ଅନେକ ସମୟରେ ସକାଳୁ ଉଠି ତଳେ ପାଦ ରଖିବା ବେଳେ ଲୋକମାନେ ଗୋଇଠିରେ ଯନ୍ତ୍ରଣା ଅନୁଭବ କରିଥା’ନ୍ତି। କେବଳ ବୟସ୍କ ଲୋକ ନୁହନ୍ତି, ଯୁବଗୋଷ୍ଠୀ ମଧ୍ୟ ଏହି ସମସ୍ୟା ଭୋଗୁଛନ୍ତି। ଆସନ୍ତୁ ଜାଣିବା କ’ଣ ରହିଛି କାରଣ?
ଗୋଇଠି ଦରଜର ବିଭିନ୍ନ ପ୍ରକାର କାରଣ ହୋଇପାରେ। ସେଥିମଧ୍ୟରୁ ପ୍ରମୁଖ କାରଣ ହେଲା ଶରୀରରେ ୟୁରିକ୍ ଏସିଡ୍ର ସ୍ତର ବୃଦ୍ଧି ହେବା। ଯେତେବେଳେ ଆମେ ଖାଦ୍ୟରେ ବହୁତ ଅଧିକ ପ୍ରୋଟିନ୍ ଗ୍ରହଣ କରୁ ଏବଂ କୌଣସି କାରଣରୁ ଲିଭର ସେହି ପ୍ରୋଟିନ୍କୁ ହଜମ କରିପାରେ ନାହିଁ ସେତେବେଳେ ଶରୀରରେ ୟୁରିକ୍ ଏସିଡ୍ର ସ୍ତର ବଢ଼ିଯାଇଥାଏ। ଏହାଯୋଗୁଁ ଗୋଇଠି ଦରଜ ଭଳି ସମସ୍ୟା ହୋଇଥାଏ।
ଯୁବଗୋଷ୍ଠୀଙ୍କ ମଧ୍ୟରେ ଏହି ସମସ୍ୟା ବୃଦ୍ଧି ହେବାର ମୂଳ କାରଣ ହେଲା ପ୍ରୋଟିନ୍ ସେକ୍ ଏବଂ ପ୍ରୋଟିନ୍ ଡାଏଟ୍। ଜିମ୍ ଯାଇ ମସଲ୍ସ ବନାଇବା ଚକ୍କରରେ ସେମାନେ ପ୍ରୋଟିକ୍ ସେକ୍ ଏବଂ ଡାଏଟ୍କୁ ବହୁତ ଅଧିକ ପରିମାଣରେ ଗ୍ରହଣ କରୁଛନ୍ତି। ଖାଦ୍ୟରେ ପ୍ରୋଟିନ୍ ଗ୍ରହଣ କରିବା କଥା; କିନ୍ତୁ ଆବଶ୍ୟକତାଠାରୁ ଅଧିକ ପ୍ରୋଟିନ୍ ଶରୀରକୁ କ୍ଷତି ପହଞ୍ଚାଇଥାଏ।
କମ୍ ପନିପରିବା ଏବଂ ଅଧିକ ଡାଲି ଖାଇଲେ ମଧ୍ୟ ଗୋଇଠିରେ ଯନ୍ତ୍ରଣା ହୋଇଥାଏ। ଡାଲିରେ ପ୍ରଚୁର ପରିମାଣରେ ୟୁରିକ୍ ଏସିଡ୍ ଥିବାରୁ ତାହା ଗୋଇଠି ଯନ୍ତ୍ରଣା କରାଇଥାଏ।
ଏହି ସମସ୍ୟାରୁ ରକ୍ଷା ପାଇବା ଲାଗି ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ। ସବୁବେଳେ ପନିପରିବା ଏବଂ ଅନ୍ୟ ଖାଦ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରନ୍ତୁ।
ସମସ୍ୟା ଅଧିକ ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହାଛଡ଼ା ନିୟମିତ ଭାବେ ଯୋଗ, ପ୍ରାଣାୟମ କଲେ ମଧ୍ୟ ସମସ୍ୟାରୁ ଉପଶମ ପାଇପାରିବେ।