ଶରୀର ଏବଂ ମନକୁ ସୁସ୍ଥ ରଖିବାର ବଳିଷ୍ଠ ମାଧ୍ୟମ ହେଉଛି ଯୋଗ। ତେଣୁ ପ୍ରତିବର୍ଷ ଜୁନ ୨୧କୁ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ପାଳନ କରାଯାଏ।

ଯୋଗ ହେଉଛି ଏକ ସଂସ୍କୃତ ଶବ୍ଦ ଯାହାର ଅର୍ଥ ଯୋଡ଼ିବା। ଯୋଗ ଦ୍ୱାରା ସମୟରେ ଶରୀର, ମନ ଏବଂ ମସ୍ତିଷ୍କକୁ ନିୟନ୍ତ୍ରଣ କରିହୁଏ। ପ୍ରାୟ ୬୦୦୦ ବର୍ଷ ତଳୁ ଯୋଗ ଆରମ୍ଭ ହେଲାଣି। ପୂର୍ବରୁ ମୁନିଋଷିମାନେ ଯୋଗକୁ ସାଧନାର ମାର୍ଗ ରୂପେ ବାଛିନେଇଥିଲେ। ତେଣୁ ଯୋଗକୁ ବିଶ୍ଵବ୍ୟାପୀ କରିବା ଲକ୍ଷ୍ୟରେ ୨୦୧୪ ସେପ୍ଟେମ୍ବର ୨୭ରେ ଯୋଗ ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରସ୍ତାବ ଦେଇଥିଲେ।

ଆମେରିକା ଜାତିସଂଘର ସାଧାରଣ ବୈଠକରେ ମୋଦୀ ଜଳବାୟୁ ଓ ଯୋଗ ବିଷୟ ଉପରେ ଆଲୋଚନା କରିଥିଲେ। ପରେ ୨୦୧୪ ଡିସେମ୍ବର ୧୧ରେ ଆନ୍ତର୍ଜାତିକ ଯୋଗ ଦିବସ ଭାବେ ଜୁନ ୨୧ ସ୍ଥିର କରାଯାଇଥିଲା। ସେବେଠାରୁ ଭାରତରେ ଯୋଗ ଦିବସ ପାଳନ ହୋଇଆସୁଛି।

ଶାରୀରିକ ଏବଂ ମାନସିକ ଭାବେ ସୁସ୍ଥ ରହିବା ପାଇଁ ଯୋଗର ଆବଶ୍ୟକତା ରହିଛି। ନିଜକୁ ସୁସ୍ଥ ସବଳ ରଖିବାକୁ ଆପଣ ଯୋଗ ଆପଣେଇ ପାରନ୍ତି।

ଯୋଗ କଲେ ମାନସିକ ଚିନ୍ତା, ଅବସାଦ ଏବଂ ଡିପ୍ରେସନରୁ ମୁକ୍ତି ମିଳେ। ଯୋଗ ବ୍ୟକ୍ତିକୁ ମାନସିକ ଶାନ୍ତି ଆଣିଦିଏ।

ଯୋଗ ଅନ୍ତଃ ଏବଂ ବାହ୍ୟ ଶରୀରକୁ ଶକ୍ତ ଓ ମଜଭୁତ କରାଏ।

କୌଣସି କାମ ଏକାଗ୍ରତା ସହ କଲେ ସଫଳତା ମିଳିଥାଏ। ଯୋଗ କରିବା ଫଳରେ ଏକାଗ୍ରତା ଆସିଥାଏ।

ଯୋଗ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ। ନିୟମିତ ଅଭ୍ୟାସ ଫଳରେ ଅନେକ ରୋଗ ସମସ୍ୟା ଦୂର ହୋଇଥାଏ।

ଆମେ ପ୍ରତିଦିନ ବ୍ୟବହାର କରୁଥିବା କିଛି ଔଷଧର କୁପ୍ରଭାଵ ଶରୀର ଉପରେ ପଡ଼େ। ଯୋଗ କରିବା ଦ୍ୱାରା ସେସବୁ କୁପ୍ରଭାଵ ନଷ୍ଟ ହୋଇଯାଏ।

ଅନେକ ସମୟରେ ଅଳସୁଆପଣ ଯୋଗୁଁ କିଛି କାମ କରିବାକୁ ଇଚ୍ଛା ହୁଏନି। ପ୍ରତିଦିନ ଯୋଗ କରିବା ଫଳରେ ଅଳସୁଆପଣ ଦୂର ହୋଇଥାଏ।

ସୁଖ ନିଦ୍ରା  ଯୋଗ କଲେ ଶରୀରର ମାଂସପେଶୀ ସକ୍ରିୟ ହେବା ସହ ଆମକୁ ଫୁର୍ତ୍ତି ଲାଗେ ଏବଂ ଭଲ ଭାବରେ ନିଦ ଆସିଥାଏ।

ଓଜନ କମ କରାଏ ନିୟମିତ ଯୋଗ କରିବା ଦ୍ୱାରା ଓଜନ ସନ୍ତୁଳିତ ରହିଥାଏ।

ରକ୍ତଚାପ ନିୟନ୍ତ୍ରଣ ରଖେଉଚ୍ଚ ରକ୍ତଚାପ ଏବଂ ରକ୍ତ ଶର୍କରାରେ ଆକ୍ରାନ୍ତ ବ୍ୟକ୍ତି ଯୋଗ କରିବା ଉଚିତ। ଯୋଗ କରିବା ଯୋଗୁଁ ରକ୍ତଚାପ ସନ୍ତୁଳିତ ରହିଥାଏ।

ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଏକ ଉତ୍ତମ ମାଧ୍ୟମ।  ଯୋଗ ଶରୀରକୁ ଫିଟ ରଖିବା ସହିତ ରକ୍ତଚାପ ଏବଂ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ।  ଏଥି ସହିତ ଯୋଗ ଆମକୁ ଶ୍ୱାସକ୍ରିୟା ଜନିତ ଅନେକ ରୋଗରୁ ରକ୍ଷା କରିଥାଏ।