ପ୍ରତିଶତ ଲୋକଙ୍କର ବିନା ଟିକାରେ ପ୍ରତିରୋଧ କରିପାରନ୍ତି। ଏହାକୁ ହର୍ଡ ଇମ୍ୟୁନିଟି ବା ଗୋଷ୍ଠୀ ରୋଗ ପ୍ରତିରୋଧକାରୀ ଶକ୍ତି କୁହାଯାଉଛି।
କେମିତି ବିକଶିତ ହୁଏ ହର୍ଡ ଇମ୍ୟୁନିଟି? (How does herd immunity develop in Odia)
ଦୁଇଟି ପର୍ଯ୍ୟାୟରେ ହର୍ଡ ଇମ୍ୟୁନିଟି ବିକଶିତ ହୁଏ।
ପ୍ରଥମ: ମନେକରାଯାଉ ଯେ, ୭୦ ପ୍ରତିଶତ ଲୋକଙ୍କୁ କୌଣସି ଏକ ଭୂତାଣୁ ସଂକ୍ରମଣ କରେ ଏବଂ ତା’ର କୌଣସି ଚିକିତ୍ସା ବା ଟିକା ବାହାରିଲା ନାହିଁ, ତେବେ ଧୀରେ ଧୀରେ ଏହି ସଂକ୍ରମିତ ୭୦ ପ୍ରତିଶତ ଲୋକଙ୍କ ଶରୀରରେ ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି ହୁଏ। ଯେତେବେଳେ ସେମାନେ ଏହି ସଂକ୍ରମଣରୁ ସୁସ୍ଥ ହୋଇଯିବେ, ସେମାନଙ୍କ ଶରୀରରେ ଶକ୍ତିଶାଳୀ ରୋଗ ପ୍ରତିରୋଧକ ଶକ୍ତି ହେବ। ଫଳରେ ଏହି ଭୂତାଣୁ ଆଉ ଥରେ ସଂକ୍ରମଣ କଲେ ତାଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଏହି ଭୂତାଣୁ ସହ ଲଢ଼ିପାରିବ।
ଦ୍ୱିତୀୟ: ଯଦି ଆମେ ସଂକ୍ରମିତ ୭୦ ପ୍ରତିଶତ ଲୋକଙ୍କୁ ଟିକା ଦେଇଦେଲେ, ତେବେ ବାକି ୩୦ ପ୍ରତିଶତ ଲୋକ ଏହି ସଂକ୍ରମଣ ଆକ୍ରାନ୍ତ ହେବାରୁ ବଞ୍ଚିଯିବେ। କାରଣ କେଉଁଠି ନା କେଉଁଠି ଏହି ଭୂତାଣୁ ସଂକ୍ରମଣର ଚେନ୍ଟା ଭାଙ୍ଗିଯିବ। ସମ୍ପୂର୍ଣ୍ଣ ଗୋଷ୍ଠୀ ଏହି ସଂକ୍ରମଣରୁ ରକ୍ଷା ପାଇଯିବ।
ଧରାଯାଉ, ଓଡ଼ିଶାରେ ସାଢ଼େ ୪ କୋଟି ଲୋକ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୩କୋଟି ଲୋକଙ୍କୁ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାକୁ ପଡ଼ିବ। ଫଳରେ ତାଙ୍କ ଶରୀରରେ ଏହି ହର୍ଡ ଇମ୍ୟୁନିଟି ପ୍ରାକୃତିକ ଉପାୟରେ ସୃଷ୍ଟି ହେବ। କିନ୍ତୁ ଏହି ୩ କୋଟି ଲୋକଙ୍କ ମଧ୍ୟରୁ ପାଖାପାଖି ୩ ଲକ୍ଷ ଜୀବନ ଚାଲିଯିବାର ଆଶଙ୍କା ରହିଛି। ତେଣୁ କରୋନା ଭାଇରସ ଲାଗି ପ୍ରାକୃତିକ ଉପାୟରେ ହର୍ଡ ଇମ୍ୟୁନିଟି ତିଆରି କରିବା ସମ୍ଭବ ନୁହେଁ।
କୋଭିଡ୍-୧୯ ସମୟ କ୍ରମେ ତା’ର ପ୍ରକାର ବଦଳାଉଛି। ଯଦି ଜୋଟେ ଗୋଷ୍ଠୀରେ କୋଭିଡ୍-୧୯ ସଂକ୍ରମଣ ହୁଏ ଓ ଏହାର ପ୍ରକାର ଯଦି ଭୟଙ୍କର ହୁଏ, ତେବେ ଉକ୍ତ ଗୋଷ୍ଠୀ ପାଇଁ ଏହା ବିପଦର କାରଣ ସାଜିବ।
ଲକ୍ଡାଉନ୍ର ଉଦ୍ଦେଶ୍ୟ (What was the purpose of Lockdown in Odia)
ଲକ୍ଡାଉନ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ, କରୋନା ଭୂତାଣୁର ଚେନ୍କୁ ଭାଙ୍ଗିବା। ଲକ୍ଡାଉନ୍ ହେବା ଫଳରେ ମାସ୍କ ତିଆରି କରିବାରେ, ହସ୍ପିଟାଲରେ କୋଭିଡ୍-୧୯ର ଶଯ୍ୟା ତିଆରି କରିପାରିଲେ ଓ କ୍ୱାରେଣ୍ଟାଇନ ସେଣ୍ଟର ତିଆରି କରିପାରିଲେ। ଲକ୍ଡାଉନ୍ ନ ହୋଇଥିଲେ କୋଭିଡ୍-୧୯ ଭୂତାଣୁ ଜଣକ ପରେ ଜଣଙ୍କୁ ହୋଇଥା’ନ୍ତା ଓ ଏହି ଭୂତାଣୁର ଚେନ୍ ଲାଗିରହିଥା’ନ୍ତା।
ଯେତିକି ଦିନ ଯାଏଁ କୋଭିଡ୍-୧୯ର ଟିକା ବାହାରି ନାହିଁ, ସେତିକି ଦିନ ଯାଏଁ ଆମକୁ ସଚେତନ ହେବାକୁ ପଡ଼ିବ। ସଚେତନ ହେବାକୁ ହେଲେ ଆମକୁ ମାସ୍କ ପିନ୍ଧିବାକୁ ହେବ, ସାମାଜିକ ଦୂରତା ରଖିବା ଏବଂ ହାତ ଧୋଇବା।
ଲକ୍ଡାଉନ୍ ଖୋଲିଲେ ବି ଆମକୁ ବର୍ଷେରୁ ଦେଢ଼ ବର୍ଷ ସଚେତନ ରହିବାକୁ ହେବ। ବର୍ତ୍ତମାନ ନିଜ ଦାୟିତ୍ୱ ନିଜ ହାତରେ। ଏହାଛଡ଼ା ସରକାରଙ୍କ ସମସ୍ତ ନିର୍ଦ୍ଦେଶାବଳୀକୁ ପାଳନ କରିବା।
(ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଡାକ୍ତର ଜ୍ୟୋତି ରଞ୍ଜନ ପରିଡ଼ାଙ୍କ ସ୍ୱତନ୍ତ୍ର ସାକ୍ଷାତକାରକୁ ନେଇ ପ୍ରସ୍ତୁତ।)
Note: A brief medical advice, in Odia language, on Herd Immunity, based on the interview with Dr. Jyoti Ranjan Parida, Rheumatologist.