ପ୍ରଥମ ଷ୍ଟେଜ୍ରୁ କ୍ୟାନସର ରୋଗର ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ଅଧିକ ଫଳପ୍ରଦ ହୋଇଥାଏ। ବିଭିନ୍ନ ପ୍ରକାର ସ୍କ୍ରିନିଂ ପ୍ରଣାଳୀ ଦ୍ଵାରା ପ୍ରାଥମିକ ଷ୍ଟେଜ୍ରୁ କ୍ୟାନସର ରୋଗର ଚିହ୍ନଟ କରାଯାଇପାରୁଛି। ତେଣୁ ଅଧିକ ସମୟ ଅପେକ୍ଷା ନକରି ସାମାନ୍ୟ ସନ୍ଦେହ ହେବା ମାତ୍ରେ ଏବି ରୋଗର ଚିହ୍ନଟ କରିବା ନିତାନ୍ତ ଜରୁରୀ।
କ୍ୟାନସରର ଚାରୋଟି ଷ୍ଟେଜ୍ ମଧ୍ୟରୁ ପ୍ରାଥମିକ ଷ୍ଟେଜ୍ ସବୁଠୁ କମ୍ ହାନିକାରକ ଥିବା ସହ ଏହାର ଚିକିତ୍ସା ମଧ୍ୟ ଶସ୍ତା ଥାଏ। ଏହି ଷ୍ଟେଜ୍ରେ ଯଦି କ୍ୟାନସରର ଚିହ୍ନଟ ଏବଂ ସଠିକ୍ ଚିକିତ୍ସା ହୋଇପାରିଲା ତେବେ ଆକ୍ରାନ୍ତ ବ୍ୟକ୍ତି ସଂପୂର୍ଣ୍ଣ ରୂପେ ଭଲ ହେବାର ଅଧିକ ସମ୍ଭାବନା ଥାଏ।
କ୍ୟାନସରର ଷ୍ଟେଜ୍-୪ ହେଉଛି ସବୁଠାରୁ ମାରତ୍ମକ ସ୍ଥିତି ଯେଉଁଠି ଅତ୍ୟଧିକ ମାତ୍ରାରେ ଖର୍ଚ୍ଚ ହୋଇଥାଏ। ଏହି ରୋଗୀ ଭଲ ହେବାର ସମ୍ଭାବନା ମଧ୍ୟ ବହୁତ କମ୍ ଥାଏ।